ETV Bharat / state

Odisha Weather: ଆସୁଛି ପଶ୍ଚିମା ଝଡ଼, ୧୫ରୁ ବର୍ଷା ସମ୍ଭାବନା

author img

By

Published : Mar 11, 2023, 5:46 PM IST

ଏବେ ରାଜ୍ୟରେ ପଶ୍ଚିମା ଝଡ଼ ଅନୁଭୂତ ହେଉଥିବା ବେଳେ ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଏହା ପ୍ରଭାବରେ ଆସନ୍ତା ୧୫ରୁ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Odisha Weather
Odisha Weather

Odisha Weather: ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସୁଛି ଆଉ ଏକ ପଶ୍ଚିମା ଝଡ । ଏହାର ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ଏବେ ବି କିଛି ଅଂଚଳରେ ପଶ୍ଚିମା ଝଡର ପ୍ରବାହ ରହିଥିବା ବେଳେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି । ଅନ୍ୟ ଏକ ପଶ୍ଚିମା ଝଡ଼ ଆସୁଥିବାରୁ ଆଜିଠୁ କମିବ ଏବେ ରାଜ୍ୟରେ ଅନୁଭୂତ ହେଉଥିବା ପଶ୍ଚିମା ଝଡ଼ର ପ୍ରଭାବ । ପଶ୍ଚିମା ଝଡ଼ ପରେ ପାଗ ବଦଳିବା ସହିତ ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୯ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଳାର ଖଜୁରୀପଡ଼ାରେ ସର୍ବାଧିକ ୨୭.୭ ମିଲିମଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପୁଣି ୧୫ ତାରିଖରୁ ରାଜ୍ୟରେ ରହିବ ପଶ୍ଚିମା ଝଡ଼ ପ୍ରଭାବ। ପୁଣି ଉପକୂଳ ଓଡ଼ିଶାରେ ହେବ ବର୍ଷା । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- Bulldozer Action: ଗ୍ୟାଙ୍ଗଷ୍ଟର ଟିମନର ବାସଭବନ ଓ ଅଫିସ ଉପରେ ଚଢିଲା ବୁଲଡୋଜର

ଏଥିସହ ଆସନ୍ତାକାଲିଠାରୁ ୨ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଏହାକୁ ନେଇ ରାଜ୍ୟରେ ପୁଣି ତାତି ବଢିବ । ଗତକାଲି ଭୁବନେଶ୍ଵରରେ ଦିନ ତାପମାତ୍ରା ୩୨.୨ ଡିଗ୍ରୀ ରହିଥିବା ବେଳେ ଆଜି ୩୫ ରୁ ୩୬ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ରହିଛି । ସେହିପରି ମାର୍ଚ୍ଚରେ କାଳବୈଶାଖୀର ପ୍ରଭାବ ଓଡ଼ିଶା ଉପରେ ନଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବରେ କମୁଛି ତାପମାତ୍ରା । କିଛି ମାତ୍ରାରେ ଖରାରୁ ଆଶ୍ବସ୍ତି ମିଳିଛି । ମାତ୍ର ପଶ୍ଚିମା ଝଡ଼ ପରେ ତାତି ବଢିବା ନେଇ ଆଶଙ୍କା କରାଯାଇଛି ।

ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, "ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ଜିଲ୍ଲା ଥିଲା ଝାରସୁଗୁଡ଼ା । ଯେଉଁଠି ତାପମାତ୍ରା ରହିଥିଲା ୩୭.୦ ଡିଗ୍ରୀ । ତେବେ ଆସନ୍ତା ୫ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ହେବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, କୋରାପୁଟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖରୁ ପାଗ ଶୁଖିଲା ରହିବ । ସେହିପରି ୧୫ ତାରିଖରୁ ପୂର୍ବାଞ୍ଚଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.