ETV Bharat / state

୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ

author img

By

Published : Jul 4, 2023, 8:01 AM IST

ଜୁଲାଇ ୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ । ଅଗଷ୍ଟ ୧୩ରେ ପ୍ରବେଶିକା ପରୀକ୍ଷା । ଅଧିକ ପଢନ୍ତୁ

୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ
୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବ । ଏହି ପ୍ରବେଶିକା ପରୀକ୍ଷା SSB ଦ୍ବାରା ପରିଚାଳିତ ହେବ । ଏଥିପାଇଁ ଆସନ୍ତା ୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ୮ ତାରିଖ ଅପରାହ୍ନ ୨ଟାରୁ ସାମ୍ସ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଆବେଦନର ଶେଷ ତାରିଖ ଜୁଲାଇ ୧୫ ତାରିଖ ରାତି ୧୧ଟା ୪୫କୁ ଧାର୍ଯ୍ୟ କରାଯାଇଛି । ପ୍ରବେଶିକା ପରୀକ୍ଷା ଲାଗି ହଲ୍ ଟିକଟ୍ ଅଗଷ୍ଟ ୭ ଅପରାହ୍ନ ୨ଟାରୁ ୱେବସାଇଟରେ ଉପଲବ୍ଧ ହେବ ।

ଏହାମଧ୍ୟ ପଢନ୍ତୁ: ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ ହେଲା ୨ ସ୍କୁଲ

ପ୍ରବେଶିକା ପରୀକ୍ଷା ଅଗଷ୍ଟ ୧୩ ତାରିଖରେ ଅନୁଷ୍ଠିତ ହେବ । ଅଗଷ୍ଟ ୧୮ ତାରିଖରେ ପ୍ରବେଶିକା ପରୀକ୍ଷାର ନମ୍ବର ଏସଏସବି ପକ୍ଷରୁ ଓକାକକୁ ପ୍ରଦାନ କରାଯିବ । ଅଗଷ୍ଟ ୨୩ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୨୬ ତାରିଖରେ ପ୍ରୋଭିଜନାଲ ଆଲଟମେଣ୍ଟ ସିଟ୍ ସମ୍ପର୍କରେ ତାଲିକା ପ୍ରକାଶ ପାଇବ । ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୨୮ ତାରିଖ ସକାଳ ୯ଟାରେ ନାମଲେଖା ଲାଗି ରିପୋର୍ଟିଂ କରିବେ ।

ଏହାମଧ୍ୟ ପଢନ୍ତୁ: ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଯୁକ୍ତ ଦୁଇ ପଢ଼ିବାର ସୁଯୋଗ ପାଇବେ ଭିନ୍ନକ୍ଷମ

ସୂଚନା ଅନୁଯାୟୀ, ଏହି ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମରେ ୩ଟି ବିଷୟକୁ ସାମିଲ କରାଯାଇଛି । ସେଥିରେ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ଲିଟରେଚର, ଲିଙ୍ଗୁଇଷ୍ଟିକ ଆଣ୍ଡ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ଏବଂ ରିଜିଓନାଲ, ଟ୍ରାଇବାଲ ଲାଙ୍ଗୁଏଜ ଆଣ୍ଡ ହେରିଟେଜ ଷ୍ଟଡିଜ ବିଷୟ ରହିଛି । ତେବେ ଏହି ପ୍ରବେଶିକା ପରୀକ୍ଷା ରାଜ୍ୟର ୪ଟି ସହରରେ ପରିଚାଳିତ ହେବ । ସେହି ସହରଗୁଡିକ ହେଲା ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଏବଂ ସମ୍ବଲପୁର । ତେବେ ଏହି ସହରରେ ପ୍ରବେଶିକା ପରୀକ୍ଷା ଲାଗି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଧିକ ବିବରଣୀ ପାଇଁ ଇ-ଆଡମିଶନ ହେଲ୍ପଲାଇନ (ଟୋଲ ଫ୍ରି') ନମ୍ବର 155335 / 1800-345-6770ରେ ଯୋଗାଯୋଗ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: SCB ଦ୍ବିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟର ସମୀକ୍ଷା, କାର୍ଯ୍ୟ ତ୍ବରାନ୍ବିତ କରିବାକୁ 5T ସଚିବଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.