ETV Bharat / state

୧୫୦ବର୍ଷରେ IMD, ଏଣିକି ପଞ୍ଚାୟତ ସ୍ତରରେ ଯୋଗାଇବ ପାଣିପାଗ ସୂଚନା

author img

By ETV Bharat Odisha Team

Published : Jan 15, 2024, 10:09 PM IST

IMD at 150 years
IMD at 150 years

IMD at 150 years: 150 ବର୍ଷ ପାଳନ କରୁଛି ଭାରତୀୟ ପାଣିପାଗ ବିଭାଗ । ଏଣିକି ପଞ୍ଚାୟତ ସ୍ତରରେ ଯୋଗାଇବ ପାଣିପାଗ ସୂଚନା । ଅଧିକ ପଢନ୍ତୁ

୧୫୦ବର୍ଷରେ IMD

ଭୁବନେଶ୍ବର: ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ପାଣିପାଗ ବିଭାଗ । ଏହି ଅବସରରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେପଟେ 150ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନୂଆ ଆପ୍‌ ଲୋକାର୍ପିତ ହୋଇଛି । ଏହା ଜରିଆରେ ପଞ୍ଚାୟତକୁ ପାଣିପାଗ ଖବର ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାୟାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ପାଣିପାଗ ବିଶେଷଜ୍ଞମାନଙ୍କ ସହ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ଅତିଥି ଭାବେ ଯୋଗ ଦେଇଛନ୍ତି ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । 150 ବର୍ଷ ଧରି ପାଣିପାଗ କିପାରି ଲୋକଙ୍କ ହିତାର୍ଥେ ବିଭିନ୍ନ ସମୟରେ ଅହରହ ପାଣିପାଗ ସମ୍ବନ୍ଧୀୟ ଖବର ପହଞ୍ଚାଇ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ମାନବ ସମାଜକୁ ରକ୍ଷା କରିଛି ଓ ସମାଜ ପାଇଁ ମେରୁଦଣ୍ଡ ହୋଇ ଦଣ୍ଡାୟମାନ ହୋଇଛି ଏହାକୁ ନେଇ ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ- IMD Report: 1901 ମସିହା ପରଠୁ 2022 ପଞ୍ଚମ ଉତ୍ତପ୍ତ ବର୍ଷ

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, "୧୮୭୫ ମସିହାରୁ ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷ ଧରି ଲୋକଙ୍କ ସେବା କରୁଛି । ପାଣିପାଗ ବିଭାଗ ସହ ଆମେ ସମ୍ପୂର୍ଣ୍ଣ ରୂପେ ଜଡ଼ିତ । ପ୍ରତ୍ୟେକ 30 ମିନିଟରେ ଥରେ ଆମେ ପାଣିପାଗ ବିଭାଗଠାରୁ ସ୍ବତନ୍ତ୍ର ପାଣିପାଗ ବିବରଣୀ ପାଇଥାଉ ଯାହାକି ବିମାନ ଚଳାଚଳ ପଥକୁ ସୁଗମ କରିଥାଏ । ଆକାଶରେ ମେଘ ଓ ବାଦଲଗୁଡିକର ଉପସ୍ଥିତିଠାରୁ ଆରମ୍ଭ କରି ପବନର ଦିଗ ଏସବୁ ସମ୍ବନ୍ଧରେ ଆମେ ପାଣିପାଗ ବିଭାଗଠାରୁ ଖବର ପାଇଥାଉ ଯାହାକି ଆମ କାର୍ଯ୍ୟକୁ ସରଳ କରିଥାଏ ।"

ଏହାସହ ୧୫୦ ବର୍ଷ ଧରି ନିସ୍ଵାର୍ଥ ସେବା ପାଇଁ ପାଣିପାଗ ବିଭାଗକୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ୫୦ ପ୍ରତିଶତ ପୂର୍ବାନୁମାନ ସଠିକ ହୋଇପାରିଛି ଏଥିରେ ଆଉ ଅଧିକ ପରିମାଣ ପୂର୍ବାନୁମାନ ସଠିକତାରେ ବୃଦ୍ଧି ପାଇବାରେ ଆବଶ୍ୟକତା ରହିଛି । ଗାଁଗାଁ ଓ ଘରେ ଘରେ ପହଞ୍ଚିବ ପାଣିପାଗ ଖବର । ଏହି ଅବସରରେ ଲୋକାର୍ପିତ ହେଲା ସ୍ବତନ୍ତ୍ର ଆପ । ପଞ୍ଚାୟତ ମୌସମ ସେବା ଆପକୁ ଲୋକାର୍ପିତ କଲେ ଭାରତର ଉପ ରାଷ୍ଟ୍ରପତି । ଭାରତୀୟ ପାଣିପାଗ ବିଜ୍ଞାନକୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି । ୧୨ଟି ଭାଷାରେ ଏହି ସେବା ପାଇପାରିବେ ସାଧାରଣ ଲୋକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.