ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନା ନାଗ ମାମଲାକୁ ନେଇ କମ୍ପିବ ଗୃହ

author img

By

Published : Nov 24, 2022, 9:14 AM IST

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଆଜିଠୁ ବିଧାନସଭା ଶୀତ ଅଧିବେଶନ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ରାଜ୍ୟ ପୋଲିସର ନିଷ୍କ୍ରିୟତାକୁ ନେଇ ଶାସକ ଦଳକୁ ଘେରିବେ ବିରୋଧି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ(Odisha Assembly Winter Session) । ଷୋଡଶ ବିଧାନସଭାର 11 ତମ ଅଧିବେଶନରେ ମୋଟ 33 ଟି କାର୍ଯ୍ୟଦିବସ ରହିଛି । ଆଜି(ଗୁରୁବାର) ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2022/23 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ । ଏହାପରେ ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ପ୍ରଶ୍ନ କରିବେ ବିରୋଧି ।

ଆଜି ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ 10.30ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିଧାୟକ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଧାୟକ ଦଳ ବୈଠକ । ବିଧାନସଭାର 54 ନମ୍ବର ରୁମରେ ବୈଠକ ବସିବ । ଏନେଇ ବୁଧବାର ସୂଚନା ଦେଇଥିଲେ ଶାସକ ଦଳ ମୁଖ ସଚେତକ ପ୍ରଶାନ୍ତ ମୁଦୁଲି ।

ଏହା ମଧ୍ୟ ପଢନ୍ତୁ-ଧାମନଗର ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

ବୁଧବାର ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ନିଷ୍ପତି ଅନୁସାରେ ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗକୁ ମୁଦ୍ଦା କରିବ ତାହା ସ୍ଥିର ହୋଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଅନୁସାରେ ଶୀତ ଅଧିବେଶନରେ ଦଳ ପଶ୍ଚିମ ଓଡିଶାର ଚାଷୀଙ୍କ ପ୍ରସଙ୍ଗ, ଫସଲ ବୀମା ଯୋଜନା ପାଇବାରୁ ବଞ୍ଚିତ ଚାଷୀ, ମଣ୍ଡି ଅବ୍ୟବସ୍ଥା, କଟନି ଓ ଛଟନି ଭଳି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବ ।

ସେହିପରି ଅର୍ଚ୍ଚନା ନାଗ ପ୍ରସଙ୍ଗରେ ରାଜ୍ୟ ପୋଲିସର ନିଷ୍କ୍ରିୟତା, ବଡ଼ବଡିଆଙ୍କୁ ଖସାଇ ଦେବାକୁ ଚେଷ୍ଟା ବିଷୟକୁ ପ୍ରସଙ୍ଗ କରିବ ବିଜେପି । ଏହାଛଡା ଦାଦନ ସମସ୍ୟା, ମନରେଗା ଦୁର୍ନୀତି, ଠିକା ନିଯୁକ୍ତି ଓ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ଉଠାଇବ ଦଳ । ଏହି ସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.