ETV Bharat / state

ଭୁଲ ଇଞ୍ଜେକସନରେ ଶିଶୁକନ୍ୟାର ମୃତ୍ୟୁ ଘଟଣା, ସ୍ୱାସ୍ଥ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ରିପୋର୍ଟ ତଲବ

author img

By ETV Bharat Odisha Team

Published : Dec 19, 2023, 8:29 PM IST

NHRC Seeks Report: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ୬ ବର୍ଷୀୟ ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ହସ୍ପିଟାଲରେ ମୃତ୍ୟୁ ଘଟଣା । ଏହାକୁ ଶୁଣାଣି କରି ଜାତୀୟ ମାନବାଧିକାର କମିଶନ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ୮ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

6 year old girl death due to medical negligence
6 year old girl death due to medical negligence

6 year old girl death due to medical negligence

ଭୁବନେଶ୍ବର: ଭୁଲ ଇଞ୍ଜେକସନ ଦେଇ ଶିଶୁ କନ୍ୟାର ମୃତ୍ୟୁ ଘଟଣା । ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ୬ ବର୍ଷୀୟ ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର ହୋଇଥିଲା । ତେବେ ଏହାକୁ ଶୁଣାଣି କରି କମିଶନ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ୮ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ବର୍ଷ ଅର୍ଥାତ ଗତ ୧୬ ଅକ୍ଟୋବର ୨୦୨୨ ମସିହାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ସୁକାନ୍ତ ସେନାପତିଙ୍କ ୬ ବର୍ଷୀୟ ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଏନେଇ ସେଇ କାକଟପୁର ବ୍ଲକ ବାଙ୍ଗୁରୀଗାଁ ମେଡିକାଲରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ମନୋଜ କୁମାର ଦଳେଇ ଜ୍ୱର ଇଞ୍ଜେସନ ବଦଳରେ ଭୁଲ ଇଞ୍ଜେସନ ଦେଇଥିଲେ । ଯାହା ଫଳରେ ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତି ସମ୍ପୂର୍ଣ ଅସୁସ୍ଥ ହୋଇ ପଡିଥିଲେ । ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ଅସୁସ୍ଥ ଅବସ୍ଥାରେ ପରିବାର ଲୋକେ ଅସ୍ତରଙ୍ଗ ମେଡିକାଲକୁ ନେଇ ଯାଇଥିଲେ । ହେଲେ ଅସ୍ତରଙ୍ଗ ମେଡିକାଲରେ ଡାକ୍ତର ମଧ୍ୟ ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ସଠିକ ଭାବରେ ଚିକିତ୍ସା ନକରି ପୁରୀ ମୁଖ୍ୟ ମେଡିକାଲକୁ ପଠାଇ ଦେଇଥିଲେ । ସେପଟେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ, NHRCକୁ ଗଲା ମାମଲା

ତେବେ ଏହାକୁ ନେଇ ବାଙ୍ଗୁରୀଗାଁ ମେଡିକାଲରେ ଫାର୍ମାସିଷ୍ଟ ମନୋଜ ଓ ଅସ୍ତରଙ୍ଗ ମେଡ଼ିକାଲରେ କାର୍ଯ୍ୟରତ ଡାକ୍ତର ଘଟଣାକୁ ଚପାଇ ଦେବା ସହ ମୃତ୍ୟୁ ବାବଦରେ ଅର୍ଥରାଶି ଦେବା ସହ ଥାନାରେ ଏନେଇ କୌଣସି ମାମଲା ନକରିବାକୁ ଧମକ ଦେଇଥିଲେ । ହେଲେ ଏହାପରେ କିଛି ଦିନ ପରେ ଥାନାରେ ମାମଲା ରୁଜୁ କରିବା ପରେ ମଧ୍ୟ ଥାନା ଅଧିକରୀ ମାମଲା ରୁଜୁ କରିନଥିଲେ । ଏହାସହ ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କ ପରିବାର ପୁରୀ ଜିଲ୍ଲା ଏସପି ଏବଂ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲାପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ତେବେ ପରିବାର ବାଧ୍ୟ୍ୟହୋଇ ଓଡିଶା ହାଇକୋର୍ଟଙ୍କ ନିକଟରେ ଏକ ମାମଲା ଦାଏର କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.