ETV Bharat / state

New Governor of Odisha: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ

author img

By ETV Bharat Odisha Team

Published : Oct 18, 2023, 10:28 PM IST

Updated : Oct 18, 2023, 11:04 PM IST

ଓଡିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ । ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ତୁଲାଉଛନ୍ତି ଦାୟିତ୍ବ । ଗତ ମେ ମାସ 30 ତାରିଖରୁ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ହୋଇଛି ଶେଷ । ଅଧିକ ପଢନ୍ତୁ

New Governor of Odisha: ରଘୁବର ଦାସ ହେଲେ ଓଡିଶାର  ନୂଆ ରାଜ୍ୟପାଳ
New Governor of Odisha: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ

ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ । ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ତୁଳାଉଛନ୍ତି ଦାୟିତ୍ବ । ଗତ ମେ ମାସ 30 ତାରିଖରୁ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ହୋଇଛି ଶେଷ । ସେହିପରି ଇନ୍ଦ୍ର ସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରା ରାଜ୍ୟର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି । ଉଭୟ ରାଜ୍ୟପାଳ ଯେଉଁ ଦିନ ଠାରୁ ଦାୟିତ୍ବ ନେବେ ସେହି ଦିନ ଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

3 ମେ 1955 ମସିହାରେ ଜନ୍ମ ଗ୍ରହଣ କରିଥିବା ରଘୁବର ଝାଡଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଛନ୍ତି । ସେ 4 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଝାଡଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରଘୁବର ପୁରା 5 ବର୍ଷ ନିଜ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏତତ ବ୍ୟତୀତ ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଆଦିବାସୀ ବହୁଳ ଝାଡଖଣ୍ଡର ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ବିଜେପିର ଜାତୀୟ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୁସଲମାନଙ୍କ ପରି ଅନ୍ୟମାନଙ୍କୁ ଧର୍ମାନୁଷ୍ଠାନ ପରିଚାଳନା କ୍ଷମତା ମାମଲା: ‘ବ୍ୟବସ୍ଥାପିକା କ୍ଷେତ୍ରାଧିକାରରେ ନ୍ୟାୟପାଳିକା ପ୍ରବେଶ କରିପାରିବ ନାହିଁ’

ଜୟ ପ୍ରକାଶ ନାରାୟଣ ଆନ୍ଦୋଳନରେ ସାମିଲ ହୋଇଥିବା ରଘୁବର ଛାତ୍ର ରାଜନୀତିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଜରୁରୀ ସ୍ଥିତିରେ ସେ ଜେଲ ମଧ୍ୟ ଯାଇଛନ୍ତି । ପରେ 77 ମସିହାରେ ଜନତା ପାର୍ଟିରେ ଯୋଗ ଦେଇ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିଲେ । ଏତତ ବ୍ୟତୀତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜଣେ ପ୍ରଚାରକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ରଘୁବର ଦାସ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ପ୍ରତିଷ୍ଠାତା ସଦସ୍ୟ । 1980ରେ ଦଳ ଗଠନ ସମୟରୁ ହିଁ ବିଜେପି ସହିତ ସାମିଲ ହୋଇଥିଲେ । ରଘୁବର ପ୍ରଥମ ଥର ପାଇଁ ଅବିଭାଜିତ ବିହାରର ପୂର୍ବ ଜାମସେଦପୁର(ବର୍ତ୍ତମାନ ଝାଡଖଣ୍ଡରେ) ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ 2004 ମସିହାରେ ଝାଡଖଣ୍ଡ ବିଜେପିର ମୁଖ୍ୟ ଭାବେ କାମ କରିଥିଲେ ।

ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟର ଜଣେ ଲୋକପ୍ରିୟ ରାଜ୍ୟପାଳ ଭାବେ ପରିଚିତ । ନିଜ କାର୍ଯ୍ୟକାଳକୁ ଅତି ଚମତ୍କାର ଢଙ୍ଗରେ ଶେଷ କରିଛନ୍ତି ଗଣେଶୀ ଲାଲ । 5 ବର୍ଷରେ ପ୍ରାୟ ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବା ସହିତ ବହୁ ଦିଗଦର୍ଶନ ସରକାର ଓ ରାଜ୍ୟବାସୀଙ୍କୁ ଦେଇଛନ୍ତି । ଜଣେ ଜ୍ଞାନୀ, ବିଦ୍ବାନ, ଧର୍ମ ପରାୟଣ ଓ ସରଳ ବ୍ୟକ୍ତିତ୍ବ ଭାବେ ବିଦାୟୀ ରାଜ୍ୟପାଳ ଗଣେଶୀ ଲାଲ ପରିଚିତ ଥିଲେ । ତାଙ୍କର ସେବା ଓ ସରଳତାକୁ ରାଜ୍ୟବାସୀ ସବୁବେଳେ ମନେ ରଖିବେ ।

Last Updated : Oct 18, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.