ETV Bharat / state

ବେକାରୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରେସମିଟ

author img

By

Published : Jan 18, 2023, 6:43 PM IST

ବିଜେପି କହିଛି କିଛି ଦିନ ତଳେ ଷ୍ଟାର୍ଟ ଅପ ମେଳାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ରାଜ୍ୟରେ ଯେତେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ତାକୁ କାର୍ଯ୍ୟକାରୀ କରିବାରେ ସର୍ବଭାରତୀୟ ସ୍ତରରେ ଅଧିକ । ଓଡ଼ିଶାର ହାର 32 ପ୍ରତିଶତ ଥିବା ବେଳେ ସର୍ବ ଭାରତୀୟ ହାର 20 ପ୍ରତିଶତ । ଏ ତଥ୍ୟ ମନ୍ତ୍ରୀ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର। ଅଧିକ ପଢନ୍ତୁ

ବେକାରୀ ପ୍ରସଙ୍ଗରା ରାଜ୍ୟ ବିଜେପିର ପ୍ରେସମିଟ
ବେକାରୀ ପ୍ରସଙ୍ଗରା ରାଜ୍ୟ ବିଜେପିର ପ୍ରେସମିଟ

ଭୁବନେଶ୍ବର: ରାଜ୍ୟରେ ବେରୋଜଗାରୀକୁ ନେଇ ରାଜ୍ୟ ବିଜେପି ପ୍ରେସମିଟ କରିଛି । ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ତଥ୍ୟକୁ ନେଇ ବିଜେପି ଟାର୍ଗେଟ କରିଛି । ଦଳୀୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, "ଶିଳ୍ପମନ୍ତ୍ରୀ କହିଥିଲେ ମେକ ଇନ ଓଡିଶା କନକ୍ଲେଭ୍‌ରେ ଯେତେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ତାକୁ କାର୍ଯ୍ୟକାରୀ କରିବାରେ ସର୍ବ ଭାରତୀୟ ସ୍ତରରେ ଅଧିକ । ଓଡ଼ିଶାର ହାର 32% ଥିବା ବେଳେ ସର୍ବ ଭାରତୀୟ ହାର 20% ।" ତେବେ ଏହି ତଥ୍ୟ ମନ୍ତ୍ରୀ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଛି ବିଜେପି ।

ବିଜେପି କହିଛି "କିଛି ଦିନ ତଳେ ଷ୍ଟାର୍ଟ ଅପ ମେଳାରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ଯେତେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ତାକୁ କାର୍ଯ୍ୟକାରୀ କରିବାରେ ସର୍ବଭାରତୀୟ ସ୍ତରରେ ଅଧିକ । ଓଡ଼ିଶାର ହାର 32% ଥିବା ବେଳେ ସର୍ବ ଭାରତୀୟ ହାର 20% । ଏହି ତଥ୍ୟ ମନ୍ତ୍ରୀ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର । ମେକ ଇନ ଓଡିଶାରେ 7,28,681 ନିଯୁକ୍ତିର ଆଶ୍ଵାସନା ଦିଆଯାଇଥିଲା । ହେଲେ ପାଇଲେ ମାତ୍ର 5 ହଜାର 878 । କନ୍‌କ୍ଳେଭ ପାଇଁ ଅଫିସର ମାନେ ବିଦେଶ ଗସ୍ତ କରୁଛନ୍ତି, ହେଲେ ଫଳ ଶୂନ । 2019-2022 ମଧ୍ୟରେ ମାତ୍ର 14.8 କୋଟି ବିଦେଶୀ ପୁଞ୍ଜି ଆସିଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ । ସାରା ଦେଶରେ 88,000 ଷ୍ଟାର୍ଟ ଅପ ଚିହ୍ନଟ ହୋଇଛନ୍ତି ହେଲେ ଓଡ଼ିଶାରେ ମାତ୍ର 1434 । 1434 ଭିତରୁ 101ଟି ସହାୟତା ଦେଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏଭଳି ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଆରବିଆଇ ତଥ୍ୟ ଅନୁସାରେ ଭାରତ ବର୍ଷର ଗ୍ରାମାଞ୍ଚଳରେ ପ୍ରତି ହଜାରରେ 33 ଜଣ ବେକାରୀ ଥିବା ବେଳେ ଓଡ଼ିଶାରେ ହାର 50 । ସହରାଞ୍ଚଳ ଭାରତରେ ପ୍ରତି ହଜାରରେ 67 ଜଣ ବେକାରୀ ଥିବାବେଳେ ଓଡ଼ିଶା ସହରାଞ୍ଚଳରେ ହଜାରରେ 78 ଜଣ ବେକାରୀ ରହିଛନ୍ତି । ଅର୍ଥାତ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଓଡିଶାର ବେରୋଜଗାର ସଂଖ୍ୟା ସର୍ବ ଭାରତୀୟ ସମସ୍ୟା ଅପେକ୍ଷା ଅଧିକ ଉତ୍କଟ । CMIE ଭଳି ଅନାମଧେୟ ସଂସ୍ଥାର ପରିସଂଖ୍ୟାନରୁ ରାଜ୍ୟ ସରକାର ଉତଫୁଲ୍ଲିତ ହୁଅନ୍ତୁ ନାହିଁ । ତେଣୁ ଦୀର୍ଘ 22 ବର୍ଷ ଧରି ଓଡ଼ିଶାର ଜନସାଧାରଣ ଆଶୀର୍ବାଦ କରିଛନ୍ତି । ଓଡ଼ିଶାର ଯୁବକମାନଙ୍କୁ ରୋଜଗାରର ବ୍ୟବସ୍ଥା କରନ୍ତୁ । ସଂଖ୍ୟାକୁ ପରିସଂଖ୍ୟା ରୂପେ ଭାବନ୍ତୁ ନାହିଁ ବୋଲି ବିଜେପି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.