ETV Bharat / state

Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା

author img

By

Published : Feb 22, 2023, 5:24 PM IST

"ନବ ଦାସଙ୍କ ହତ୍ୟାକାଣ୍ଡର 24 ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀଙ୍କ ଲୋକ ଯେଉଁ କାଗଜ ଦେଲେ ତାକୁ ସେ ବିଧାନସଭାରେ ପଢି ଦେଲେ । ତା ଭିତରେ କଣ ଅଛି ପଚାରିଲେ କହି ପାରିବେନି । ମୁଖ୍ୟମନ୍ତ୍ରୀ ମିଛ କହିଲେ ସରକାର ହାଇକୋର୍ଟକୁ ଅନୁରୋଧ କରିଥିଲେ । ହାଇକୋର୍ଟ ପୂର୍ବତନ ବିଚାରପତି ଜେପି ଦାସଙ୍କୁ ନିୟୋଜିତ କରିଛନ୍ତି ଯାହା କି ସମ୍ପୂର୍ଣ୍ଣ ମିଛ", ବୋଲି କହିଛନ୍ତି ବିରୋଧୀ ଦଳନେତା ।

Naba Das Murder Case
Naba Das Murder Case

Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକାଣ୍ଡର 24 ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀଙ୍କ ଲୋକ ଯେଉଁ କାଗଜ ଦେଲେ ତାକୁ ସେ ବିଧାନସଭାରେ ପଢି ଦେଲେ । ତା ଭିତରେ କଣ ଅଛି ପଚାରିଲେ କହି ପାରିବେନି । ମୁଖ୍ୟମନ୍ତ୍ରୀ ମିଛ କହିଲେ ସରକାର ହାଇକୋର୍ଟକୁ ଅନୁରୋଧ କରିଥିଲେ । ହାଇକୋର୍ଟ ପୂର୍ବତନ ବିଚାରପତି ଜେପି ଦାସଙ୍କୁ ନିୟୋଜିତ କରିଛନ୍ତି ଯାହା କି ସମ୍ପୂର୍ଣ୍ଣ ମିଛ । ଆଜି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତ୍ତି ପରେ ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଏହାବି ପଢନ୍ତୁ- Naba Das Murder: ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ତଦନ୍ତରେ FBIର ସାହାଯ୍ୟ ନେଇଛି କ୍ରାଇମବ୍ରାଞ୍ଚ

ଜୟ କହିଛନ୍ତି, ‘‘ନବ ଦାସଙ୍କ ହତ୍ୟାକାଣ୍ଡର 24 ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା । ମୁଖ୍ୟମନ୍ତ୍ରୀଙ୍କ ଲୋକ ଯେଉଁ କାଗଜ ଦେଲେ ତାକୁ ସେ ବିଧାନସଭାରେ ପଢି ଦେଲେ । ତା ଭିତରେ କଣ ଅଛି ପଚାରିଲେ କହି ପାରିବେନି । ମୁଖ୍ୟମନ୍ତ୍ରୀ ମିଛ କହିଲେ ସରକାର ହାଇକୋର୍ଟକୁ ଅନୁରୋଧ କରିଥିଲେ । ହାଇକୋର୍ଟ ପୂର୍ବତନ ବିଚାରପତି ଜେପି ଦାସଙ୍କୁ ନିୟୋଜିତ କରିଛନ୍ତି ଯାହା କି ସମ୍ପୂର୍ଣ୍ଣ ମିଛ ।’’

ବିରୋଧୀ ଦଳ ନେତା ଆହୁରି କହିଛନ୍ତି ହାଇକୋର୍ଟରୁ ସେଭଳି କିଛି ବିଜ୍ଞପ୍ତି ବାହାରି ନାହିଁ । ନବ ଦାସ ଙ୍କ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିବୃତିକୁ ରାଜ୍ୟ ସରକାରଙ୍କ ବିବୃତି ବୋଲି ଧରାଯିବ । ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ ବିବୃତି ଦେଇଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଥାଇ ପାରେ । ଯାହାକି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଭାବ ପକାଇ ପାରେ । କାରଣ ସେ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ତେଣୁ ଏହି ଘଟଣା କୁ ନେଇ ମୁଁ ପ୍ରମିଳା ମଲ୍ଲିକଙ୍କ ନାଁ ରେ ମାନହାନି ମକଦ୍ଦମା କରିବି ବୋଲି କହିଛନ୍ତି ।

ଏହାବି ପଢନ୍ତୁ- Assembly Budget Session: ବିରୋଧିଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ, ଅପରାହ୍ନ ୪ଟା ଯାଏ ମୁଲତବୀ

ସୂଚନାଯୋଗ୍ଯଯେ ଗତକାଲି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର 12 ତମ ଅଧିବେଶନ। ଅଧିବେଶନରେ 27 ଟି କାର୍ଯ୍ୟଦିବସ ଥିବା ବେଳେ ଆସନ୍ତା 24 ରେ ବିଧାନସଭାରେ ଆଗତ ହେବ 2023-24 ଆର୍ଥିକ ବର୍ଷର ସାଧାରଣ ବଜେଟ । କିନ୍ତୁ ନବ ଦାସ ହତ୍ୟାକାଣ୍ଡ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ଓ ଶୂନ୍ୟକାଳ ପୁରା ଧୋଇଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.