ETV Bharat / state

ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By ETV Bharat Odisha Team

Published : Nov 16, 2023, 7:18 PM IST

ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କହିଛନ୍ତି, ‘‘ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ଯୋଗୁଁ ଚିନିକଳ, ଝୋଟ କଳ ଓ ସୂତା କଳ ଭଳି କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଯାଇଛି । ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା ? 112ଟି ଶୀତଳ ଭଣ୍ଡାରରୁ ମାତ୍ର 8ଟି କାର୍ଯ୍ୟକ୍ଷମ ଅଛି । ଅଧିକ ପଢନ୍ତୁ

ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି
ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ବର: ଗତ 23 ବର୍ଷ ଭିତରେ ବିଜେଡି ସରକାର ଚାଷ ଜମିକୁ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି । ଅନାବୃଷ୍ଟି ଯୋଗୁଁ ମରୁଡ଼ି ଭଳି ବିପତ୍ତିର ସମ୍ମୁଖୀନ ହେଉଛନ୍ତି ଓଡ଼ିଶାର ଚାଷୀ । ଫସଲ ହାନୀ ପାଇଁ ଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ମାସେ ଭିତରେ 3 ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ରାଜ୍ୟର ଅନେକ ସ୍ଥାନରେ ମାସକ ଆଗରୁ ଧାନ ଅମଳ ହେବା ସତ୍ବେ ସରକାର ମଣ୍ଡି ଖୋଲି ନଥିବାରୁ ଧାନର ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଧାନ କିଣା ବିକାରେ କଟନି ଛଟନି କରି ଚାଷୀଙ୍କୁ ଶୋଷଣ କରାଯାଉଛି । ଚାଷୀଙ୍କ ସମ୍ପର୍କିତ ଏଭଳି 6 ଦଫା ଦାବିପାତ୍ର ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ପ୍ରଦାନ କରିଛି ଓଡିଶା ବିଜେପି କୃଷକ ମୋର୍ଚ୍ଚା ।

ଏନେଇ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ଯୋଗୁଁ ଚିନିକଳ, ଝୋଟ କଳ ଓ ସୂତା କଳ ଭଳି କୃଷି ଭିତ୍ତିକ ଶିଳ୍ପ ବନ୍ଦ ହୋଇଯାଇଛି । ରାଜ୍ୟ ସରକାରଙ୍କ ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା ? 112ଟି ଶୀତଳ ଭଣ୍ଡାରରୁ ମାତ୍ର 8ଟି କାର୍ଯ୍ୟକ୍ଷମ ଅଛି । ରାଜ୍ୟ ସରକାର କେନ୍ଦ୍ରକୁ ସମସ୍ତ କୃଷକଙ୍କ ନାମ ତାଲିକା ଦେଉନଥିବାରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର 30 ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଓ ବୀମା କମ୍ପାନୀ ମାନଙ୍କ ସହ ମିଶି ଅନୈତିକ ଭାବେ ଚାଷୀଙ୍କ ଟଙ୍କା ହଡ଼ପ କରୁଛନ୍ତି । ଯେଉଁଥିପାଇଁ ଫସଲ ବୀମା ଟଙ୍କା ପାଉନାହାନ୍ତି ଓଡ଼ିଶା ଚାଷୀ ।’’

ଅଧିକ ପଢନ୍ତୁ- ଭୋଟ ଆଗରୁ ପ୍ରତିଶୃତି, ଭୋଟ ସରିବା ପରେ କେବଳ ପ୍ରତାରଣା ଦେଇଛି ରାଜ୍ୟ ସରକାର: ବିଜେପି

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଚାଷୀଙ୍କ ଉନ୍ନତୀ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ରାଜ୍ୟ ସରକାର ତାହା ଓଡ଼ିଶାରେ କାର୍ଯ୍ୟକାରୀ କରିନାହାନ୍ତି । ଓଡ଼ିଶାର ଚାଷୀକୁଳ ଦୁଃଖ ଓ ନୈରାଶ୍ୟ ଭିତରେ କାଳାତିପାତ କରୁଛନ୍ତି । ଏହାର ଉଦାହରଣ ଯାଜପୁର ଜିଲ୍ଲା ଧର୍ମଶାଳାର ଚାଷୀ ନିତ୍ୟାନନ୍ଦ ପରିଡା, ନୟାଗଡ ଜିଲ୍ଲା ରଣପୁର ଚାଷୀ ଗୋବିନ୍ଦ ସାହୁ ଏବଂ ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାର ରମେଶ ଭୋଇ । ଏହି ତିନିଜଣ ଚାଷୀ ଫସଲହାନି ଓ ଋଣସୁଝିବା ଚିନ୍ତାରେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.