ETV Bharat / state

ବିଏମସି ଭେଣ୍ଡିଙ୍ଗ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା 11 ଦୋକାନ

author img

By ETV Bharat Odisha Team

Published : Dec 20, 2023, 4:44 PM IST

Massive Fire Mishap in Bhubaneswar: କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଙ୍ଗ ଜୋନରେ ଲାଗିଲା ନିଆଁ । ୧୧ଟି ଦୋକାନ ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ

ବିଏମସି ଭେଣ୍ଡିଙ୍ଗ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା ୧୧ ଟି ଦୋକାନ
ବିଏମସି ଭେଣ୍ଡିଙ୍ଗ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା ୧୧ ଟି ଦୋକାନ

ବିଏମସି ଭେଣ୍ଡିଙ୍ଗ ଜୋନରେ ଅଗ୍ନିକାଣ୍ଡ, ଜଳିଗଲା ୧୧ ଟି ଦୋକାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଭେଣ୍ଡିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଥିବା ଭେଣ୍ଡିଙ୍ଗ ଜୋନରେ ଜଳିଗଲା ଦୋକାନ । ଏହି ଭେଣ୍ଡିଙ୍ଗ ଜୋନରେ ଧାଡି ହୋଇ ୪୯ ଟି ଦୋକାନ ରହିଛି । ସେଥିରୁ ଆଜି ୧୧ ଟି ଦୋକାନରେ ନିଆଁ ଲାଗିଯାଇଛି । ଦୋକାନ ଗୁଡିକ ଜଳିଯାଇଥିବା ବେଳେ ସେଥିରେ ଥିବା ଆସବାବପତ୍ର ଗୁଡିକ ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଆଜି ଭୋର ୪ ଟାରେ ନିଆଁ ଲାଗିଥିଲା । ପ୍ରଥମେ ପୂଜା ଦୋକାନରେ ନିଆଁ ଲାଗି ତାପରେ ପରିବା ଦୋକାନ, ପାନ ଦୋକାନ, ଲୁଗା ଦୋକାନ ଭଳି ଅନ୍ୟ ଦୋକାନ ଗୁଡିକୁ ନିଆଁ ବ୍ୟାପିଥିଲା । ତୁରନ୍ତ ଖବର ପାଇ ନିଆଁକୁ ଆୟତ୍ତ କରିଥିଲା ଦମକଳ ବାହିନୀ ।

ନିଆଁ ଲାଗିଥିବା ଖବର ପାଇ ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ସ୍ଥିତି ପରଖିବା ସହ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ମାନଙ୍କ ସହ କଥା ହୋଇ ସାନ୍ତ୍ବନା ଦେଇଥିଲେ । ଘଟଣା ସ୍ଥଳରେ ପରିଦର୍ଶନ ପରେ ମେୟର କହିଛନ୍ତି ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିକୁ ନେଇ ତହସିଲଦାରଙ୍କୁ ସୂଚନା ଦିଆଯାଇଛି । ତହସିଲଦାର ଆର.ଆଇଙ୍କ ସମେତ ଅନ୍ୟ ଟିମ ଆସି କ୍ଷୟକ୍ଷତିର ଆକଳନ କରିବେ । ସେହିପରି ଦୋକାନ ଗୁଡିକରେ କପଡା, ଘିଅ, ତେଲ, କର୍ପୂର, ଧାନ ଭଳି ଶୀଘ୍ର ନିଆଁ ଧରୁଥିବା ସାମଗ୍ରୀ ଗୁଡିକ ମହଜୁଦ ଥିଲା ଯାହାଦ୍ବାରା ସଟ ସର୍କିଟ ଯୋଗୁଁ ନିଆଁ ଆହୁରି ବ୍ୟାପକ ରୂପ ନେଇ ସବୁକିଛି ନିମିଷକ ମଧ୍ୟରେ ଜାଳି ପୋଡି ପାଉଁଶ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ .. ମହଙ୍ଗା ପଡିଲା ବେଆଇନ୍‌ ହୋର୍ଡିଂ: ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଫାଇନ୍

ସେହିପରି ଦୋକାନ ଗୁଡିକ ମଧ୍ୟରେ ପ୍ଲାଇଉଡ ଦ୍ବାରା ଭାଗ କରାଯାଇଥିଲା ଯାହା ନିଆଁ କୁ ଗୋଟେ ଦୋକାନରୁ ଅନ୍ୟକୁ ବ୍ୟାପିବାରୁ ରୋକିବାରେ ଅସଫଳ ହୋଇଥିଲା । ସେହିପରି ମେୟର ସୁଲୋଚନା ଦାସ କ୍ଷତିଗ୍ରସ୍ତ କ୍ଷୁଦ୍ର ଦୋକାନୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଯେଉଁ ବ୍ୟବସାୟୀଙ୍କର ଏଠାରେ ଦୋକାନ ଥିଲା ନିଆଁ କିଭଳି ଲାଗିଲା ତାହା ଜଣାପଡ଼ିନଥିବାରୁ ସେମାନଙ୍କର ସମସ୍ତ ଆସବାବପତ୍ର ପୋଡି ଯାଇଛି । ଏହାକୁ ନେଇ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବା ସହ ନିରାଶ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.