ETV Bharat / state

Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ

author img

By

Published : Dec 4, 2022, 7:33 AM IST

ଓଡ଼ିଶାର ଚକ୍ରାକାର ଅର୍ଥନୀତିରେ ୨୩୭୨.୩୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କଲେ ନିବେଶକ । ଅଧିକ ପଢନ୍ତୁ

Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ
Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ପୂର୍ବଭାରତର ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ନିରନ୍ତର ପ୍ରଗତି ଉପରେ ଓଡ଼ିଶା ସରକାର ସବୁବେଳେ ବିଶ୍ୱାସ କରିଆସିଛନ୍ତି । ଓଡ଼ିଶାର ଚକ୍ରାକାର ଅର୍ଥନୀତିରେ ୩୯ଟି ପ୍ରକଳ୍ପ ମାଧ୍ୟମରେ ୨୩୭୨.୩୭ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ମାଧ୍ୟମରେ ୩୨୦୦ରୁ ଊର୍ଦ୍ଧ୍ବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ(Forest Minister Pradip Amat) । ଏହାସହ ନାଲ୍‌କୋ, ଇଫ୍‌କୋ, ଜେଏସ୍‌ଡବ୍ଲୁୁ ସିମେଣ୍ଟ, ରୁନାୟା ରିଫାଇନିଂ, ଟାଟା, ବେଦାନ୍ତ, ହିଣ୍ଡାଲ୍‌କୋ ସମେତ ଅନେକ ଶିଳ୍ପାନୁଷ୍ଠାନ ରାଜ୍ୟରେ ଚକ୍ରାକାର ଅର୍ଥନୀତିରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ
Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ

ସରଳ ଭାଷାରେ ଚକ୍ରାକାର ଅର୍ଥନୀତିର ଅର୍ଥ ହେଉଛି, କୌଣସି ବସ୍ତୁର ପୁନଃବ୍ୟବହାର ବା ପୁନଃଚକ୍ରଣ । ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି, ''ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା, ତା ସହିତ ଷ୍ଟାର୍ଟଅପ୍‌ମାନଙ୍କ ସହ ହାତ ମିଳାଇ ରାଜ୍ୟର ଚକ୍ରାକାର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଆଶା ରଖିଛନ୍ତି । ବର୍ତ୍ତମାନର ଦ୍ରୁତ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା(Converting Waste Into Wealth) ।''

ଏହାମଧ୍ୟ ପଢନ୍ତୁ: Make In Odisha: ଓଡିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ

Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ
Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ

ଫ୍ଲାଏ ଆସ୍‌, ଷ୍ଟିଲ୍‌ ସ୍କ୍ରାପ୍‌, ଜିପ୍‌ସମ୍‌, ନାଲି କାଦୁଅ, ପ୍ଲାଷ୍ଟିକ୍‌, ସ୍ଲାଗ୍‌ ଆଦି ବର୍ଜ୍ୟବସ୍ତୁ ସମୂହକୁ ସିମେଣ୍ଟ ଓ ଇଟା ତିଆରିରେ ଓଡ଼ିଶାର କିଛି ସ୍ଥାନରେ ବ୍ୟବହାର କରାଯାଉଛି । ଏ ଦିଗରେ ଅଧିକ ସମନ୍ୱିତ ପ୍ରୟାସ ଆବଶ୍ୟକ । ଓଡ଼ିଶା ସରକାର ହୃଦୟଙ୍ଗମ କରିଛନ୍ତି । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ଓଡ଼ିଶାରେ ବର୍ଜ୍ୟବସ୍ତୁକୁ ବ୍ୟବହାରଯୋଗ୍ୟ ସଂପଦରେ ପରିଣତ କରିବା ପାଇଁ ଅନେକ ସୁଯୋଗ ରହିଛି । ଓଡ଼ିଶାରେ ବିଭିନ୍ନ ସୂତ୍ରରୁ ପ୍ରାୟ ୮୫ ମିଲିୟନ୍‌ ଟନ୍‌ ବର୍ଜ୍ୟବସ୍ତୁ ସଂଗୃହୀତ ହେଉଛି । ଆମେ ସମସ୍ୟାକୁ ସମ୍ଭାବନାରେ ପରିଣତ କରିବା ପାଇଁ ବଦ୍ଧପରିକର ହେବା ଆବଶ୍ୟକ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଛନ୍ତି ।

Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ
Make in Odisha Conclave: ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ଟଙ୍କା ନିବେଶ ଆଗ୍ରହ

ଏହି ଅବସରରେ ଅତିଥିମାନେ ଏକ ନଲେଜ୍‌ ପେପରର ଉନ୍ମୋଚନ କରିଛନ୍ତି । ବିଶିଷ୍ଟ ବକ୍ତା ଡ. ବି.ଏନ୍‌. ମହାପାତ୍ର, ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଇଫ୍‌କୋ ପାରାଦୀପର ନିର୍ଦ୍ଦେଶକ କେ.ଜେ. ପଟେଲ୍‌, ଆଦିତ୍ୟ ବିର୍ଲାର ଦୀକ୍ଷ୍‌ସା ଭାଟସ୍‌, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଶୋକ କୁମାର ଶର୍ମା ଓ ଅନ୍ୟମାନେ ଓଡ଼ିଶାକୁ କ୍ରଡଲ ଟୁ କ୍ରଡଲ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ଆବଶ୍ୟକ ପଦ୍ଧତି ଓ ଚିନ୍ତାଧାରା ଉପରେ ଆଲୋଚନା କରିଥିଲେ । ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା ପାଇଁ ସବୁଠାରୁ ଅଧିକ ସୁଯୋଗ ରହିଛି । ଏ ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.