ଚିଲିକା ମଝିରେ ଫସିଲା ଲଞ୍ଚ୍‌, ଅଳ୍ପକେ ବର୍ତ୍ତିଲେ ୩୨ ଯାତ୍ରୀ

author img

By

Published : Sep 18, 2021, 4:16 PM IST

ଚିଲିକା ମଝିରେ ଫସିଲା ଲଞ୍ଚ, ଅଳ୍ପକେ ବର୍ତ୍ତିଲେ ୩୨ ଯାତ୍ରୀ

ଚିଲିକା ହ୍ରଦ ମଝିରେ ଫସିଲା ଲଞ୍ଚ । ବଡ ଅଘଟଣରୁ ବର୍ତ୍ତିଲା ୩୨ ଜୀବନ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ୩୨ ଯାତ୍ରୀଙ୍କୁ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଫସିଯାଇଥିବା ଦେଖିବାକୁ ମିଳିଛି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚଟି ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସିରହିଥିଲା । ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହେଲେ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଅଣାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ ଆଜି ଗୋଟିଏ ଲଞ୍ଚ କୃଷ୍ଣପ୍ରସାଦ ଗଡ଼ରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ବାଲୁଗାଁ ଅଭିମୁଖେ ବାହାରିଥିଲା । ତେବେ ଗସ୍ତ ଆରମ୍ଭରୁ ମାତ୍ର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ହ୍ରଦ ମଝିରେ ଫସିଯାଇଥିଲା ଲଞ୍ଚ । ଏହାଦେଖି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା ।

ସେପଟେ ସହାୟତା ନିମନ୍ତେ ବାଲୁଗାଁ ସରକାରୀ ଲଞ୍ଚ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବାରୁ ବାଲୁଗାଁରୁ ଅନ୍ୟ ଏକ ଲଞ୍ଚ ଘଟଣାସ୍ଥଳକୁ ଯାଇ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଆଣିଥିଲା । ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ୩୨ ଜଣ ଯାତ୍ରୀ ବର୍ତ୍ତିଯାଇଥିବା ନେଇ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.