ETV Bharat / state

ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି

author img

By

Published : Jun 10, 2023, 6:20 PM IST

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଆସନ୍ତା ୧୭ ତାରିଖରେ ଏକ ବିଶାଳ ଜନ ସମ୍ମିଳନୀରେ ଯୋଗ ଦେଇ ପ୍ରାୟ ୫୦ ହଜାର ଲୋକଙ୍କୁ ସମ୍ବୋଧିତ କରିବେ । ୯ ବର୍ଷ ଶାସନ କାଳରେ ମୋଦି ସରକାରଙ୍କ ଯୋଜନା ଚିତ୍ର ରଖିବେ । ଏନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି । ଅଧିକ ପଢନ୍ତୁ

ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି
ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି

ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସିବେ । ଢେଙ୍କାନାଳରେ ଶାହ ମହାଜନସମ୍ପର୍କ ଯାତ୍ରାରେ ସାମିଲ ହେବେ । ଏକ ବିଶାଳ ଜନସଭାରେ ଯୋଗଦାନ କରି ପ୍ରାୟ ୫୦ ହଜାର ଲୋକଙ୍କୁ ସେ ସମ୍ବୋଧନ କରିବେ । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ ବୋଲି ବିଜେଡି କହିଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଆସନ୍ତା ୧୭ ତାରିଖରେ ଏକ ବିଶାଳ ଜନ ସମ୍ମିଳନୀରେ ଯୋଗ ଦେଇ ପ୍ରାୟ ୫୦ ହଜାର ଲୋକଙ୍କୁ ସମ୍ବୋଧିତ କରିବେ । ୯ ବର୍ଷ ଶାସନ କାଳରେ ମୋଦି ସରକାରଙ୍କ ଯୋଜନା ଚିତ୍ର ରଖିବେ । ଏନେଇ ବିଜେପିକୁ କଟାକ୍ଷ କରିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ରାଜନୈତିକ କାର୍ଯ୍ୟକ୍ରମର ପ୍ରଭାବ ତ ନିର୍ବାଚନ ବେଳେ ପ୍ରତିଫଳନ ହୁଏ । ଲୋକମତ ଜଣାପଡେ । ଜନ ସମ୍ପର୍କ ଅଭିଯାନ ହେଉଛି କେବଳ ବିଜେପିର ନିଜସ୍ଵ କାର୍ଯ୍ୟକ୍ରମ । ବିଜେପିର ରାଜନୈତିକ ସ୍ଥିତି ବର୍ତ୍ତମାନ ଦୁର୍ବଳ ହୋଇଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଅନୁଭବ କରୁଛି ଲୋକଙ୍କ ପାଖରେ ତାଙ୍କର ଆଉ ସ୍ଥିତି ନାହିଁ । ଆତ୍ମରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ କରୁଛି ବିଜେପି । ଏହା ସାଧାରଣ ଲୋକ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କର୍ଣ୍ଣାଟକ ନିର୍ବାଚନ ପରେ ଓ ଏନଡିଏ ସରକାରର ପ୍ରଦର୍ଶନ ଦେଖୁଛନ୍ତି । ବୁଲେଟ ଟ୍ରେନ ଚଳେଇବା କଥା କହୁଥିଲେ । କିନ୍ତୁ ସାମାନ୍ୟତମ ସୁରକ୍ଷା ବ୍ୟବସ୍ଥା ନାହିଁ । ଦରବୃଦ୍ଧି ରୋକିବେ ବୋଲି କହୁଥିଲେ । କିନ୍ତୁ ବର୍ତ୍ତମାନ ଅତ୍ୟଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ପ୍ରତିଶ୍ରୁତି ରଖିପାରିନାହାଁନ୍ତି । ଜନସମ୍ପର୍କ ନାଁରେ ଆତ୍ମରକ୍ଷା ମୂଳକ ଏହି କାର୍ଯ୍ୟକ୍ରମ । ଆଗରୁ ବହୁ କାର୍ଯ୍ୟକ୍ରମ କରିଥିଲେ । ଯାହା ଫଳାଫଳ ହୋଇଛି, ଏବେ ସେୟା ହେବ ।

ସେହିପରି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ଯେକୌଣସି ସମ୍ପର୍କ ମା'ଠାରୁ ଆରମ୍ଭ । ବିଭିନ୍ନ ଭୂମିକାରେ ମହିଳା ମାନେ ଥାନ୍ତି । କିନ୍ତୁ ମା'ଙ୍କୁ କେମିତି ସମ୍ମାନ ଦେବା କଥା ଜାଣିନାହିଁ ବିଜେପି । ଜନ ସମ୍ପର୍କ କଲେ ଓଡ଼ିଶାରେ କିଛି ଫରକ ପଡିବନି କି କାମ କରିବ ନାହିଁ । କାରଣ ପୂର୍ବରୁ ଯେତିକି ଅଭିଯାନ ବିଜେପି କରିଛି ସବୁ ବିଫଳ ହୋଇଛି । ଓଡିଶାବାସୀ ଜାଣିଛନ୍ତି ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଜନସାଧାରଣଙ୍କ ସହିତ ଅଛନ୍ତି । ସେଥିପାଇଁ କୌଣସି ଅଭିଯାନ ଓଡିଶାରେ କାମ କରିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.