ETV Bharat / state

ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ, NHRCକୁ ଗଲା ମାମଲା

author img

By ETV Bharat Odisha Team

Published : Oct 17, 2023, 7:31 PM IST

ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ ଯାଇଥିବା ଅଭିଯୋଗ । NHRCକୁ ଗଲା ମାମଲା । ଅଧିକ ପଢନ୍ତୁ

NHRC
NHRC

ଭୁଲ ଇଞ୍ଜେକସନ ନେଲା ୬ ବର୍ଷ ଶିଶୁର ଜୀବନ

ଭୁବନେଶ୍ବର: ଭୁଲ ଇଞ୍ଜେକସନ ନେଲା 6 ବର୍ଷ ଶିଶୁର ଜୀବନ ଯାଇଥିବା ଅଭିଯୋଗ । ଜାତୀୟ ମାନବାଧିକାର କମିଶନଙ୍କ ନିକଟକୁ ଗଲା ମାମଲା । ଶିଶୁକନ୍ୟାର ମୃତ୍ୟୁ ହେବା ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ସମେତ ମେଡିକାଲ କର୍ମଚାରୀ ମୃତ୍ୟୁ ପାଇଁ ଦାୟୀ । ତେଣୁ ଦୋଷୀମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସଙ୍ଗେ ସଙ୍ଗେ ଶିଶୁକନ୍ୟାର ପରିବାରକୁ କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି ।

ମୃତ ଶିଶୁକନ୍ୟାର ପରିବାରକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ କେସ ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଏହି ମାମଲାରେ ପୁରୀ ଜିଲ୍ଲାପାଳ, ସିଡ଼ିଏମଓ, ଏସପି, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଏହା ବି ପଢନ୍ତୁ- ଘରୋଇ ନର୍ସିଂହୋମରେ ଶିଶୁ ମୃତ, ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣିଲେ ପରିବାର

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ସୁକାନ୍ତ ସେନାପତିଙ୍କ ୬ ବର୍ଷର ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ସାମାନ୍ୟ ଜ୍ବର ହୋଇଥିଲା । ତେବେ ପାଟସୁନ୍ଦରପୁର ଗ୍ରାମର କାକଟପୁର ବ୍ଲକ ବାଙ୍ଗୁରୀଗାଁ ମେଡିକାଲରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ମନୋଜ କୁମାର ଦଳେଇ ଜ୍ବର ଇଞ୍ଜେସନ ବଦଳରେ ଭୁଲ ଇଞ୍ଜେସନ ଦେଇଥିବା ଅଭିଯୋଗ ହୋଇଥିଲା । ଏଥି ଯୋଗୁଁ ଶିଶୁକନ୍ୟା ରଶ୍ମିତା ସେନାପତି ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ । ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ପରିବାର ଲୋକେ ଅସ୍ତରଙ୍ଗ ମେଡିକାଲକୁ ନେଇ ଯାଇଥିଲେ ମଧ୍ୟ ଡାକ୍ତର ଉକ୍ତ ଶିଶୁକନ୍ୟା ରଶ୍ମିତାଙ୍କୁ ସଠିକ ଭାବରେ ଚିକିତ୍ସା କରିନଥିଲେ ।

ତେବେ ରଶ୍ମିତା ଅସ୍ତରଙ୍ଗ ମେଡିକାଲରେ ଦେଢ଼ ଘଣ୍ଟା ରହିବା ପରେ ଅତ୍ୟନ୍ତ ଗୁରୁତର ଭାବରେ ଅସୁସ୍ଥ ହେବାରୁ ଅସ୍ତରଙ୍ଗ ମେଡିକାଲ ଆମ୍ବୁଲାନ୍ସ ଯୋଗେ ପୁରୀ ଚାରିଛକ ମୁଖ୍ୟ ମେଡିକାଲକୁ ପଠେଇଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଶିଶୁକନ୍ୟା ରଶ୍ମିତାଙ୍କୁ ଗତ ବର୍ଷ ଅକ୍ଟୋବର ୧୦ ତାରିଖରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟରତ ମନୋଜ ଏବଂ ଅସ୍ତରଙ୍ଗ ମେଡିକାଲରେ କାର୍ଯ୍ୟରତ ଡାକ୍ତର ଘଟଣାକୁ ଚପେଇ ଦେବାପାଇଁ ଉଦ୍ୟମ କରିଥିଲେ ।

ଏପରିକି ଥାନାରେ ମାମଲା ରୁଜୁ କରିବା ପରେ ମଧ୍ୟ ଥାନା ଅଧିକାରୀ ମାମଲାକୁ ରୁଜୁ କରିନଥିଲା । ତେବେ ଏହି ଘଟଣାକୁ ନେଇ ହାଇକୋର୍ଟଙ୍କ ନିକଟରେ ଏକ ମାମଲା ଦାଏର କଲା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅସ୍ତରଙ୍ଗ ଥାନା ଗତ ୦୭ ଅକ୍ଟୋବର ୨୦୨୩ ରେ ମାମଲା ରୁଜୁ କରିବା ପରେ ଚୁପଚାପ୍ ରହିଯାଇଛି ତଦନ୍ତ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.