ETV Bharat / state

ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଉପରେ ସ୍ୱତନ୍ତ୍ର ଅଧିବେଶନ, ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ

author img

By

Published : Dec 3, 2022, 8:42 AM IST

ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଫର୍ ଫ୍ୟୁଚର୍ ରେଡି ଓଡ଼ିଶା ଉପରେ ଆଜି ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏଥିରେ ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଉପରେ ସ୍ୱତନ୍ତ୍ର ଅଧିବେଶନ: ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ
ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଉପରେ ସ୍ୱତନ୍ତ୍ର ଅଧିବେଶନ: ଅଭିଭାଷଣ ରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷାର ସର୍ବାଙ୍ଗୀନ ବିକାଶ ଉପରେ ହେବ ମାନସ ମନ୍ଥନ । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତରଣକୁ ଆଧାର କରି ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨’ରେ ଆଲୋଚନା ହେବ । କାର୍ଯ୍ୟକ୍ରମର ତୃତୀୟ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଟ୍ରାନ୍ସଫର୍ମିଂ ସ୍କୁଲ୍ ଏଜୁକେସନ ଫର୍ ଫ୍ୟୁଚର୍ ରେଡି ଓଡ଼ିଶା’(Transforming School Education for Future Ready) ଉପରେ ଆଜି ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ । ଏହି ଅଧିବେଶନରେ ରାଜ୍ୟ ଓ ଦେଶର ବିଶିଷ୍ଟ ଶିକ୍ଷାବିତ୍‌, ଶିକ୍ଷା ବିଶେଷଜ୍ଞ, ପୁଞ୍ଜି ନିବେଶକମାନେ ଯୋଗଦେଇ ଶିକ୍ଷାର ସର୍ବାଙ୍ଗୀନ ବିକାଶ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । କ୍ରୀଡ଼ା ଭଳି ଓଡ଼ିଶାକୁ ଦେଶର ‘ଶିକ୍ଷା ହବ୍‌’ରେ ପରିଣତ କରିବାର ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଉପସ୍ଥିତ ନିବେଶକାରୀ ଏବଂ ଶିକ୍ଷା ବିଶେଷଜ୍ଞମାନଙ୍କୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି ଏସ୍‌. ଏହି ଅଧିବେଶନକୁ ପରିଚାଳନା କରିବେ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା(ଶିକ୍ଷା) ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ, ଲାଙ୍ଗୁଏଜ୍ ଆଣ୍ଡ୍ ଲର୍ଣ୍ଣିଂ ଫାଉଣ୍ଡେଶନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡ. ଧୀର୍ ଝିଙ୍ଗ୍‌ରାନ୍ ଏବଂ ସେଣ୍ଟ୍ରାଲ୍ ସ୍କୋୟାର ଫାଉଣ୍ଡେଶନର ବରିଷ୍ଠ ପରାମର୍ଶଦାତା ଏବଂ ବୋର୍ଡ ସଦସ୍ୟା ଜୟଶ୍ରୀ ଓଜା ଯୋଗଦେଇ ବିଦ୍ୟାଳୟ ଶିକ୍ଷା ଏବଂ ଭବିଷ୍ୟତର ଓଡ଼ିଶା ଗଠନରେ ଶିକ୍ଷାର ଭୂମିକା ଉପରେ ପୁଙ୍ଗାନୁପୁଙ୍ଖ ଆଲୋଚନା କରିବେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଓଡ଼ିଶାରେ ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘5T ହାଇସ୍କୁଲ୍ ଟ୍ରାନ୍ସଫରମେସନ’ ଉପରେ ଅଭିଭାଷଣ ରଖିବେ । ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ଦିଗରେ ଓଡ଼ିଶା ଗ୍ରହଣ କରିଥିବା ପଦକ୍ଷେପ ଏବଂ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଓଡ଼ିଶାରେ ରହିଥିବା ସୁଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବେ । ଏହି ଅବସରରେ ‘ହାଇସ୍କୁଲ୍ ଟ୍ରାନ୍ସଫରମେସନ’ ଉପରେ ପର୍ଯ୍ୟବେସିତ ଏକ କଫି ଟେବୁଲ୍ ବୁକ୍ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଏକ କଫିଟେବୁଲ୍ ବୁକ୍ ଓ କ୍ୟାଲେଣ୍ଡର୍ ଉନ୍ମୋଚନ କରିବେ । ଏହି ଅଧିବେଶନରେ ରାଜ୍ୟ ଓ ରାଜ୍ୟ ବାହାରୁ ୨ ହଜାରରୁ ଊର୍ଦ୍ଧ୍ୱ କର୍ପୋରେଟ୍ ସଂସ୍ଥା, ଶିକ୍ଷା ବିଶେଷଜ୍ଞ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଅନ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.