ମଝି ସମୁଦ୍ରରେ ମରଣ ମୁହଁରୁ ବଞ୍ଚିଲେ ମିଆଁମାର ନାବିକ, ଦେବଦୂତ ସାଜିଲା ଭାରତୀୟ ତଟରକ୍ଷୀ ବାହିନୀ

author img

By

Published : Jan 23, 2023, 10:34 PM IST

Updated : Jan 24, 2023, 2:17 PM IST

ଦୁର୍ଘଟଣାଗ୍ରସ୍ତ ଜାହାଜରୁ ମିଆଁମାର ନାବିକଙ୍କୁ ଉଦ୍ଧାର କଲା ଭାରତୀୟ କୋଷ୍ଟ ଗାର୍ଡ

ସମୁଦ୍ର ମଝିରେ ଦୁର୍ଘଟଣାଗ୍ରସ୍ତ ଜାହାଜରୁ ଜଣେ ମିଆଁମାର ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ । ଭୁବନେଶ୍ବର ବିମାନବନ୍ଦରରେ ମୁତୟନ କୋଷ୍ଟ ଗାର୍ଡର ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ନାବିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ମଝି ସମୁଦ୍ରରେ ମରଣ ମୁହଁରୁ ବଞ୍ଚିଲେ ମିଆଁମାର ନାବିକ

ଭୁବନେଶ୍ବର: ସମୁଦ୍ର ମଝିରେ ଫସିଥିବା ନାବିକଙ୍କ ପାଇଁ ଦେବଦୂତ ସାଜିଲା ଭାରତୀୟ ତଟରକ୍ଷୀ ବାହିନୀ । ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି । ମିଆଁମାର ଜାହାଜ ଦୁର୍ଘଟଣାରେ ଆହତ ହୋଇ ସମୁଦ୍ର ମଝିରେ ଫସିଥିବା ଏହି ନାବିକଙ୍କୁ ଉଦ୍ଧାର କରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି କୋଷ୍ଟ ଗାର୍ଡ ।

ପ୍ରଥମ ଥର ଲାଗି ଭୁବନେଶ୍ବରରୁ ୩୦୦ କିମି ଦୂରରେ ଏଭଳି ଅପରେସନ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଜାହାଜର ପାଇପ ଫାଟିଯିବାରୁ ଥାନଟିକେ ଲୁଇନ୍ ନାମକ ଜଣେ ମିଆଁମାର ନାଗରିକଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା । ଜାହାଜଟି ସାଗରମାଳା ଦ୍ବୀପର ଦକ୍ଷିଣ ପଶ୍ଚିମକୁ ୧୩୦ କିମି ଦୂରରେ ରହିଥିଲା । ସକାଳୁ ଖବର ମିଳିବା ପରେ ଭୁବନେଶ୍ବର ହେଡ୍ କ୍ବାର୍ଟରରୁ ପ୍ରାୟ ୮.୫୫ ସମୟରେ ଅପରେସନ ଆରମ୍ଭ ହୋଇଥିଲା । ଜାହାଜରୁ ଆହତଙ୍କୁ ଉଦ୍ଧାର କରି ପ୍ରାୟ ୧୧.୪୫ରେ ଭୁବନେଶ୍ଵରରେ ପହଞ୍ଚିଥିଲା କୋଷ୍ଟ ଗାର୍ଡ । ଏହି ଅପରେସନରେ ମେଡିକାଲ ଟିମ୍ ମଧ୍ୟ ସାମିଲ ରହିଥିଲା । ଭୁବନେଶ୍ବରରେ ପହଞ୍ଚିବା ପରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ସାଗରମାଳା ଦ୍ବୀପ ନିକଟ ମଝି ସମୁଦ୍ରରେ ଥିବା ଗୋଟିଏ ମିଆଁମାର ଜାହାଜରେ ଦୁର୍ଘଟଣାର ଶିକାର ଜଣେ ନାବିକ ଗୁରୁତର ଥିବା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା । ତେବେ ଭୁବନେଶ୍ବର ବିମାନବନ୍ଦରରେ ମୁତୟନ କୋଷ୍ଟ ଗାର୍ଡର ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ପ୍ରଥମ ଥର ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହେଲିକପ୍ଟରର ବ୍ୟବହାର କରାଯାଇଛି । ଏହି ହାଲୁକା ଅତ୍ୟାଧୁନିକ ହେଲିକପ୍ଟରରେ ଭୁବନେଶ୍ବର ଠାରୁ ୩୦୦ କିମି ଦୂରରେ ଥିବା ସିଙ୍ଗାପୁରର ଏହି ତୈଳବାହୀ ଜାହାଜରେ ପହଞ୍ଚିଥିଲେ ରେସ୍କ୍ୟୁ ଟିମ୍‌ । ସେଠାରେ ନାବିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା । ଫଳରେ ହେଲିକପ୍ଟରରେ ମିଆଁମାରର ଏହି ନାବିକଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଅଣାଯାଇଥିଲା । ଭୁବନେଶ୍ବରରେ ଅପରାହ୍ନରେ ପହଞ୍ଚିବା ପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 24, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.