ETV Bharat / state

ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Jan 19, 2024, 10:53 AM IST

Updated : Jan 19, 2024, 11:39 AM IST

Weather update: ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ
Weather update

rain alert in odisha

ଭୁବନେଶ୍ବର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସକ୍ରିୟ ରହିଛି ଗୁରୁଚାପ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ କୋହଲା ପାଗ ଲାଗି ରହିଛି । ସୁଲୁସୁଲିଆ ପବନ ମଧ୍ୟ ବହୁଛି। ଗୁରୁଚାପ ବଳୟ ପ୍ରଭାବରେ ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ବିଭାଗ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ କମୁଛି ରାତି ତାପମାତ୍ରା, କଲବଲ କରୁଛି ଶୀତ

ସେହିପରି ଆସନ୍ତା ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି(ଶନିବାର) ମଧ୍ୟ ରାଜ୍ୟରେ କୋହଲା ପାଗ ସହ କିଛି ଅଞ୍ଚଳରେ ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ଵିଭାଗ। ଗତ ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୭ ଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଥିଲା । ରାଜ୍ୟରେ ସର୍ବାଧିକ ୧୬.୬ ମିମି ବର୍ଷା ମୟୂରଭଞ୍ଜର ବାହାଲଦାରେ ରେକର୍ଡ ହୋଇଛି । ସର୍ବନିମ୍ନ ୯.୨ ମିମି ବର୍ଷା ପାହାଡିଆ ଅଞ୍ଚଳର କୋରାପୁଟରେ ରେକର୍ଡ ହୋଇଛି । ସେହିପରି ସମତଳ ଅଞ୍ଚଳରେ ସର୍ବନିମ୍ନ ୧୨.୫ ମିମି ବର୍ଷା ସୁନ୍ଦରଗଡରେ ରେକର୍ଡ ହୋଇଛି । କଟକରେ ୨୬.୪ ଓ ଭୁବନେଶ୍ୱରରେ ୨୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଜାଡ ମାଡରେ ଥରିବ ଓଡିଶା, ପୁଣି ହେବ ହାଡଭଙ୍ଗା ଶୀତ

ରାଜ୍ୟରେ ଏବେ ଜାରି ରହିଛି ଶୀତ ଲହରି । ସକାଳ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଢାଙ୍କି ହୋଇ ରହୁଛି । ଫଳରେ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଅନେକ ସମୟରେ ଯାତାୟତରେ ମଧ୍ୟ ବାଧା ଉପୁଜୁଛି । ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ଜାରି ରହିବ । ରାତ୍ରି ସମୟରେ କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇପାରେ । ଗତ ଶନିବାର ସୁନ୍ଦରଗଡ ଜିଲ୍ଲାର କିରେଇରେ ରାତ୍ରି ସମୟରେ ତାପମାତ୍ରା ସବୁଠୁ କମ୍ ରହିଥିଲା । ସେହିପରି ଭୁବନେଶ୍ବର ଓ କଟକରେ ରାତି ତାପମାତ୍ରା କମ୍ ରହିଥିଲା । ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୩ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ବଢିପାରେ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 19, 2024, 11:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.