ETV Bharat / state

କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ

author img

By

Published : Mar 31, 2022, 3:05 PM IST

ଖୋର୍ଦ୍ଧା ଜିଲ୍ଲା ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା । ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚଳୁ ହୋଇଥିବା ତଦନ୍ତୁ ସ୍ପଷ୍ଟ । ଅଧିକ ପଢନ୍ତୁ

କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଟଙ୍କା ଊର୍ଦ୍ଧ୍ବ ଚଳୁ
କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଟଙ୍କା ଊର୍ଦ୍ଧ୍ବ ଚଳୁ

ଖୋର୍ଦ୍ଧା: ସମୟ ଯେତିକି ଗଡୁଛି, ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ ଘଟଣାର ନୂଆ ନୂଆ ତଥ୍ୟ ସେତିକି ସାମ୍ନାକୁ ଆସୁଛି । ଶାଖାର ତତ୍କାଳୀନ ଆକାଉଣ୍ଟାଣ୍ଟ କିଭଳି ଦଶ ବର୍ଷ ଧରି ଲୋକଙ୍କୁ ଚୂନ ଲଗାଇ ଅର୍ଥ ଚଳୁ କରିଛନ୍ତି ତାହା ତଦନ୍ତରେ ଜଣାପଡିଛି । ଏ ସମ୍ପର୍କରେ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରଣ କରିବା ପରେ ତଦନ୍ତ ରିପୋର୍ଟ ଏବେ ହାତରେ ଲାଗିଛି । ରାଉତପଡା ଶାଖାର ମୋଟ 109 ଜଣ ଗରିବ ଜମାକାରୀଙ୍କ 1 କୋଟି 19 ଲକ୍ଷ 31 ହଜାର 963 ଟଙ୍କା ଆତ୍ମସାତ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।

କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଜମାକାରୀଙ୍କ ୧ କୋଟିରୁ ଟଙ୍କା ଊର୍ଦ୍ଧ୍ବ ଚଳୁ

ଏହି ଟଙ୍କା କେବଳ ମୂଳ ଜମା ରାଶି ବୋଲି କହିଛନ୍ତି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେପଟେ ଏହି ଅର୍ଥ ତୋଷରପାତ ଘଟଣାରେ ବୁଦ୍ଧିରାମ ଦାସ ସହ ରାଉତପଡା ଶାଖାର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସାମିଲ ଥିବା ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ସେମାନଙ୍କ ବିରୁଦ୍ଧରେ କେବେ ଫୌଜଦାରୀ ମାମଲା ହେବ ଏବଂ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଥିବାବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦେଇ ସ୍ୱଚ୍ଛତା ଦେଖାଇବେ କି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ? ସେନେଇ ପ୍ରଶ୍ନ ଉଠିଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଶତାଧିକ ଗରିବ ଜମାକାରୀଙ୍କ ଫିକ୍ସ ଡିପୋଜିଟ ଓ ସଞ୍ଚୟ ଖାତାରୁ ଅର୍ଥ ହେରଫେର ହୋଇଥିବା ଇଟିଭି ଭାରତରେ ଖବର ପ୍ରସାରଣ ହେବାପରେ ବ୍ୟାଙ୍କ ସିଇଓ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ଏବଂ ଅନ୍ୟ ଜଣଙ୍କୁ ବହିଷ୍କାର କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.