ETV Bharat / state

BJD Joining: ଶଙ୍ଖ ଫୁଙ୍କିଲେ ବିଜେପି ନେତା, ଯାଜପୁରର ଶତାଧିକ କର୍ମୀ ବିଜେଡିରେ ସାମିଲ

author img

By ETV Bharat Odisha Team

Published : Sep 26, 2023, 4:18 PM IST

ରାଜଧାନୀରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ଗତ 12 ବର୍ଷ ଧରି ଯାଜପୁରରେ କାମ କରୁଥିବା ବିଜେପିର 2 ନେତା ସୌମ୍ୟ ରଞ୍ଜନ ଧଳ ଓ ହୃଷିକେଶ ମେକାପ । ଅଧିକ ପଢନ୍ତୁ

BJD Joining
BJD Joining

BJD Joining

ଭୁବନେଶ୍ବର: ବିଜେଡିର ବଡ଼ ଧରଣର ମିଶ୍ରଣ ପର୍ବ । ଶଙ୍ଖ ଫୁଙ୍କିଲେ ଅନେକ ବିଜେପି ନେତା । ଆଜି ଯାଜପୁର ଜିଲ୍ଲାର ଶତାଧିକ ବିଜେପି କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବରେ ଯୋଗଦାନ କରିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଯୁବ ମୋର୍ଚ୍ଚାର ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ହୃଷିକେଶ ମେକାପ ଏହି ଦୁଇ ଯୁବ ନେତାଙ୍କ ନେତୃତ୍ବରେ ଶତାଧିକ ଯାଜପୁର ଜିଲ୍ଲାର ବିଜେପି କର୍ମୀ ଲୋକେ ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । 12 ବର୍ଷ ହେବ ବିଜେପି ସକ୍ରିୟ କର୍ମୀ ଭାବରେ କାମ କରିଆସୁଥିଲେ ଏହି 2 ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିକାଶ ଧାରା ଓ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗଦାନ କରିଥିବା ଏହି ଦୁଇ ଯୁବ ନେତା କହିଛନ୍ତି ।

ଏହା ବି ପଢନ୍ତୁ- ବିଜେଡି ମିଶ୍ରଣ ପର୍ବ; ବିଜେପି ଛାଡି ଘର ବାହୁଡିଲେ ରଞ୍ଜନ ପଲାଇ

ଏ ନେଇ ବିଜେଡିରେ ସାମିଲ ହୋଇଥିବା ସୌମ୍ୟ ରଞ୍ଜନ ଧଳ କହିଛନ୍ତି, "ଯାଜପୁର ବିଜେପିରେ ଭଲ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉନାହିଁ । ତେଣୁ ବିଜେପି ଛାଡିବାକୁ ବାଧ୍ୟ ହେଲି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଅଧିକ ସକ୍ରିୟ କରିବା ପାଇଁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛି ।" ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଦଳ ଅଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଶାସକ ଦଳ ଉପରେ ଆସ୍ଥାପ୍ରାକଟ କରି ବିଜେପି, କଂଗ୍ରେସ ଏବଂ ଅନ୍ୟ ଦଳମାନଙ୍କୁ ଛାଡି ବିଜେଡିରେ ସାମିଲ ହେଉଛନ୍ତି ବହୁ ନେତା ।

ଏହା ବି ପଢନ୍ତୁ- ନବରଙ୍ଗପୁରରେ ବଳ ଦେଖାଥିଲା ବିଜେଡି, ଦଳରେ ସାମିଲ ହେଲେ ଶତାଧିକ କର୍ମୀ

ସେହିପରି ବିନେପି ଏବଂ କଂଗ୍ରେସରେ ମଧ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ନିର୍ବାଚନ ଯେତିକି ପାଖେଇ ଆସିବ ସେତେ ଦଳ ଡିଆଁ କାର୍ଯ୍ୟକ୍ରମ ଚାଲିବ । ଚଳିତ ମାସ ଗତ 13 ତାରିଖରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପିର କାଉନସିଲ ସଦସ୍ୟ ରଞ୍ଜନ ପଲେଇ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ରଞ୍ଜନଙ୍କ ସମେତ ଅନେକ ବିଜେପି କର୍ମୀ ମଧ୍ୟ ବିଜେଡିରେ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.