ETV Bharat / state

ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

author img

By

Published : Oct 29, 2022, 10:43 PM IST

ଘରକୁ ଫେରୁଥିବା ବେଳେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଚିପ୍ସ ବୋଝେଇ ଟ୍ରକ । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଖୋର୍ଦ୍ଧା: ଜିଲ୍ଲାରେ ଅଭାବନୀୟ ଘଟଣା, ବାଇକ ଆରୋହୀଙ୍କୁ ଧକ୍କା ଦେଲା ଚିପ୍ସ ବୋଝେଇ ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ହରିଚନ୍ଦନ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ବାଘମାରୀ ଥାନା କୋଟପଲ୍ଲା ଗ୍ରାମର ବାନାମ୍ବର ସାହୁ ।

ମିଳିଥିବା ସୂଚନା ଅନୁଯାୟୀ, ବାନାମ୍ବର ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ଖୋର୍ଦ୍ଧା ବଜାରରେ ଆଖୁ ରସ ବିକ୍ରୀ କରିଥାନ୍ତି। ପ୍ରତିଦିନ ଭଳି ଆଜି ମଦ୍ୟ ଆଖୁରସ ବିକ୍ରୀ କରିସାରିବା ପରେ ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସାରୁଅ ହରିଚନ୍ଦନ ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗ କଳାପଥର ପାର୍ଶ୍ଵରୁ ଏକ ହାଇୱା ଚିପିସ ବୋଝେଇ ଟ୍ରସ ଆସି ବାନାମ୍ବରଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଗାଡି ରଖି ଫେରାର ହୋଇଯାଇଥିଲା। ବାନାମ୍ବର ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଖବର ପାଇ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟଣାଇଥିବା ହାଇୱାକୁ ଜବତ କରିଥିଲା। ମୃତ ବାନାମ୍ବରଙ୍କ ପୁଅ ମନୋଜ କୁମାର ସାହୁ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନମ୍ବର ୧୪୮/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଆସନ୍ତାକାଲି(ରବିବାର) ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ-ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା କହିଲେ ମୁଖ୍ୟମନ୍ତ୍ରୀ

ସେହିପରି ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାରେ ସଡକ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଛକ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଉପରେ କୋଇଲା ବୋଝେଇ ଟ୍ରକ ଚଢିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦୁଇଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ ନମ୍ବରରୁ ଅନୁମାନ କରାଯାଉଥିଲା । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଓ ତତକ୍ଷଣାତ ରାସ୍ତା ଡାଇଭର୍ସନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା ।ଏହାର ପ୍ରତିବାଦରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଦୁର୍ଘଟଣା ସ୍ଥାନରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

ଖୋର୍ଦ୍ଧା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.