ETV Bharat / state

Dengue menace: ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ, ଏଥର ରାଜଧାନୀରେ ୩ ଡେଙ୍ଗୁ ହଟସ୍ପଟ

author img

By

Published : Jul 2, 2023, 6:58 PM IST

ରାଜଧାନୀରେ ଡେଙ୍ଗୁ ଆତଙ୍କ । ଏଥରି ରାଜଧାନୀର ଏହି 3ଟି ସ୍ଥାନ ପାଲଟିଛି ଡେଙ୍ଗୁ ହଟସ୍ପଟ। ଅଧିକ ପଢନ୍ତୁ

Etv Bharat
Etv Bharat

ଏଥର ରାଜଧାନୀରେ ୩ ଡେଙ୍ଗୁ ହଟସ୍ପଟ

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଜଟିଳ ହେଉଛି ଡେଙ୍ଗୁ ସ୍ଥିତି । ଗୋଟେ ୱାର୍ଡରୁ ଆଉ ଗୋଟେ ୱାର୍ଡକୁ ବ୍ୟାପିବାରେ ଲାଗିଛି । ବିଶେଷ କରି IRC ଭିଲେଜ, ସାଲିଆ ସାହି ଏବଂ ଓଲ୍‌ଡ ଟାଉନ ଚଳିତବର୍ଷ ନୂଆ ହଟସ୍ପଟ ପାଲଟିଛି । ତେଣୁ ଡେଙ୍ଗୁ ସ୍ଥିତିର ମୁକାବିଲା ପାଇଁ ତତ୍ପର ହୋଇଛି ବିଏମସି । ସହରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ବିଏମସି ଟିମ ସଫେଇ କରିଛି ।

ମେୟର ଅତିରିକ୍ତ କମିଶନର ଓ କର୍ପୋରେଟରମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଉ ସମସ୍ତେ ମିଶି ସମୂହ ସହରର ସଫେଇ କରିବା ପାଇଁ ସହରବାସୀଙ୍କ ଅନୁରୋଧ କରିଛନ୍ତି ଭୁବନେଶ୍ବର ମେୟର । କାରଣ ଡେଙ୍ଗୁର ମୁକାବିଲା ପାଇଁ ନିଜ ନିଜ ୱାର୍ଡର ଦାୟିତ୍ବ କର୍ପୋରେଟେରଙ୍କୁ ଦିଆଯାଇଛି । ତେଣୁ ସମସ୍ତ କର୍ପୋରେଟ ଓ ସହରବାସୀ ମିଳିମିଶି ସମୂହ ନିଜ ୱାର୍ଡର ସଫେଇକୁ ଅଧିକ ତ୍ଵରାନିତ୍ଵ କରିବାର ଆବଶ୍ୟକ ରହିଛି ବୋଲି ମେୟର କହିଛନ୍ତି ।

ଏ ନେଇ ମେୟର ସୁଲୋଚନା କହିଛନ୍ତି, "ଆମେ ସ୍ଵଚ୍ଛ ରହିଲେ ପରିବେଶକୁ ସଫା ରଖିଲେ ଆମେ ଏକ ସୁସ୍ଥ ଜୀବନ ବଞ୍ଚିପାରିବା । ଏହାସହ ଡେଙ୍ଗୁ ବିଶେଷ ଭାବେ ଅପରିଷ୍କାର ଜାଗାରୁ ହିଁ ସୃଷ୍ଟି ହୋଇଥାଏ । ତେଣୁ ବର୍ତ୍ତମାନର ବର୍ଷା ଋତୁରେ ସଫେଇ ଜରୁରୀ ହୋଇପଡିଛି । ଏଣୁ ଘର ଓ ତାର ପରିବେଶର ଯେଉଁଠି ବି ପାଣି ଜମୁଛି ଓ ଅପରିଷ୍କାର ହେଉଛି ସେସବୁକୁ ସଫା କରିବା ଜରୁରୀ ହୋଇପଡିଛି ।"

ଏହା ବି ପଢନ୍ତୁ- ବିଏମସି କର୍ପୋରେସନ ବୈଠକ: ଡେଙ୍ଗୁ ସଂକ୍ରମଣ ରୋକିବାକୁ ଗୁରୁତ୍ବ

ଅନ୍ୟପଟେ ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା କହିଛନ୍ତି ଭୁବନେଶ୍ବର ମେୟର । ହଟ୍‌ସ୍ପଟ୍‌ ଭାବେ ସାଲିଆ ସହି, ଓଲ୍‌ଡ ଟାଉନ, ଆଇଆରସି ଭିଲେଜ ହୋଇଛି । ଉକ୍ତ ଅଞ୍ଚଳରେ ଡେଙ୍ଗୁ କିପରି ଅଧିକ ନବ୍ୟାପିବ ସେନେଇ ଫଗିଂ କରାଯାଉଛି । ସମ୍ବେଦନଶୀଳ ଅଞ୍ଚଳରେ ସଫେଇକୁ ତ୍ବରାନ୍ବିତ କରାଯାଉଛି । ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇପାରିବ । ମଶା ଔଷଧ, ବ୍ଳିଚିଂ ପକାଯାଉଛି । ଗତବର୍ଷ ଭୁବନେଶ୍ବରର ଅଧିକ ସ୍ଥାନରେ ଡେଙ୍ଗୁ ବ୍ୟାପିଥିଲା । ଏବର୍ଷ ସେପରି ସ୍ଥିତି ନଥିବା କହିଛନ୍ତି ମେୟର । ବିଏମସି ୨୦ଟି ଫଗିଂ ମେସିନ ମଗାଇଛି । ଏବେ ଭୁବନେଶ୍ବରରେ 2ଟି ସ୍ଥାନରେ ଡେଙ୍ଗୁ ରକ୍ତ ପରୀକ୍ଷା କରାଯାଉଛି ।

ଏହା ବି ପଢନ୍ତୁ- Dengue Alert: ବ୍ୟାପିଲାଣି ଡେଙ୍ଗୁ, ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଏହା ବ୍ୟତୀତ 22ଟି UPHCରେ ଲୋକେ ବ୍ଲଡ୍‌ ଦେଇପାରିବା ନେଇ ମେୟର ସୂଚନା ଦେଇଛନ୍ତି । ସେହିପରି ରାଜଧାନୀ ବାସିନ୍ଦାଙ୍କୁ ସତର୍କ ହେବାକୁ ପଡ଼ିବ । ନିଜ ଅଞ୍ଚଳ ସଫା କରିବାକୁ ଅନୁରୋଧ କରିଛି ବିଏମସି । ନୂଆ ମେସିନ ଆସିବା ପରେ ଦିନ ହିସାବରେ ଟାର୍ଗେଟେଡ୍‌ ଫଗିଂ କରାଯିବ । ସମ୍ବେଦନଶୀଳ ସ୍ଥାନରେ ପ୍ରାଥମିକତା ଭାବେ ଫଗିଂ କରାଯିବାକୁ ଯୋଜନା ରହିଥିବା କହିଛି ବିଏମସି । ଏହାସହ ଗଙ୍ଗୁଆ ଓ ଦୟା ନଦୀ ବି ଏଥର ସଫା ହୋଇଛି । ତେଣୁ ଡେଙ୍ଗୁର ମୁକାବିଲା ପାଇଁ ବିଏମସି ପ୍ରଥମରୁ ପ୍ରସ୍ତୁତି ଜାରି ରଖିଛି ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.