ETV Bharat / state

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ସ୍ମୃତିକୁ ସାଇତି ରଖେ ସଂଗ୍ରହାଳୟ

author img

By

Published : May 19, 2023, 9:26 AM IST

ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ ହୋଇଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ସଂଗ୍ରହାଳୟ ସ୍ଥାୟିତ୍ବ ଓ ଉନ୍ନତି । ଅଧିକ ପଢନ୍ତୁ

international museum day
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଭୁବନେଶ୍ବର: ଅତୀତ ସହ ଭେଟ କରାଏ ସଂଗ୍ରହାଳୟ । ହଜି ଯାଉଥିବା କୀର୍ତ୍ତିକୁ ସାଇତି ରଖି ସ୍ମୃତିକୁ ସତେଜ କରିଥାଏ ସଂଗ୍ରହାଳୟ । ଧୀରେ ଧୀରେ ହଜିଯାଉଛି ପ୍ରାଚୀନ କିର୍ତ୍ତୀ ଆଉ ପୁରୁଣା ସାମଗ୍ରୀ । ଏହାକୁ ସଂଗ୍ରହ କରି ରଖିବାକୁ ପ୍ରୟାସ ନେଇ ପ୍ରତିବର୍ଷ ମେ 18 ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଏ । ଏହି ଅବସରରେ ଭୁବନେଶ୍ବର ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରାଯାଇଛି । ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ କିଛି ନୂଆ ସଂଗ୍ରହ ସହ ପରିଚିତ ହେବାର ସୁଯୋଗ ମିଳିଛି । ଚଳିତ ବର୍ଷର ବିଷୟବସ୍ତୁ ରହିଛି ସଂଗ୍ରହାଳୟ ସ୍ଥାୟିତ୍ବ ଓ ଉନ୍ନତି ।

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ସଂଗ୍ରହାଳୟରେ ଥିବା ଜିନିଷ ପ୍ରତ୍ୟକ୍ଷ, ପ୍ରମାଣ ଓ ତଥ୍ୟ ଉପରେ ଆଧାରିତ । ଏହା ଅତୀତ ପାଇଁ ପ୍ରେରଣା ଦିଏ ଓ ଭବିଷ୍ୟତ ପାଇଁ କର୍ତ୍ତବ୍ୟବୋଧକୁ ଜାଗ୍ରତ କରାଏ । ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପାଳିତ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ସାରଳା ମହାଭାରତର ୪ଟି ପର୍ବର ୨୦ଟି ପୋଥି ଉନ୍ମୋଚନ ସହ ପ୍ରାଚୀନ ସିନ୍ଦୁକ, ପାଲିଙ୍କି, ସବାରି ସହ କାଠର ଦୋଳ ଆସନ ସଂଗ୍ରହ ଅନନ୍ୟ ଅନୁଭୂତି ଦେଇଛି । ଏହି ପୁରୁଣା ଜିନିଷର ସମ୍ଭାରରେ ଏଇ ସବାରୀର ଦୃଶ୍ୟ ସହ ମନେ ପକାଇ ଦେଇଛି ସେହି ପୁରୁଣା ସ୍ମୃତି । ପୁରୁଣା ସାମଗ୍ରୀର ଏ ପୁରୁଣା ଅନୁଭୂତି ସାଉଁଟିଛନ୍ତି ପର୍ଯ୍ୟଟକ ।

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ

ଏହା ବି ପଢନ୍ତୁ...ଅତୀତ ସହ ଭେଟ କରାଏ ମ୍ୟୁଜିୟମ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ପରିସରରେ ପ୍ରାଚୀନ ସାମଗ୍ରୀର ସଂଗ୍ରହ ଏବେ ପର୍ଯ୍ୟଟକ ଦେଖି ପାରିବେ । ଏଥିସହ ପୁରୁଣା ସିନ୍ଦୁକଟି ବି ଖୁବ୍ ସୁନ୍ଦର ହୋଇଛି । ପୁରୁଣା ଟେକ୍ନୋଲଜିରେ ପ୍ରସ୍ତୁତ ସିନ୍ଦୁକର ଚାବିଟା ବି ବେଶ୍ ଚମତ୍କାର । ତା ସାଙ୍ଗକୁ ଦୋଳ ଆସନ । ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ପୁଣି କିଛି ନୂଆ ସଂଗ୍ରହ ପର୍ଯ୍ୟଟକଙ୍କୁ ଭେଟି ଦେଇଛି ସଂଗ୍ରହାଳୟ । ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଭାଷାବିତ୍ ଓ ପ୍ରତ୍ନତତ୍ତ୍ଵଵିତ ଅନିଲ ଧୀର ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ l

ଏହି ଅବସରର ଶାରଳା ମହାଭାରତର ୪ଟି ପର୍ବର ପୋଥି କପି ଉଦ୍ଧାର କରାଯିବା ସହ ତାହାକୁ ମେଥୋଡୋଲୋଜି ଭାବରେ ପ୍ରସ୍ତୁତ କରାଯାଇ ଉନ୍ମୋଚିତ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଗୁଡିକ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି ତାର ସଂରକ୍ଷଣର ମଧ୍ୟ ଆବଶ୍ୟକତା ରହିଛି l ଏଥିସହ ରଜ୍ୟର ୧୮ଟି ଜିଲ୍ଲାରେ ସଂଗ୍ରହାଳୟ ରହିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସଂଗ୍ରହାଳୟ ଖୋଲିବାକୁ ପ୍ରତ୍ନତତ୍ତ୍ୱବିତ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.