ETV Bharat / bharat

ଅତୀତ ସହ ଭେଟ କରାଏ ମ୍ୟୁଜିୟମ: ପ୍ରଧାନମନ୍ତ୍ରୀ

author img

By

Published : May 18, 2023, 2:50 PM IST

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନ୍ତର୍ଜାତୀୟ ମ୍ୟୁଜିୟମ ଦିବସ ଅବସରରେ ଏକ୍ସୋ 2023 କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
International Museum Expo 2023

ନୂଆଦିଲ୍ଲୀ: "ଆମେ ଯେତେବେଳ ଏକ ମ୍ୟୁଜିୟମକୁ ୟାଉ ଲାଗେ ଯେପରି ଆମେ ଅତୀତକୁ ଭେଟୁଛୁ । ମ୍ୟୁଜିୟମରେ ଥିବା ଜିନିଷ ପ୍ରତ୍ୟକ୍ଷ, ପ୍ରମାଣ ଓ ସତ୍ୟ ଉପରେ ଆଧାରିତ । ମ୍ୟୁଜିୟମରୁ ଆମକୁ ଅତୀତରୁ ପ୍ରେରଣା ମିଳେ ଓ ଭବିଷ୍ୟତ ପ୍ରତି କର୍ତ୍ତବ୍ୟବୋଧ ନେଇ ଅବଗତ କରାଇଥାଏ ।" ଏକ୍ସୋ 2023 କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନ୍ତର୍ଜାତୀୟ ମ୍ୟୁଜିୟମ ଏକ୍ସପୋ 2023 କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅନ୍ତର୍ଜାତୀୟ ମ୍ୟୁଜିୟମ ଏକ୍ସୋ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • #WATCH |Delhi: ..." When we go to a museum, we feel like we're meeting our past. Things we see in a museum are based on evidence and truth...": PM Narendra Modi at International Museum Expo 2023 pic.twitter.com/H6DTKIdJk0

    — ANI (@ANI) May 18, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ, ଅର୍ଜୁନ ରାମ ମେଘୱାଲ ନୂଆ ଆଇନମନ୍ତ୍ରୀ

ଅନ୍ତର୍ଜାତୀୟ ମ୍ୟୁଜିୟମ ଏକ୍ସୋ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଅନ୍ତର୍ଜାୟୀ ମ୍ୟୁଜିୟମ ଦିବସର ଶୁଭେଚ୍ଛା ଜଣାଇଥିଲେ । ଆମେ ଯେବେ ଏକ ମ୍ୟୁଜିୟମକୁ ଯାଉ ଲାଗେ ଯେପରି ଆମେ ସେହି ପୂରଣା ଘଟଣା ସହ ସାକ୍ଷାତ ହୋଇଛି । ମ୍ୟୁଜିୟମ ପ୍ରମାଣ ଓ ତଥ୍ୟ ଉପରେ ଆଧାରିତ । ମ୍ୟୁଜିୟମରୁ ଆମକୁ ଅତୀତ ଓ ଭବିଷ୍ୟତ ପାଇଁ ପ୍ରେରଣା ମିଳେ । ସଂଗ୍ରାହଳୟ ମାଧ୍ୟମରେ ଯୁବପୀଢିଙ୍କ ଇଚ୍ଛାଶକ୍ତି ଜାଗ୍ରତ କରିବା ପାଇଁ କାର୍ଯ୍ୟ କରାଯିବ । ପ୍ରାଚୀନ କାଳରେ ଗୋଲାମି ନେଇ ଭାରତର ଅନେକ କ୍ଷତି ହୋଇଛି । ଆମର ଅନେକ କୀର୍ତ୍ତୀରାଜି ନଷ୍ଟ ହୋଇଛି । ଏହା କେବଳ ଭାରତ ପାଇଁ କ୍ଷତି ନୁହେଁ ଏହା ସମଗ୍ର ବିଶ୍ବ ପାଇଁ କ୍ଷତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ: ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା !

ଅନ୍ତର୍ଜାତୀୟ ସଂଗ୍ରାହଳୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଆମେ ସ୍ବାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟଙ୍କ ଭୂମିକାକୁ ବଞ୍ଚାଇ ରଖିବାକୁ 10ଟି ସ୍ବତନ୍ତ୍ର ସଂଗ୍ରହାଳୟ ତିଆରି କରିଛୁ । ଆଜି ସମଗ୍ର ଦେଶରେ ଲୋକ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସ୍ବାଧୀନତା ପରେ ଭାରତ ବିକାଶ ଯାତ୍ରାର ସାକ୍ଷୀ ହେଉଛନ୍ତି । ଆମ ଐତିହ୍ୟ ବୈଶିକ ଏକତାର ସୁତ୍ରଧାର । ପୁରା ବିଶ୍ବ ଗୋଟିଏ ପରିବାର । ପରିବାର ପାଇଁ ଆମେ ଯେପରି ଆଗାମୀ ଦିନ ପାଇଁ ଭାବ ଥାଉ ସେହିପରି ସମଗ୍ର ପୃଥିବୀକୁ ପରିବାର ଭାବିବାକୁ ହେବ । ଗୋଲାମି କାଳଖଣ୍ଡରେ କେତେ ପୁସ୍ତକ ପୋଥିକୁ ଜାଳି ଦିଆଯାଇଛି । ଏହା ସମଗ୍ର ମାନବାଜାତି ପାଇଁ କ୍ଷତି । ଆଜାଦୀର ଅମୃତକାଳରେ ଭାରତ କରିଥିବା ପଞ୍ଚପ୍ରାଣ ମଧ୍ୟରେ ଐତିହ୍ୟକୁ ନେଇ ଗର୍ବ କରିବା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.