ETV Bharat / state

ସରକାରୀ ସ୍କୁଲରେ ଆରମ୍ଭ ହେବ କୋର୍ଡିଂର ପାଇଲଟ୍ ପ୍ରକଳ୍ପ

author img

By

Published : Dec 4, 2022, 10:37 AM IST

ରାଜ୍ୟର ସରକାରୀ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ଡିଂର ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବ । ଏଥିପାଇଁ ସହଯୋଗ କରିବ ୟୁନିଭର୍ସିଟି ଅଫ୍ ବର୍କଲି । ଅଧିକ ପଢନ୍ତୁ

ସରକାରୀ ସ୍କୁଲରେ ଆରମ୍ଭ ହେବ କୋର୍ଡିଂର ପାଇଲଟ୍ ପ୍ରକଳ୍ପ
ସରକାରୀ ସ୍କୁଲରେ ଆରମ୍ଭ ହେବ କୋର୍ଡିଂର ପାଇଲଟ୍ ପ୍ରକଳ୍ପ

ଭୁବନେଶ୍ବର: ରାଜ୍ୟ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ହୋଇ ରହିନାହିଁ । ଏହା ଏବେ ବାସ୍ତବ । ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଂସ୍କାର ପଦକ୍ଷେପର ସଫଳତା ସ୍ପଷ୍ଟ ବାରି ହେଉଛି । ସମ୍ପ୍ରତି ଆମର ସରକାରୀ ସ୍କୁଲଗୁଡ଼ିକ ଦେଶର କୋଣ ଅନୁକୋଣରେ ଥିବା ସ୍କୁଲଗୁଡ଼ିକୁ କଡ଼ା ଟକ୍କର ଦେଉଛନ୍ତି । ଶିକ୍ଷାରେ ନବସୃଜନ ରାଜ୍ୟର ୟୁଏସ୍‌ପି । ମେକ୍ ଇନ୍ ଓଡ଼ିଶା କନ୍‌କ୍ଳେଭର ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ମେକ ଇନ ଓଡ଼ିଶାରେ ୟୁନିଭର୍ସିଟି ଅଫ୍ ବର୍କଲି ଏକ ଆଗ୍ରହ ପତ୍ର ଦାଖଲ କରିଛି । ଏହା ଅନ୍ତର୍ଗତ ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ଡିଂର ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୩୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏନେଇ ଏକ କମିଟି ଗଠନ କରି ଏହା ଉପରେ ରାଜ୍ୟ ସରକାର ବିଚାର କରିବେ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ ଅଶ୍ୱସ୍ତି ଏସ ସୂଚନା ଦେଇଛନ୍ତି ।

ସରକାରୀ ସ୍କୁଲରେ ଆରମ୍ଭ ହେବ କୋର୍ଡିଂର ପାଇଲଟ୍ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ମୋ ସ୍କୁଲ ପାଇଁ କପି ଟେବୁଲ ବୁକ୍ ଉନ୍ମୋଚନ କରିଛନ୍ତି । ଏ ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ଟି ଏକାଡେମିକ ବିଲ୍‌ ଏବଂ ୩୨ ଛାତ୍ରୀବାସକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଉନ୍ନତ କରିବା ପାଇଁ ୩୦ ଜିଲ୍ଲାରେ ୬.୫୧ କୋଟି ଟଙ୍କା ବିନିଯୋଗରେ ସାଧନ କେନ୍ଦ୍ର ବା ରିସୋର୍ସ ସେଣ୍ଟର ଶୁଭାରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ । ଏହା ବର୍ତ୍ତମାନ ଏକ ବାସ୍ତବତା । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫-ଟି’ ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି । ଆଜି ଆମ ଓଡ଼ିଶାର ସରକାରୀ ସ୍କୁଲଗୁଡିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି ।'' ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ ବୋଲି ମେକ ଇନ ଓଡିଶା କନକ୍ଲେଭର ଉଦଯାପନୀ ସନ୍ଧ୍ୟାରେ ‘ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ’ ଅଧିବେଶନରେ ସେ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ''ଆମର ବିଦ୍ୟାଳୟ ୫-ଟି’ ଉପକ୍ରମରେ ରୂପାନ୍ତରଣ ହୋଇଛି । ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ‘୫-ଟି’ ବେଶ୍‍ ଉପାଦେୟ ହୋଇଛି । ସରକାରୀ ସ୍କୁଲର ରୂପାନ୍ତରଣ କରାଯାଇ ଏହାକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ ପରିଣତ କରାଯିବା । ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାରେ ୧୫% ସ୍ଥାନ ସଂରକ୍ଷଣ ପରି ବ୍ୟବସ୍ଥା କରାଯାଇଛି । ଆଜି ଆମର ସ୍ମାର୍ଟ ଶ୍ରେଣୀଗୃହ, ସୁ-ବିକଶିତ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ, ଉନ୍ନତ କ୍ରୀଡା ଭିତ୍ତିଭୂମି ଏବଂ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଅନୁକୂଳ କ୍ୟାମ୍ପସ୍ ରହିଛି । ୫-ଟି’ ନୀତିଦ୍ବାରା କରାଯାଇଥିବା ଉନ୍ନତ ବ୍ୟବସ୍ଥା ପରେ ପିଲାମାନଙ୍କ ପାଇଁ ନୂତନ ଆକାଂକ୍ଷା ଖୋଲିବା ସହ ପାଠପଢା କ୍ଷେତ୍ରରେ ମଧ୍ୟ ବେଶ୍ ଉନ୍ନତି ଆସିଛି । ଏଥିସହିତ ବର୍ତ୍ତମାନ ରାଜ୍ୟରେ ପୂର୍ବ ଅପେକ୍ଷା ସରକାରୀ ବିଦ୍ୟାଳୟରେ ନାମଲେଖା ବହୁପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ।''

ଓଡ଼ିଶାର ଦୂରଦୃଷ୍ଟିସମ୍ପନ୍ନ ‘ମୋ ସ୍କୁଲ’ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପଦକ୍ଷେପ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣି ଜାତୀୟ ପ୍ଲାଟଫର୍ମରେ ଇତିହାସ ସୃଷ୍ଟି କରିଛି । ଆମର ବିଦ୍ୟାଳୟ ଗୁଡ଼ିକ ଜାତୀୟ ବିଦ୍ୟାଳୟ ମାନ୍ୟତା ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ମୋ ସ୍କୁଲ ପଦକ୍ଷେପ, ବିଶ୍ୱର ସର୍ବବୃହତ ଆଲୁମିନି ସଂଯୋଗ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ପାଲଟିଛି । ବର୍ତ୍ତମାନ ୩୦ ଲକ୍ଷରୁ ଅଧିକ ଆଲୁମିନି ସଦସ୍ୟଙ୍କ ସାହାଯ୍ୟରେ ଓଡିଶାର ୫୦ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟକୁ ନବୀକରଣ କରାଯାଉଛି । ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମିଶନ୍ ସହିତ ୩୧୫ ଆଦର୍ଶ ବିଦ୍ୟାଳୟ ଏବଂ ଗୋଟିଏ ଆଇକନ୍ OAV ରାଜ୍ୟରେ କାର୍ଯ୍ୟକ୍ଷମ ରହିଛି । ଓଡିଶାର ଭବିଷ୍ୟତ ପିଢି ପାଇଁ ସର୍ବୋତ୍ତମ ଭିତ୍ତିଭୂମି ଯୋଗାଇବା ପାଇଁ ଆମ ସରକାର ଆହୁରି ମଧ୍ୟ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.