ETV Bharat / state

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଯୁକ୍ତ ଦୁଇ ପଢ଼ିବାର ସୁଯୋଗ ପାଇବେ ଭିନ୍ନକ୍ଷମ

author img

By

Published : Jul 3, 2023, 3:07 PM IST

Updated : Jul 3, 2023, 9:03 PM IST

ରାଜ୍ୟରେ କମିବ ଭିନ୍ନକ୍ଷମ ପିଲାଙ୍କ ଡ୍ରପ ଆଉଟ୍ ସଂଖ୍ୟା । ଏଣିକି ଯୁକ୍ତ ଦୁଇ ବିଦ୍ୟାଳୟ ହେଲା ଭୀମଭୋଇ ଦୃଷ୍ଟିହୀନ ଓ ବିପିନ ବିହାରୀ ଚୌଧୁରୀ ବଧିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ଅଧିକ ପଢନ୍ତୁ

inaugurate Two colleges for disabled student
ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ପ୍ରଥମ ଥର ଖୋଲିଲା ଯୁକ୍ତ ଦୁଇ କଲେଜ । ଭୀମଭୋଇ ଦୃଷ୍ଟିହୀନ ଓ ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଛି । ଏଠାରେ ଯୁକ୍ତ ଦୁଇ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରୁ ଏଠାରେ ଛାତ୍ର ଛାତ୍ରୀ ଯୁକ୍ତ ଦୁଇରେ ପାଠ ପଢିବା ନେଇ ଚାଲିଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ଏହି ଦୁଇ ଭିନ୍ନକ୍ଷମ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି । ଛାତ୍ରାବାସର ନାଁ ଭୀମଭୋଇ ଧନ୍ଦାମୂଳକ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କରାଯାଇଛି ।

  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି। ଏହାଦ୍ଵାରା ରାଜ୍ୟର ଦୃଷ୍ଟି ଓ ଶ୍ରୁତିବାଧିତ ପିଲାମାନେ ଛାତ୍ରାବାସରେ… pic.twitter.com/wYV8SCWcjz

    — I & PR Department, Odisha (@IPR_Odisha) July 3, 2023 " class="align-text-top noRightClick twitterSection" data=" ">

ଭୀମଭୋଇ ଧନ୍ଦାମୂଳକ ଦୃଷ୍ଟିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗ ପଢ଼ା ହେବାକୁ ଥିବା ବେଳେ ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପଢ଼ାଯିବ । ସ୍କୁଲ ଅପ୍‌ଗ୍ରେଡେସନରେ ଏହି ଦୁଇଟି ସ୍ପେଶାଲ ସ୍କୁଲ ରାଜ୍ୟର ପ୍ରଥମ ସ୍କୁଲ ଭାବରେ ରାଜଧାନୀରେ ସ୍ଥାନ ପାଇଛି । ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ର ବ୍ୟବସ୍ଥା କରାଯାଉଛି । ଏହାସହ ଲାଇବ୍ରେରୀ ସମେତ ଏକାଦଶ ଓ ଦ୍ଵାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲ ବହିର ବ୍ୟବସ୍ଥା ରହିଥିବା ବେଳେ ଅଡିଓ, ରେକର୍ଡର ବ୍ୟବସ୍ଥା କରାଯାଇଛି । ଏନେଇ ଉଚ୍ଚ ମଧ୍ୟାମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି, "ଦିବ୍ୟାଙ୍ଗ ପିଲାଙ୍କ ପାଇଁ ରାଜ୍ୟର ଏହା ସ୍ଵତନ୍ତ୍ର ଉଚ୍ଚ ମାଧ୍ୟମିକ ସ୍କୁଲ । ଏହି ସ୍କୁଲରେ ରାଜ୍ୟ ତଥା ରାଜ୍ୟ ବାହାର ପିଲାଏ ମଧ୍ୟ ନାମ ଲେଖାଇ ପାରିବେ । ବର୍ତ୍ତମାନ ସାମ୍ସର ଆବେଦନ ଶେଷ ହୋଇଥିବା ବେଳେ ଏହି ଦୁଇ ବିଦ୍ୟାଳୟରେ ନାମ ଲେଖା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ପଟ୍ ନାମଲେଖା ସମୟରେ ଏଠାରେ ପିଲାମାନେ ନାମ ଲେଖାଇ ପାରିବେ । ଯେଉଁ ଶିକ୍ଷକମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଥିଲେ ସେମାନେ ପାଠ ପଢାଇବେ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ, ୮ ତାରିଖ ଯାଏଁ ଚାଲିବ ପରୀକ୍ଷା

ଉଚ୍ଚ ମଧ୍ୟାମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ସ୍ଥଳେ ଅତିଥି ଶିକ୍ଷକମାନେ ନିଯୁକ୍ତ ହେବେ । ଏହାସହ ଉକ୍ତ ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଠାରେ ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରିବେ । ଧନ୍ଦାମୂଳକ ପାଠ୍ୟକ୍ରମରେ କଳା ବିଜ୍ଞାନ ସମେତ ଗୋଟିଏ ଧନ୍ଦାମୂଳକ ବିଷୟରେ ପାଠ ପଢ଼ିବେ ପିଲା । ଏପଟେ ଦିବ୍ୟାଙ୍ଗ ପିଲାଙ୍କର ଡ୍ରପ୍‌ ଆଉଟ୍‌ର ହାର କମିବ । କାରଣ ସେମାନେ ୧୦ ବର୍ଷ ଗୋଟିଏ ସ୍କୁଲରେ ପଢିବା ସହ ବାହାର କଲେଜରେ ପାଠ ପଢ଼ିବାକୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ନିଜ ସ୍କୁଲରେ ଯୁକ୍ତ ଦୁଇ ହେବା ଦ୍ଵାରା ଡ୍ରପ ହାଉଟର ହାର କମିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଭୀମଭୋଇ ଦୃଷ୍ଟିହିନର ଛାତ୍ରଛାତ୍ରୀ । ଏହାଦ୍ଵାରା ଅନେକ ପିଲାଏ ଅଧିକ ପାଠ ପଢିବାକୁ ସୁବିଧା ସୁଯୋଗ ପାଇବେ । ଯାହା ଫଳରେ ଅନେକ ପିଲାମାନେ ଏଥିରୁ ଉପକୃତ ହେବେ ବୋଲି କହିଛନ୍ତି ଜଣେ ଦୃଷ୍ଟିହୀନ ଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2023, 9:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.