ETV Bharat / state

SCB ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟର ସମୀକ୍ଷା, କାର୍ଯ୍ୟ ତ୍ବରାନ୍ବିତ କରିବାକୁ 5T ସଚିବଙ୍କ ନିର୍ଦ୍ଦେଶ

author img

By

Published : Jul 3, 2023, 6:22 PM IST

Updated : Jul 3, 2023, 7:16 PM IST

କଟକ ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ ଆସି ଏସସିବି ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

5t secy reviews development work of scb medical
SCB ଦ୍ୱିତୀୟ କ୍ୟାମ୍ପସର ସମୀକ୍ଷା କଲେ 5T ସଚିବ

SCB ଦ୍ୱିତୀୟ କ୍ୟାମ୍ପସର ସମୀକ୍ଷା କଲେ 5T ସଚିବ

କଟକ: ଯୁଦ୍ଧକାଳୀନ ଭତ୍ତିରେ ଚାଲିଛି ଏସସିବି ମେଡିକାଲ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ 5T ସଚିବ ଭି. କେ ପାଣ୍ଡିଆନ କଟକ ଗସ୍ତ କରି ମେଡିକାଲ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । 5T ସଚିବ ଅପରାହ୍ନରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିବା ପରେ ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ସହ ଆଲୋଚନା କରିଥିଲେ । ଏହା ସହ ସାଇଡ୍‌ ମଧ୍ୟ ପରିଦର୍ଶନ କରିଥିଲେ । ଡିସେମ୍ବର ମାସ ସୁଦ୍ଧା ନିର୍ଦ୍ଧାରିତ କାର୍ଯ୍ୟକୁ ଶେଷ କରାଯିବା ନେଇ ଠିକା ସଂସ୍ଥାକୁ ଦିଆଯାଇଥିବା ଦାୟିତ୍ବ ବାବଦରେ ସଂସ୍ଥାର ଅଧିକାରୀମାନଙ୍କୁ 5T ସଚିବ ଅବଗତ କରାଇଥିଲେ ।

ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ ହସ୍ପିଟାଲରେ ପରିବର୍ତ୍ତିତ କରିବା ପାଇଁ ରାଜ୍ୟ ସରକାର ଏକ ବୃହତ ପ୍ରକଳ୍ପ ହାତକୁ ନେଇଛନ୍ତି । 175ଏକର ପରିମିତ ଜମି ଉପରେ ଚାଲିଥିବା ଏହି ମେଗା ପ୍ରୋଜେକ୍ଟର ଅଗ୍ରଗତି ନେଇ 5T ସଚିବ ସମୀକ୍ଷା କରିଛନ୍ତି । ଗୁଣବତ୍ତାକୁ ପ୍ରାଥମିକତା ଦେଇ ସମୟସୀମା ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ପାଇଁ ବିଭାଗୀୟ ଓ ନିର୍ମାଣ ସଂସ୍ଥାର ବରିଷ୍ଠ ଅଧିକାରୀକୁ ପରାମର୍ଶ ଦେଇଛନ୍ତି । କେତେକ ସ୍ଥାନରେ କାମ ମନ୍ଥର ହୋଇଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ସମସ୍ୟାର ସମାଧାନ ପାଇଁ ଅଧିକ ଲୋକ ଏଥିରେ ଯୋଡିବାକୁ ଏବଂ ସେମାନଙ୍କୁ କୁଶଳ କରିବା ପାଇଁ ତାଲିମ କେନ୍ଦ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ ।

ଏହା ମଧ୍ୟ ପଢ଼ନ୍ତୁ: SCB ସମ୍ପ୍ରସାରଣ କାର୍ଯ୍ୟ, ସମୀକ୍ଷା କଲେ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା
ସ୍ୱାସ୍ଥ, ଶିକ୍ଷା, ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ବିଶ୍ୱ ସ୍ତରୀୟ ହସ୍ପିଟାଲରେ ପରିଣତ ହେବାକୁ ଯାଉଛି କଟକ ଏସ୍‌ସିବି ବଡ଼ ମେଡିକାଲ । 175 ଏକର ପରିମିତ ଜମି ଉପରେ 3500କୋଟି ବ୍ୟୟ ବରାଦ କରାଯାଇ ଏମ୍ସ ପ୍ଲସ ହସ୍ପିଟାଲ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ ମାଧ୍ୟମରେ ଏସ୍‌ସିବିର ବେଡ ସଂଖ୍ୟାକୁ 3 ହଜାର 500କୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ନବ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ 5 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି ।

SCB ସମ୍ପ୍ରସାରଣ ପାଇଁ ରାଣୀହାଟ ଛକରେ ଥିବା 3 ମହଲା ବିଶିଷ୍ଟ ହିନ୍ଦ୍ ସିନେମା ହଲ ଭଙ୍ଗା ଯାଇଥିଲା । ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ୍‌ ସମସ୍ୟା ସୃଷ୍ଟି କରୁଥଲା । ଫଳରେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଶେଷରେ କୋର୍ଟର ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଅର୍ଥ ଜମା କରିବା ପରେ ଉଚ୍ଛେଦ ନେଇ ଅନୁମତି ମିଳିଥିଲା । ଏହାପରେ ବିଧିବଦ୍ଧ ଭାବରେ ଏହାକୁ ଭଙ୍ଗାଯିବା ସହିତ ଅଟକି ରହିଥିବା ସମ୍ପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କାମ ଆଗକୁ ଯାଇଛି । ତେବେ ସମସ୍ତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

ଇଟିଭି ଭାରତ, କଟକ

Last Updated : Jul 3, 2023, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.