ETV Bharat / state

Odisha Assembly: ଅଟଳ ବିରୋଧୀ, ଅଚଳ ବିଧାନସଭା

author img

By

Published : Feb 22, 2023, 5:58 PM IST

ଅପରାହ୍ନ 4 ଟାରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ନାରାବାଜୀ କରିଥିଲେ । ଶାସକ ବିଜେଡି ବିଧାୟକ ବି ନିଜ ନିଜ ଆସନରେ ଛିଡା ହୋଇ କାଉଣ୍ଟର ପାଇଁ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ହେଲେ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରି ବିଜେଡି ସଦସ୍ୟ ମାନେ ପ୍ରତିବାଦରୁ ଓହରି ଆଲୋଚୋନରେ ଭାଗ ନେଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଶାସକ ବିରୋଧୀଙ୍କ ହୋହାଲ୍ଲା ହଟ୍ଟଗୋଳ ଭିତରେ ବିଧାନସଭାର ଅଚଳାବସ୍ଥା ଜାରି ରହିଛି । ଆଜି ଅପରାହ୍ନ 4 ଟାରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ନବ ଦାସ ହତ୍ୟାକାଣ୍ଡର CBI ତଦନ୍ତ ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ନାରାବାଜୀ କରିଥିଲେ । ଶାସକ ବିଜେଡି ସଦସ୍ୟ ମଧ୍ୟ ନିଜ ନିଜ ଆସନରେ ଛିଡା ହୋଇ କାଉଣ୍ଟର ପାଇଁ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ଫଳରେ ଗୃହ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାକୁ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ 10.30 ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ।

ଏହାବି ପଢନ୍ତୁ- Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା

ଅପରାହ୍ନ 4 ଟାରେ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ନାରାବାଜୀ କରିଥିଲେ । ଶାସକ ବିଜେଡି ବିଧାୟକ ବି ନିଜ ନିଜ ଆସନରେ ଛିଡା ହୋଇ କାଉଣ୍ଟର ପାଇଁ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରିଥିଲେ। ହେଲେ ବାଚସ୍ପତିଙ୍କ ଅନୁରୋଧକୁ ରକ୍ଷା କରି ବିଜେଡି ସଦସ୍ୟ ମାନେ ପ୍ରତିବାଦରୁ ଓହରି ଆଲୋଚୋନରେ ଭାଗ ନେଇଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ସେପଟେ ବିରୋଧୀଙ୍କ ଦାବିକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତାକାଲି ମୋସନ ଜରିଆରେ ଆଲୋଚନା ହେବ ବୋଲି ଘୋଷଣା କରିଥିଲେ । ଏହାସତ୍ବେ ବିରୋଧୀ ସଦସ୍ୟ ମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ମାନେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଶାଣିତ ଆକ୍ରମଣ ଜାରି ରଖିଛନ୍ତି ।

ଏହାବି ପଢନ୍ତୁ- Naba Das Murder: ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ତଦନ୍ତରେ FBIର ସାହାଯ୍ୟ ନେଇଛି କ୍ରାଇମବ୍ରାଞ୍ଚ

ଗତକାଲି (ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭା ଷୋଡଶ ଅଧିବେଶନର ଦ୍ବାଦଶ ତମ ଅଧିବେଶନର ବଜେଟ ଶେସନ । ଯାହା ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ 21 ଫେବୃୟାରୀରୁ ମାର୍ଚ୍ଚ ପହିଲା ଯାଏଁ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ରୁ ଏପ୍ରିଲ ମାସ 6 ତାରିଖ ପର୍ଯ୍ୟନ୍ତ ଚାଲିବ । ଗତକାଲି ବଜେଟ ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ 2 ଦିନ ଧରି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.