ETV Bharat / state

ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକୁ ଗାଁ ଗାଁରେ ଅବଗତ କରାଇବ ବିଜେପି ମହିଳା ମୋର୍ଚ୍ଚା

author img

By

Published : Jan 11, 2023, 1:17 PM IST

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇଚାଲିଛି ମହିଳା ସମସ୍ୟା । ଏହି ପ୍ରସଙ୍ଗରେ ଗତକାଲି ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକୁ ଗାଁ ଗାଁରେ ଅବଗତ କରାଇବ ବିଜେପି ମହିଳା ମୋର୍ଚ୍ଚା
ସରକାରଙ୍କ ମହିଳା ବିରୋଧୀ କାର୍ଯ୍ୟକୁ ଗାଁ ଗାଁରେ ଅବଗତ କରାଇବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ସରକାର ମହିଳା ଓ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଓଡ଼ିଶା ସରକାର ଭୋଟ ରାଜନୀତି କରି ମହିଳାଙ୍କୁ ପଛରେ ରଖୁଛନ୍ତି । ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକୁ ଗାଁ ଗାଁରେ ଅବଗତ କରାଇବ ବିଜେପି ମହିଳା ମୋର୍ଚ୍ଚା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ।

ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇଚାଲିଛି ମହିଳା ସମସ୍ୟା । ଏହି ପ୍ରସଙ୍ଗରେ ଗତକାଲି ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ସମୀର କହିଛନ୍ତି ଯେ, ମହିଳା ସଶକ୍ତୀକରଣକୁ ନେଇ କେନ୍ଦ୍ରରେ ମୋଦି ସରକାର ପ୍ରତିଶୃତିବଦ୍ଧ । ଦେଶର ମାଆ ଓ ଭଉଣୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସହିତ ରାଷ୍ଟ୍ର ନିର୍ମାଣରେ ତାଙ୍କ ଅବଦାନ ସୁନିଶ୍ଚିତ ହୋଇପାରିଲେ ଯାଇ ବାସ୍ତବରେ ସଶକ୍ତୀକରଣ ସମ୍ଭବ ହୋଇପାରିବ । ଏଥି ପାଇଁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ଜରିଆରେ ସଂପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

ଅନ୍ୟପଟେ ଓଡିଶାରେ ଭୋଟ ସର୍ବସ୍ୱ ରାଜ୍ୟ ସରକାର ସମସ୍ତ ନୀତି ନିୟମକୁ ଉଲ୍ଲଘଂନ କରି, ଶିଷ୍ଟାଚାରକୁ ଭୁଲି ଯାଇ ଯୋଜନାକୁ ‘ମିଶନ ଶକ୍ତି’ ନାମରେ ବ୍ରାଣ୍ଡିଂ କରି ଭୂଆଁ ବୁଲାଉଛନ୍ତି । କପି ପେଷ୍ଟର ବିଜେଡି ସରକାର କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି । ପ୍ରକୃତ ପକ୍ଷେ କୌଣସି ଯୋଜନାବଦ୍ଧ ଉଦ୍ୟମ ନାହିଁ ।

ସେହିପରି ମୋଦି ସରକାରଙ୍କ ସମସ୍ତ ଜନହିତକର ଯୋଜନାଗୁଡିକୁ ନିଜ ନାମରେ ବ୍ରାଣ୍ଡି କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଏହାର ସୁଫଳରୁ ବଂଚିତ କରି ଶାସକ ବିଜେଡିର କର୍ମୀମାନଙ୍କୁ ଲାଭାନ୍ୱିତ କରାଯାଉଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଜନବିରୋଧୀ ଅଟେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଚାଉଳଠାରୁ ଆରମ୍ଭ କରି ବାସଗୃହ, ପାଇଖାନା, ପାନୀୟ ଜଳ ଭଳି ଅନେକ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ପ୍ରଚାର କରୁଛନ୍ତି ରାଜ୍ୟ ସରକାର । ରାଜ୍ୟର ମା ଓ ଭଉଣୀଙ୍କୁ ସଶକ୍ତୀକରଣ କରିବା ବଦଳରେ ଶୋଷଣ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କ ମହିଳା ଓ ଜନ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ରାଜ୍ୟର ଗାଁ ଗାଁକୁ ଯାଇ ଅବଗତ କରିବେ ବୋଲି ସମୀର କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାପତି ଅନୀତା ପଟ୍ଟନାୟକ, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମହିଲା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣି, ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜିକା ଶତରୂପା ମିଶ୍ରଙ୍କ ସମେତ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.