ETV Bharat / state

୧୮ରୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍, ଭାୟା ଭୁବନେଶ୍ବର

author img

By ETV Bharat Odisha Team

Published : Jan 16, 2024, 1:56 PM IST

Jagannath Express Bus: ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ୧୮ରୁ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ । ଅଧିକ ପଢନ୍ତୁ

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ
ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ୱର: ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ୧୮ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହା ଲକ୍ଷ୍ମୀ ଯୋଜନାର ତୃତୀୟ ଟାଇୟାର ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ପୂର୍ବରୁ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବସ୍ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସବୁ ବସ୍ ଭୁବନେଶ୍ୱର ଦେଇ ପୁରୀ ଚଳାଚଳ କରିବ ।

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବ । ଆସନ୍ତା ୧୮ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ଏହା ଲକ୍ଷ୍ମୀ ଯୋଜନାର ତୃତୀୟ ଟାୟାର ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ଏହି ଏସି ଡିଲକ୍ସ ଆରାମଦାୟକ ବସ୍ ଜିଲ୍ଲା ହେଡକ୍ଵାଟରରୁ ପୁରୀ ଆସିବାକୁ ଥିବା ବେଳେ ଲୋକମାନଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆରାମରେ ଫେରିପାରିବେ ।

ସବୁ ବସ୍ ଭୁବନେଶ୍ୱର ଦେଇ ଚଳାଚଳ କରିବ । ହେଡକ୍ଵାଟରରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ। ଲକ୍ଷ୍ମୀ ଯୋଜନାର ପ୍ରଥମ ପର୍ଯ୍ଯାୟରେ ଗାଁରୁ ବ୍ଲକ ପର୍ଯ୍ୟନ୍ତ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟୟରେ ବ୍ଲକରୁ ଜିଲ୍ଲା ହେଡକ୍ଵାଟର ପର୍ଯ୍ୟନ୍ତ ରହିଛି । ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଏକ୍ସପ୍ରେସ ବସ୍ ଜିଲ୍ଲା ହେଡକ୍ଵାଟରରୁ ପୁରୀ ଯିବ ।

ଏହାମଧ୍ୟ ପଢନ୍ତୁ.. ପୁରୀରୁ ପ୍ରତି ଜିଲ୍ଲାକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍: ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା

ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରା ଯାଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର, ବରଗଡ଼, ଗଜପତି , ଗଞ୍ଜାମ , ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା , ସମ୍ବଲପୁର ଓ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାରୁ ସିଧାସଳଖ ଭୁବନେଶ୍ଵର ଦେଇ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ମୟୂରଭଞ୍ଜ, ଗଜପତି ଏବଂ କେନ୍ଦୁଝର ତିନୋଟି ସ୍ଥାନରେ ବସ ପହଞ୍ଚିବା ପରେ ଏହାର ଶୁଭାରମ୍ଭ ହେବ । ଗାଁରୁ ଆରମ୍ଭ ପୁରୀ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ଥିବା ବସ୍ ଏଣିକି ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବ । ଏହାଦ୍ବାରା ଜଗନ୍ନାଥ ପ୍ରେମୀମାନେ ଅନେକ ମାତ୍ରାରେ ଉପକୃତ ହେବେ । ଏହାଦ୍ବାରା ଲୋକମାନଙ୍କ ପୁରୀ ଯିବାଆସିବା ସହଜସାଧ୍ୟ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.