ଶଶୁରର କଟୁରୀ ମାଡରେ ବୋହୂ ଗୁରୁତର

author img

By

Published : Jun 27, 2022, 10:26 AM IST

ପାରିବାରିକ କଳହ ପାଇଁ ବୋହୁକୁ କଟୁରୀରେ ହାଣିଲା ଶ୍ବଶୁର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ପାରିବାରିକ କଳହ ଯୋଗୁଁ ଶଶୁରର କଟୁରୀ ମାଡରେ ବୋହୂ ଗୁରୁତର । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଶଶୁରର କଟୁରୀ ମାଡରେ ବୋହୂ ଗୁରୁତର । ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ । ଝରିଆ ଗ୍ରାମର ଆରତ ସୁବୁଦ୍ଧି ନିଜ ବୋହୁକୁ ହାଣି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ପାରିବାରିକ କଳହ ଯୋଗୁଁ ବୋହୂ ଓ ଶ୍ବଶୁର ମଧ୍ୟରେ କଥା କଟାକଟି ହୋଇଥିଲା । ଘରେ ପୁଅ ନଥିବାର ସୁଯୋଗ ନେଇ ବୋହୁକୁ ଶଶୁର ଆକ୍ରମଣ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.