ETV Bharat / state

Notes Exchange Deadline: ସରିଲାଣି ସମୟ ଅବଧି, ୨୦୦୦ ଟଙ୍କିଆ ନୋଟ ବଦଳ ପାଇଁ RBI କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ

author img

By ETV Bharat Odisha Team

Published : Oct 30, 2023, 5:44 PM IST

Updated : Oct 30, 2023, 6:13 PM IST

ଭୁବନେଶ୍ବର RBI କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଲାଇନ । ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପହଞ୍ଚିଲେ ଲୋକେ । ଅଧିକ ପଢନ୍ତୁ

long queue outside Bhubaneswar RBI Office
long queue outside Bhubaneswar RBI Office

୨୦୦୦ ଟଙ୍କିଆ ନୋଟ ବଦଳ ପାଇଁ RBI କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ବ୍ୟାଙ୍କ ଲମ୍ବା ଲାଇନ । ରାଜଧାନୀ ଭୁବନେଶ୍ବର ଆରବିଆଇ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନୋଟ ବଦଳେଇବା ପାଇଁ ଲାଗିଛି ଲୋକଙ୍କ ଲମ୍ବା ଧାଡି । ଅନ୍ୟ କେଉଁ ବ୍ୟାଙ୍କରେ ନୋଟ ବଦଳ ହେଉନଥିବା ବେଳେ କେବଳ ଦେଶରେ ଥିବା RBIର ୧୯ଟି କାର୍ଯ୍ୟାଳୟରେ ନୋଟ ବଦଳ ହୋଇପାରିବ । ତେବେ ଓଡ଼ିଶା ଆରବିଆଇ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଲୋକେ ନୋଟ ବଦଳାଇବା ପାଇଁ ଏଠାକୁ ଆସିଥିବା ଦେଖିବାକୁ ମିଳିଛି ।

ସେ ବ୍ରହ୍ମପୁର ହେଉ ଅବା କେନ୍ଦୁଝର ରାଜ୍ୟର ସବୁ ଜିଲ୍ଲାର ଲୋକମାନେ ସକାଳୁ ଆସି ଲମ୍ବାଧାଡି ଲଗେଇ ଛିଡା ହୋଇ ରହିଛନ୍ତି । ଲୋକ ଭିଡ଼କୁ ନେଇ ଧାଡ଼ି ଏଭଳି ଲମ୍ବିଛି ଯେ ଆରବିଆଇ ସମ୍ମୁଖରୁ ଆରମ୍ଭ ହୋଇ ରବୀନ୍ଦ୍ର ମଣ୍ଡପ ସମ୍ମୁଖ ଯାଏଁ ଏହି ଧାଡି ଲାଗିଛି । ଲୋକମାନେ ଘଣ୍ଟା ଘଣ୍ଟା ଧାଡି ଛିଡା ହୋଇଥିବା ବେଳେ ଟଙ୍କା ଫେରସ୍ତ ହୋଇପାରିବ କି ନାହିଁ ସେ ନେଇ ଆଶଙ୍କା କରିଛନ୍ତି । ଲମ୍ବା ଧାଡ଼ି ଯୋଗୁଁ ଗ୍ରାହକମାନେ ବିରକ୍ତ ଭାବ ପ୍ରକାଶ କରିଛନ୍ତି । କାହିଁକି ଲୋକଙ୍କୁ ଆରବିଆଇ ଏଭଳି ପ୍ରହସନ ମାଧ୍ୟମରେ ହଇରାଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିବା ବେଳେ ଆଉ ଅଧିକା କାଉଣ୍ଟର ଖୋଲି ନୋଟ ବଦଳି କରିବା ପାଇଁ କହିଛନ୍ତି ।

ଏହା ବି ପଢନ୍ତୁ- 2000 ଟଙ୍କିଆ ବଦଳର ଆଜି ଶେଷ ଦିନ; ଡେଡଲାଇନ ସରିଲା ପରେ ବି ଏମିତି କରିହେବ ଏକ୍ସଚେଞ୍ଜ

ଲୋକଙ୍କ ସୁବିଧାକୁ ନଜରରେ ରଖି ବଦଳି ଆରବିଆଇ କରିବା କଥା ବୋଲି ଦାବି କରିଛନ୍ତି । ଏହାସହ ଦୟାକରି ଗୋଟିଏ ଜାଗାରେ ଓଡ଼ିଶା ସାରା ଲୋକଙ୍କୁ ଏଭଳି ଏକାଠି ନକରି ଅନ୍ୟ ବ୍ରାଞ୍ଚକୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି ଲୋକେ । ଏଭଳି କଲେ ସ୍ଥାନୀୟ ଅଞ୍ଚଳରେ ଲୋକେ ପାଖ ବ୍ୟାଙ୍କକୁ ଯାଇ ନୋଟ ବଦଳାଇପାରିବେ ବୋଲି ଦାବି ହୋଇଛି । ତେବେ RBIର କାର୍ଯ୍ୟାଳୟ ଓଡ଼ିଶାରେ ପର୍ଯ୍ୟାପ୍ତ ନଥିବାରୁ ଅନ୍ୟ ବ୍ୟାଙ୍କ ଗୁଡିକ ପୁରୁଣା ନୋଟ ବଦଳାଇବା କଥା । କିନ୍ତୁ ତାହା ହୋଇପାରୁନଥିବାରୁ ଭୁବନେଶ୍ବରର ବ୍ରାଞ୍ଚରେ ଲୋକଙ୍କ ଭିଡ ଲାଗିଛି ।

ଏହା ବି ପଢନ୍ତୁ- ସପ୍ତାହେ ବଢିଲା 2000 ଟଙ୍କିଆ ନୋଟ ବଦଳ ଅବଧି

ସେହିପରି ଆରବିଆଇର ସୂଚନା ଅନୁସାରେ ଅନ୍ୟ କୌଣସି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳି ହୋଇପାରିବ ନାହିଁ । ଅକ୍ଟୋବର ୭ ତାରିଖ ୨୦୦୦ ଟଙ୍କିଆ ନୋଟ୍‌ ବଦଳର ଶେଷ ତାରିଖ ରହିଥିବା ବେଳେ ଦେଶବାସୀଙ୍କୁ ପୁଣି ଏକ ସୁଯୋଗ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କରେ ନୋଟ ଜମା କରିବା ଅବଧି ଶେଷ ହେବା ପରେ ମଧ୍ୟ ଗ୍ରାହକ ନୋଟ ଅଦଳବଦଳ କରିପାରିବେ । ଏକାକାଳୀନ ଜଣେ ଗ୍ରାହକ ୧୦ଟି ୨୦୦୦ ଟଙ୍କିଆ ନୋଟ ଅଦଳବଦଳ କିମ୍ବା ଡିପୋଜିଟ କରିପାରିବେ । ହେଲେ ସମୟ ଶେଷ ହୋଇସାରିଥିବାରୁ ଦେଶରେ ଥିବା RBIର ୧୯ଟି କାର୍ଯ୍ୟାଳୟରେ ଗ୍ରାହକ ନୋଟ ବଦଳ କିମ୍ବା ଡିପୋଜିଟ କରିପାରିବେ । ସେହି ୧୯ଟି ଆରବିଆଇ କାର୍ଯ୍ୟାଳୟ ଅହମ୍ମଦାବାଦ, ବେଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ବର, ଚଣ୍ଡିଗଡ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ଥିରୁଅନନ୍ତପୁରମରେ ଅବସ୍ଥିତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.