ETV Bharat / state

ଜଗା ଶରଣରେ ମନମୋହନ, ଅନ୍ୟାୟ ବିରୋଧରେ ଲଢେଇ ପାଇଁ ନେଲେ ମହାପ୍ରଭୁଙ୍କ ଆଶୀର୍ବାଦ

author img

By

Published : Mar 27, 2023, 8:55 AM IST

ପରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟର ନୂଆ ବିଜେପି ସଭାପତି ମନମୋହନ ସାମଲ । ସରକାରଙ୍କ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ନେଲେ ଆଶୀର୍ବାଦ । ଅଧିକ ପଢନ୍ତୁ

manmohan samal offer prayer to lord jagannath
manmohan samal offer prayer to lord jagannath

manmohan samal offer prayer to lord jagannath

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସଭାପତି ଭାବେ ଦାୟିତ୍ବ ନେବା ପରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସରକାରଙ୍କ ଦୁର୍ନୀତି, ଅନ୍ୟାୟ, ଅନୀତି ବିରୋଧରେ ଲଢେଇ କରିବା ପାଇଁ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ସେ ପୁରୀ ଆସିଥିବା ସେ ମତ ରଖିଛନ୍ତି । ନୂଆ ବିଜେପି ସଭାପତିଙ୍କ ସହ ବିଜେପିର ବହୁ ନେତା ଓ କର୍ମୀ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ ।

ମନମୋହନ ସାମଲ କହିଛନ୍ତି ଯେ,'' ବିଜେପିର ସମସ୍ତ କର୍ମୀ ଓ ନେତା ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ବିରୋଧରେ ଜୋରଦାର ଲଢେଇ କରିବା ପାଇଁ ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସଂକଳ୍ପ କରିଛୁ । ବିଜେପି ଏକ ଦାୟିତ୍ଵବାନ ବିରୋଧି ଦଳର କର୍ତ୍ତବ୍ୟ ତୁଲାଇ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ଲଢେଇ କରିବ । ଆଗାମୀ ନିର୍ବାଚନରେ ବିଜେପି ନୁହେଁ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶାର ସାଢେ଼ 4 କୋଟି ଓଡ଼ିଆ ଲଢେଇ କରିବେ । ''

''ସେହିପରି ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ସୁରକ୍ଷା ଓ ରତ୍ନ ଭଣ୍ଡାର ଖୋଲିବାରେ ରାଜ୍ୟ ସରକାରଙ୍କ ଅବହେଳାକୁ ସେ ନିନ୍ଦା କରିଛନ୍ତି । ଏନେଇ ବିଜେପି ସଚେତନ ଅଛି । ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗରେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ବିଜେପି ଘେରିବ ବୋଲି ମନମୋହନ ସାମଲ କହିଛନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଲୋକଙ୍କ ଭିତରେ ତୀବ୍ର ଜନ ଅସନ୍ତୋଷ ରହିଛି । ଓଡ଼ିଶାବାସୀଙ୍କୁ ଏକ ଦାୟିତ୍ବବାନ, ଲୋକାଭିମୁଖୀ ସରକାର ଦେବାକୁ ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛୁ । ରାଜ୍ୟରେ ସରକାର ପରିବର୍ତ୍ତନ ପାଇଁ ସଂକଳ୍ପ ନେଇଛୁ । ଆଗାମୀ ନିର୍ବାଚନ ଓଡ଼ିଶାବାସୀ ଲଢେଇ କରିବେ ଓ ମଧ୍ୟ ନେତୃତ୍ବ ନେବେ । ବିଜେପି କେବଳ ଲୋକଙ୍କୁ ସହଯୋଗ କରିବ । ଆଗାମୀ ନିର୍ବାଚନରେ ଓଡ଼ିଶାରେ ନିଶ୍ଚିତ ସରକାର ପରିବର୍ତ୍ତନ ହେବ । ବିଜେପି ଏକ ଲୋକାଭିମୁଖୀ ସରକାର ଗଢ଼ିବ ବୋଲି ମନମୋହନ କହିଛନ୍ତି। ''

ଶ୍ରୀ ମନ୍ଦିର ସିଂହ ଦ୍ଵାର ନିକଟରେ ମନମୋହନ ପହଞ୍ଚିବା ପରେ ବିଜେପି କର୍ମୀ, ନେତା ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପରେ ମନମୋହନ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରିଥଲେ । ଏହାପର ଶ୍ରୀ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥଲେ ମନମୋହନ । ପରେ ଶ୍ରୀ ମନ୍ଦିର ବେଢ଼ା ଭିତରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ସମୟରେ ମନମୋହନଙ୍କ ସହ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.