ETV Bharat / state

ଦମ୍ପତିଙ୍କଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

author img

By

Published : Jun 4, 2021, 6:46 PM IST

Updated : Jun 4, 2021, 8:19 PM IST

ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର
ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

18:40 June 04

ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଖୋର୍ଦ୍ଧା: ବାଘମାରି ସାରୁଅ ରାସ୍ତା ମଝିରୁ ଦମ୍ପତିଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ସୂଚନା ଥାଉକି ଭୁବନେଶ୍ୱର ସତ୍ୟବିହାରରୁ ସୁରଜ୍ କୁମାର ପଟ୍ଟନାୟକ ଓ ତାଙ୍କର ଧର୍ମପତ୍ନୀ ନିବେଦିତା ପଟ୍ଟନାୟକ ନୟାଗଡ଼ ବାହାଡାଝୋଲା ଅଭିମୁଖେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆପାଚୀ ମୋଟରସାଇକେଲରେ ତାଙ୍କୁ ଫଲୋ କରିଥିଲେ । 

ପରେ ସାରୁଅ ବାଘମାରି ରାସ୍ତା ମଧ୍ୟରୁ ସୁନା ଅଳଙ୍କାର ଥିବା ବ୍ୟାଗକୁ ଝାମ୍ପି ନେଇଥିଲେ । ଏନେଇ ବାଘମାରି ଥାନାରେ ଅଭିଯୋଗ ହୋଇଛି। ବାଘମାରି ପୋଲିସ ଅଭିଯୋଗ ପରେ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି । 

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 4, 2021, 8:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.