ETV Bharat / state

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ, ପ୍ରସ୍ତୁତି ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ ପାଣ୍ଡିଆନ

author img

By ETV Bharat Odisha Team

Published : Jan 16, 2024, 10:36 PM IST

5T Chairman V K Pandian finally inspects : 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ସନ୍ଧ୍ୟାରେ କଲେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଶେଷ ସମୀକ୍ଷା । ଲୋକଙ୍କ ସହ ଉଠାଇଲେ ସେଲଫି । ଅଧିକ ପଢନ୍ତୁ

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ପ୍ରସ୍ତୁତିର ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ 5ଟି ଅଧ୍ୟକ୍ଷ
ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ପ୍ରସ୍ତୁତିର ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ 5ଟି ଅଧ୍ୟକ୍ଷ

ରାତି ପାହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ପ୍ରସ୍ତୁତିର ସମୀକ୍ଷା ସହ ଭକ୍ତଙ୍କ ସହ ସେଲଫି ନେଲେ 5ଟି ଅଧ୍ୟକ୍ଷ

ପୁରୀ : ରାତି ପାହିଲେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବ । ତେବେ ଏହା ପୂର୍ବରୁ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଆସି ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଯଜ୍ଞସ୍ଥଳୀକୁ ଯାଇ ପୁଜା ସମ୍ପର୍କରେ ପୂଜକଙ୍କ ସହ ଆଲୋଚନା କରିଥଲେ । ସେହିପରି ଭକ୍ତ ମାନେ କିଭଳି ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରିଥଲେ । ତେବେ ଶ୍ରୀମନ୍ଦିର ପାଖରେ ୫ଟି ଅଧ୍ୟକ୍ଷ ବୁଲୁଥିବା ବେଳେ କିଛି ଭକ୍ତ ସେଲ୍ଫି ନେବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସଙ୍ଗେ ସଙ୍ଗେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସେଲଫି ନେଇଥିଲେ ।

ତେବେ ଆସନ୍ତାକାଲି ୧୭ ତାରିଖ ବୁଧବାର ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅପରାହ୍ନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫଳକ ଉନ୍ମୋଚନ କରିବେ । ଏଥିସହ ୧ଟା ୩୦ ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ସହ ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସେହିପରି ୨ଟା ରୁ ୨ଟା ୩୦ ମଧ୍ୟରେ ଅନ୍ତଃପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨ଟା ୩୦ ରୁ ୩ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭାଗୃହରେ ପହଞ୍ଚି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଗତକାଲି 5t ଅଧ୍ୟକ୍ଷ ଭି କେ ପଣ୍ଡିଆନ ପୁରୀ ଗସ୍ତ ରେ ଆସି ସବୁ ପ୍ରସ୍ତୁତି ସମୀକ୍ଷା ମଧ୍ୟ କରିଥିଲେ । ନୀଳାଦ୍ରି ଭକ୍ତ ନିବାସ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ଏହି ବୈଠକ ରେ ବିଜେଡ଼ିର ର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାଶ, ମାନସ ମଙ୍ଗରାଜ , ପୁରୀ ଜିଲ୍ଲାପାଳ, ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଉପସ୍ଥିତ ଥିବା ବେଳେ ତାଙ୍କ ସହ 5t ଅଧ୍ୟକ୍ଷ ଆଲୋଚନା କରିଥଲେ । ତେବେ ବୈଠକ ରେ ଯୋଗ ଦେଇଥିବା ବିଜେଡ଼ିର ବରିଷ୍ଠ ନେତା ମାନସ ମଙ୍ଗରାଜ କହିଥିଲେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପ୍ରକଳ୍ପ । ଏହି ପ୍ରକଳ୍ପ କୁ ସଫଳ କରିବା ପାଇଁ ସବୁ ପକ୍ଷଙ୍କ ମତାମତ ନିଆଯାଇଛି । ବିଶେଷ କରି ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀ ମନ୍ଦିର ଚାରି ପାଖ ରେ ଥିବା ସାହି ଗୁଡିକ ର ବାସିନ୍ଦା ଯାତାୟତ ରେ ବହୁ ଅସୁବିଧା ଭୋଗୁ ଥିବାରୁ ଏହାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା ।

ବୈଠକ ରେ ଯୋଗ ଦେଇଥିବା ସେବାୟତ କହିଛନ୍ତି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ସଫଳ ହୋଇ ପାରିବ, ଉଦଘାଟନ ଉତ୍ସବ ଯେଭଳି ସୁରୁଖୁରୁରେ ହୋଇ ପାରିବ ସେ ନେଇ 5ଟି ଅଧ୍ୟକ୍ଷ ଆଲୋଚନା କରିଥଲେ । ସେହିପରି ଶ୍ରୀ ମନ୍ଦିରରେ ଆଉ କଣ ସମସ୍ୟା ରହିଛି ସେ ନେଇ ସମୀକ୍ଷା ହୋଇଥଲା । ତେବେ ମହାପ୍ରଭୁଙ୍କର ସେବା ପୂଜାରେ କେତେକ ସାମଗ୍ରୀ ଆବଶ୍ୟକ ଥିବା ବେଳେ ଏହାର ବ୍ୟବସ୍ଥା କରିବା ପାଇଁ 5t ଅଧ୍ୟକ୍ଷ ଙ୍କୁ ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.