ETV Bharat / state

ଖୋର୍ଦ୍ଧାରେ ରାଜସ୍ଥାନର ବୁଣାକାର ଟିମ, ଓଡ଼ିଶା ହସ୍ତକଳା ଓ କାରିଗରଙ୍କୁ ପ୍ରଂଶସା

author img

By

Published : Mar 27, 2023, 4:01 PM IST

ଓଡ଼ିଶାର ହସ୍ତକଳା ସମ୍ପର୍କ ଜାଣିବା ପାଇଁ ରାଜସ୍ଥାନ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୨୩ ଜଣିଆ ବୁଣାକାର ଟିମ୍‌ ଖୋର୍ଦ୍ଧାର ରାଉତପଡ଼ା ଆସି ପହଞ୍ଚିଛନ୍ତି । ବସ୍ତ୍ରବୁଣା ସମ୍ପର୍କରେ ଜାଣିବା ସହ କାରିଗରଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢ଼ନ୍ତୁ

rajasthan weavers team visits khordha
ଖୋର୍ଦ୍ଧାରେ ରାଜସ୍ଥାନର ବୁଣାକାର ଟିମ

ଖୋର୍ଦ୍ଧାରେ ରାଜସ୍ଥାନର ବୁଣାକାର ଟିମ

ଖୋର୍ଦ୍ଧା: ଓଡ଼ିଶା ହସ୍ତକଳାକୁ ଦେଶ ବିଦେଶରେ ପରିଚୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ କରାଯାଉଛି । ରାଜ୍ୟ ତଥା ଦେଶରେ ଅନେକ ପ୍ରଦର୍ଶନୀ କରିବା ସହ ବିଭିନ୍ନ ରାଜ୍ୟରୁ ବୁଣାକାରମାନଙ୍କୁ ଆଣି ଓଡ଼ିଶାର ହସ୍ତକଳା କାରିଗରୀ ସମ୍ପର୍କରେ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବୟାନ ଶିଳ୍ପ ଅଧିକାରୀ ଓ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ୨୩ ଜଣିଆ ବୁଣାକାର ଟିମ ଖୋର୍ଦ୍ଧାର ରାଉତପଡ଼ାରେ ପହଞ୍ଚି ଓଡ଼ିଶାର ହସ୍ତକଳାକୁ ଅତି ନିକଟରୁ ଦେଖିଛନ୍ତି । ହସ୍ତକଳା ସମ୍ପର୍କରେ ବୁଣାକାରମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜଗା ଶରଣରେ ମନମୋହନ, ଅନ୍ୟାୟ ବିରୋଧରେ ଲଢେଇ ପାଇଁ ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ

ରାଜସ୍ଥାନର ବୁଣାକାର ଟିମ ରାଉତପଡ଼ା ଗ୍ରାମରେ ପହଞ୍ଚିବା ପରେ ବୁଣାକାରଙ୍କ ପକ୍ଷରୁ ଫୁଲ, ଚନ୍ଦନ ଦେଇ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଲାଗି କପଡା ପ୍ରଦାନ କରାଯାଇଥିଲା । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ଲାଗି ବର୍ଷ ତମାମ ବିଭିନ୍ନ ବସ୍ତ୍ର ଏହି ରାଉତପଡାର ବୁଣାକାରମାନେ ପ୍ରସ୍ତୁତ କରିଥାନ୍ତି । ସେଇ କାରିଗରିକୁ ରାଜସ୍ଥାନ ବୁଣାକାରମାନେ ଦେଖିଥିଲେ ଏବଂ ଫଟୋ ମଧ୍ୟ ଉଠାଇ ଥିଲେ । ରାଉତପଡ଼ାର ବୁଣାକାରମାନେ କିପରି ମହାପ୍ରଭୁ ଜଗନ୍ନାଥଙ୍କ ଲାଗି ପାଟ୍ଟବସ୍ତ୍ର ପ୍ରସ୍ତୁତି କରୁଛନ୍ତି ତାର ଅନୁଧ୍ୟାନ କରିବା ସହ ସମସ୍ତ ହସ୍ତକଳା ଦେଖି ଆସିଥିବା ଟିମ ଖୁସିବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: BJD Appoints Observers: ଧର୍ମେନ୍ଦ୍ରଙ୍କୁ ଚେକ ଦେବେ ପ୍ରଣବ, ପୁନର୍ଗଠନ ହେଲା ବିଜେଡି ପର୍ଯ୍ୟବେକ୍ଷକ ତାଲିକା

ଓଡ଼ିଶାର ହସ୍ତତନ୍ତ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ । ବରଂ ଏହା ଦେଶ ବିଦେଶରେ ପ୍ରସିଦ୍ଧ ଅର୍ଜନ କରିଚାଲିଛି । ତେଣୁ ଓଡ଼ିଶାର ପାରମ୍ପରିକ ହସ୍ତକଳା ଓ ନୈପୁଣ୍ୟ କାରିଗରିକୁ ଦେଖିବାକୁ ରାଜସ୍ଥାନ ସରକାର ତାଙ୍କ ରାଜ୍ୟରୁ ବଛାବଛା ୨୩ ଜଣ ବୁଣାକାରଙ୍କୁ ଓଡ଼ିଶା ପଠାଇଛନ୍ତି । କିଭଳି ଭାବେ ବସ୍ତ୍ର ବୁଣାଯାଉଛି, କଣ ଏଠାକାର କାରିଗରି ଓ କୌଶଳ ସେ ସମ୍ପର୍କରେ ସ୍ଥାନୀୟ କାରିଗରଙ୍କଠାରୁ ଟିକିନିଖି ପଚାରି ବୁଝିଛନ୍ତି । ଏଥି ସହିତ ପ୍ରସ୍ତୁତି ସମୟର କିଛି ଚିତ୍ରକୁ ଉତ୍ତୋଳନ କରିଛନ୍ତି । ବୁଣାକାରମାନେ ରାଉତପଡ଼ା ଗ୍ରାମ ବୁଲି ଏବଂ ହସ୍ତତନ୍ତ ସମିତି ବଜାର ବୁଲି ସମସ୍ତ ଲୁଗା, ଗାମୁଛା, ଶାଢୀ, ପରଦା ଦେଖିଛନ୍ତି ଏବଂ ଏହି ହସ୍ତତନ୍ତର କାରିଗରି ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.