ଜାକଜମକରେ ଶେଷ ହେଲା ଖୁଦୁରୁକୁଣୀ ଓଷା

author img

By

Published : Sep 19, 2021, 9:42 PM IST

festive khudurukuni osha celebrate in khurdha

ଓଷାର ଚତୁର୍ଥ ପାଳି । ପ୍ରତିବର୍ଷ ଭାଇଙ୍କ ଶୁଭମନାସି ଭଉଣୀମାନେ ଏହି ଓଷା ପାଳନ କରିଥାନ୍ତି । ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସି ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା ହୋଇଥାଏ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଭାଦ୍ରବରେ ଭାଇମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି ଭାଲୁକୁଣି ଓଷା ବା ଖୁଦୁରୁକୁଣୀ ଓଷା । ବାର ମାସ ତେର ପର୍ବ ଭିତରେ ଏହି ଓଷା ଏକ ପାରମ୍ପରିକ ପର୍ବ । ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପାଳନ ହୋଇଥାଏ ।

ଜାକଜମକରେ ଶେଷ ହେଲା ଖୁଦୁରୁକୁଣୀ ଓଷା

ଆଜି(ରବିବାର) ଓଷାର ଚତୁର୍ଥ ପାଳି । ପ୍ରତିବର୍ଷ ଭାଇଙ୍କ ଶୁଭମନାସି ଭଉଣୀମାନେ ଏହି ଓଷା ପାଳନ କରିଥାନ୍ତି । ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସି ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା ହୋଇଥାଏ । ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ । ଝିଅମାନେ ସକାଳୁ ଉଠି ଫୁଲ ତୋଳିବାକୁ ଯାଇଥାନ୍ତି । ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଏ । ଫୁଲର ତୋରଣରେ ମୂର୍ତ୍ତି ସଜାଯାଏ । ଏହି ଓଷାରେ ସିଂହବାହିନୀ ମା ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ । ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି । ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି । ଓଷାରେ ପୁର ପଲ୍ଲୀ ମହକି ଉଠେ ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକର ଶିମର ପଞ୍ଚାୟତର କଣ୍ଟାମଳିମ ଗ୍ରାମରେ ଏହି ଖୁଦୁରୁକୁଣୀ ଓଷାକୁ ନେଇ ରହିଛି ସ୍ବତନ୍ତ୍ର ପରିଚୟ। ଗ୍ରାମର ପ୍ରତ୍ୟେକ ମେଢଙ୍କୁ ଆକର୍ଷଣୀୟ କରିବାକୁ ଚାଲିଥାଏ ପ୍ରତିଯୋଗିତା । ଯୁବତୀମାନେ ମେଢ଼କୁ ସୁନ୍ଦର କରିବାକୁ ସାଜସଜ୍ଜା କରି ଏହି ପୂଜାର ବେଶ ଉପଭୋଗ ସହ ରାତ୍ରି ରେ ଦୁହୁଡିରେ ଝୁଣା ମାରି ପୂଜା ସମାପନ କରିଥାଆନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.