ETV Bharat / state

ଉପାସରେ ମହାପ୍ରଭୁ ଲିଙ୍ଗରାଜ, କାଲି ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି

author img

By ETV Bharat Odisha Team

Published : Aug 29, 2023, 11:16 AM IST

Updated : Aug 29, 2023, 3:31 PM IST

କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ଅଧିକ ପଢନ୍ତୁ

ଉପାସରେ ମହାପ୍ରଭୁ ଲାଙ୍ଗରାଜ
ଉପାସରେ ମହାପ୍ରଭୁ ଲାଙ୍ଗରାଜ

ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ଉପାସରେ ମହାପ୍ରଭୁ ଲାଙ୍ଗରାଜ । ଗତକାଲି(ସୋମବାର) ସନ୍ଧ୍ୟାରୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ଗତକାଲି(ସୋମବାର) ସନ୍ଧ୍ୟା ଧୂପ ପର ଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଉପାସରେ ଅଛନ୍ତି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣାଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି ।

ତେବେ ୨୦୨୦ ମସିହାରୁ ଉଭୟ ନିଯୋଗଙ୍କ ଭିତରେ ଏହି ବିବାଦ ଲାଗି ରହିଛି । କାରଣ ମହାପ୍ରଭୁଙ୍କ ପଇତା ଲାଗି ନୀତି ଉଭୟ କରିବେ ବୋଲି ନିଜକୁ ଦାବିଦାର କହୁଛନ୍ତି । ଏହାକୁ ନେଇ କୋର୍ଟରେ କେସ୍‌ ମଧ୍ୟ ଚାଲିଛି । ଏହାର ସମାଧାନ ହୋଇ ନଥିବା ବେଳେ ୪ ବର୍ଷ ହେବ ଏହି ନୀତିକାନ୍ତି ହେଇପାରୁନାହିଁ । ତେଣୁ ୪ ବର୍ଷ ହେବ ପୂଜାପଣ୍ଡାମାନଙ୍କ ବିବାଦକୁ ନେଇ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହୁଛି । ଚଳିତ ବର୍ଷ ମଧ୍ୟ ପଇତାଲାଗି ନୀତିକୁ ନେଇ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ମଧ୍ୟ ଏହି ବିବାଦର ସମାଧାନ କରିପାରୁ ନାହିଁ କାରଣ କୋର୍ଟରେ ମାମଲା ବିଚାରାଧୀନ ରହିଛି । ତେଣୁ ନିୟମିତ ଭାବେ ବିଗତ କିଛି ବର୍ଷ ସମାନ ଧରଣର ସ୍ଥିତି ଉପୁଜୁଛି । ଯାହା ଫଳରେ ପୂଜାରେ ମହାବିଭ୍ରାଟ ଦେଖାଦେଇଛି ।

ଉଭୟ ନିଜ ଜିଦରେ ଅଟଳ ଥିବା ବେଳେ ଆସନ୍ତାକାଲି ସକାଳେ ହିଁ ପୁଣି ମନ୍ଦିର ନୀତିକାନ୍ତି ସ୍ୱାଭାବିକ ହେବ ବୋଲି କହିଛନ୍ତି ପୂଜା ପଣ୍ଡା ନିଯୋଗ । ଆସନ୍ତାକାଲି ମହାପ୍ରଭୁଙ୍କ ମହାସ୍ନାନ ପରେ ପୁଣି ପୂର୍ବ ପରି ନୀତିକାନ୍ତି ଆରମ୍ଭ ହେବ । ଆଉ ବିବାଦ ନତୁଟିବା ଯାଏଁ ଏହି ନୀତି ହୋଇପାରିବ ନାହିଁ ହୋଲି କହିଛନ୍ତି ନିଯୋଗ । ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ- ଲିଙ୍ଗରାଜ ଆଇନ କଲେଜ୍‌ରେ LLM ପାଠ୍ୟକ୍ରମ ବନ୍ଦକୁ ବିରୋଧ, ଗର୍ଜିଲା ଯୁବ କଂଗ୍ରେସ

ପ୍ରକାଶ ଥାଉକି, ୨୦୨୦ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡ଼ୁ ଓ ପୂଜାପଣ୍ଡା ନିଯୋଗ କିଏ କେତୋଟି ପଇତା ଲାଗି କରିବେ ତାହାକୁ ତୁଟି ନଥିଲା ବିବାଦ । ଶେଷରେ ଉକ୍ତ ବର୍ଷ ଏହି ପର୍ବ ବିବାଦରେ ଛନ୍ଦି ହୋଇ ହୋଇଯିବା କାରଣରୁ ପାଳନ ହୋଇ ନଥିଲା । ପରେ ମାମଲା କୋର୍ଟରେ ଯାଇ ପହଞ୍ଚି ଥିଲା । ସେବେ ଠାରୁ ପଇତା ଲାଗି ନୀତିରେ ଶ୍ରୀଲିଙ୍ଗରାଜ ଅପୂଜା ରହିବା ସହିତ ସ୍କନ୍ଦ ମଧ୍ୟ ଖାଲି ପଡୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 29, 2023, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.