ETV Bharat / state

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଥାନା ନିକଟରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

author img

By

Published : Aug 3, 2023, 10:59 AM IST

ବେଗୁନିଆ ଥାନା ନିକଟ ଅଳଙ୍କାର ଦୋକାନ ଆଗରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଲୁଟ କରିଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

miscreants loot
miscreants loot

miscreants loot

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ କରୁଛନ୍ତି ଲୁଟେରା । ସେହିପରି ବେଗୁନିଆ ଥାନା ନିକଟ ଅଳଙ୍କାର ଦୋକାନ ଆଗରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଲୁଟ କରିଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ବେଗୁନିଆ ଥାନା ଠାରୁ ମାତ୍ର 50 ମିଟର ଦୂରରେ ମହାପାତ୍ର ଜୁଏଲାରୀ ୱାର୍କସପ । ଏହି ଜୁଏଲାରୀ ଦୋକାନ ମାଲିକ ଶ୍ରୀଧର ମହାପାତ୍ର ଗତ ମଙ୍ଗଳବାର ରାତି ସାଢ଼େ 9ଟା ସମୟରେ ନିଜ ଅଳଙ୍କାର ଦୋକାନରେ ଥିବା 8 କେଜି ରୂପା ଅଳଙ୍କାରକୁ ଗାଡି ଡିକିରେ ରଖି ଦୋକାନ ବନ୍ଦ କରିଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଲୁଟେରା ଆସି ଗାଡି ଡିକି ଭାଙ୍ଗିଥିଲେ । ଗାଡି ଡିକିରେ ଥିବା ସମସ୍ତ ରୂପା ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଏକ ମଟର ସାଇକେଲରେ ଚମ୍ପଟ ମାରିଥିବା ଗତକାଲି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀଧର । ଅଭିଯୋଗ ପାଇ ବେଗୁନିଆ ପୋଲିସ ବେଗୁନିଆର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ଗତକାଲି ରାୟଗଡାରେ ସ୍କୁଟି ଡିକି ଭାଙ୍ଗି ୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଜିଏସଟି କାର୍ଯ୍ୟାଳୟର ଅବସରପ୍ରାପ୍ତ ହାବିଲଦାର ଏମ.ଆପ୍ପାରାଓ ମେ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସରକାରଙ୍କ ଠାରୁ ଗ୍ରାଚୁଇଟି ବାବଦରେ ୬ଲକ୍ଷ ଟଙ୍କା ପାଇଥିଲେ । ଏନେଇ ଘର ତିଆରି ପାଇଁ ବ୍ୟାଙ୍କ ମୁଖ୍ୟ ଶାଖାରୁ ୬ଲକ୍ଷ ୧୦ହଜାର ଟଙ୍କା ଉଠାଇ ବନ୍ଧୁଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ବେଳେ ସ୍କୁଟିର ଡିକି ଭାଙ୍ଗି ଲୁଟ ହୋଇଥିବା ଦେଖିବାକୁ ପାଇଥିଲା । ଏନେଇ ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ -ମା’ ଉଗ୍ରତାରା ମନ୍ଦିର ଲୁଟ ଘଟଣା: ପୋଲିସକୁ ସଫଳତା, 72 ଘଣ୍ଟା ମଧ୍ୟରେ 2 ଗିରଫ

ସେହିପରି କିଛିଦିନ ତଳେ ଏକ ବଡ଼ ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଧରିଥିଲା ବୋଲଗଡ଼ ପୋଲିସ । ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା ଓ ଟାଙ୍ଗି ଅଞ୍ଚଳରୁ ଏହି ଚୋର ଗ୍ୟାଙ୍ଗ ମାନେ ଅଳଙ୍କାର ଲୁଟି ନେଇ ଜଙ୍ଗଲରେ ରହୁଥିଲେ । ତେବେ ଥାନା ଠାରୁ ଅଳ୍ପ ଦୂରରେ ଏହି ଲୁଟ ଘଟଣା ପୋଲିସର ଅପାରଗତାକୁ ପଦାରେ ପକାଇଛି ।

ଇଟିଭି ଭାରତ , ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.