ETV Bharat / state

ଚଳିତ ବର୍ଷ ହେବନି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି, ସେବାୟତ ସହଯୋଗ କରୁନଥିବା ଅଭିଯୋଗ

author img

By

Published : Feb 25, 2023, 10:43 PM IST

ପୁଣି ଚଳିତ ବର୍ଷ ବନ୍ଦ ହେଲା ଲିଙ୍କରାଜଙ୍କ ହାଣ୍ଡିଭଙ୍ଗା ନୀତି । ମହାପ୍ରଭୁ କପିଳେଶ୍ବରଙ୍କ ପାଳିଆ ମଳିଆ ସେବାୟତମାନେ ସହଯୋଗ କରୁନଥିବାରୁ ଏହି ନୀତି ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Handibhaga ritual
Handibhaga ritual

ଭୁବନେଶ୍ବର: ଚଳିତ ବର୍ଷ ହେବ ନାହିଁ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ନୀତି । ମହାପ୍ରଭୁ କପିଳେଶ୍ବରଙ୍କ ପାଳିଆ ମଳିଆ ସେବାୟତମାନେ କପିଳନାଥଙ୍କ ନୀତିକାନ୍ତିରେ ସହଯୋଗ କରିନଥିବାରୁ ବନ୍ଦ ହେଲା ହାଣ୍ଡିଭଙ୍ଗା ନୀତି। ଆଜି ରାତିରେ ହାଣ୍ଡିଭଙ୍ଗା ନୀତି ହେବାକୁ ଥିବା ବେଳେ ବିଧି ମୁତାବକ ହାଣ୍ଡିଭଙ୍ଗା ନୀତି ପାଇଁ ସକାଳୁ ଯେଉଁ ନୀତିକାନ୍ତି ହୋଇଥାଏ ତାହା ହୋଇପାରିନାହିଁ । ଏଣୁ କପିଳେଶ୍ବରଙ୍କ ନୀତିକାନ୍ତିରେ ଆଜି ବିଭ୍ରାଟ ସୃଷ୍ଟି ହୋଇଛି ।

ଖାଲି ସେତିକି ନୁହେଁ ସେବାୟତଙ୍କ ସେବାକୁ ନ ଆସିବା ଲାଗି ଜିଦକୁ ପାଇଁ ଉପାସରେ ରହିଲେ କପିଳନାଥ । ଏନେଇ ଆଜି କପିଳେଶ୍ବର ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏଥିରେ ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁ ଓ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା କର୍ମକର୍ତ୍ତାଙ୍କ ସହ ଖୁଣ୍ଟିଆ ସେବାୟତ ଯୋଗ ଦେଇଥିଲେ । ଏହି ବୈଠକରେ ମଲିଆ ସେବାୟତ ଗୋଷ୍ଠୀ ଯୋଗ ଦେଇନଥିଲେ। ପ୍ରଭୁ ଲିଙ୍ଗରାଜଙ୍କ କିଛି ନୀତି କପିଳେଶ୍ବରଙ୍କ ସହ ମିଳିତ ଭାବେ ହୋଇଥାଏ ।

ଗତ କିଛି ବର୍ଷ ହେବ ଏଭଳି କିଛି ବିବାଦ ଯୋଗୁଁ ବନ୍ଦ ରହିଛି ହାଣ୍ଡିଭଙ୍ଗା ନୀତି । ଆଉ ଚଳିତ ବର୍ଷ ବି ସେହି ବ୍ୟତିକ୍ରମକୁ ନେଇ ବନ୍ଦ ହେଲା ହାଣ୍ଡିଭଙ୍ଗା ନୀତି। ଉଭୟ ଲିଙ୍ଗରାଜ ମନ୍ଦିର ଓ କପିଳନାଥଙ୍କ ସେବାୟତମାନେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ଏହାକୁ ନେଇ ସେବାୟତମାନଙ୍କୁ ଡାକି ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିବା ବେଳେ ଏଥିରୁ କୌଣସି ନିଷ୍କର୍ସ ବାହାରି ନାହିଁ। କାରଣ ବୈଠକରେ ଯୋଗ ଦେଲେନି କପିଳନାଥଙ୍କ ପାଳିଆ ମଳିଆ ସେବାୟତ। ତେଣୁ ପ୍ରଶାସନ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

ଏହା ବି ପଢନ୍ତୁ- Odisha Budget: କପି ପେଷ୍ଟ ବଜେଟ୍ କହି ଘେରିଲା ବିଜେପ

ଅନ୍ୟପଟେ ଖୁଣ୍ଟିଆ ସେବାୟତ ଏହି ବୈଠକରେ ଯୋଗଦେଇ କହିଛନ୍ତି ଆମେ ଥିବା ଯାଏଁ କପିଳନାଥଙ୍କ ନୀତିକାନ୍ତି ବନ୍ଦ ହେବନି କିନ୍ତୁ ମଳିଆ ସେବାୟତଙ୍କ ନିର୍ଦ୍ଦିଷ୍ଟ ସେବାକୁ ନେଇ ତାଙ୍କ ହାତ ବନ୍ଧା । ଯେଉଁଥି ପାଇଁ କପିଳନାଥଙ୍କ ଉପାସ ରହିବାକୁ ପଡିଛି । ସେହିପରି କପିଳନାଥଙ୍କ ସେବାରେ ନିୟୋଜିତ ମଳିଆ ସେବାୟତ ନିଜ ଜିଦରେ ଅଟଳ ରହି ବୈଠକରେ ବି ଯୋଗ ଦେଇନାହାନ୍ତି । ଆଉ ପ୍ରଶାସନର କଥା ବି ମାନିନାହାନ୍ତି । ଏଥିପାଇଁ ପ୍ରଶାସନ ସେବାୟତଙ୍କୁ ଅନେକ ବୁଝାଇବା ସତ୍ତ୍ବେ କିଛି ବି ସୁଫଳ ମିଳିନାହିଁ । ତେଣୁ ପ୍ରଶାସନ ଉଦବେଗ ପ୍ରକାଶ କରିବା ସହ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ।

ସୂଚନା ଥାଉ କି ୮ ବର୍ଷ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି । ମଳିଆ ଓ ଖୁଣ୍ଟିଆ ସେବାୟତଙ୍କ ଭିତରେ ଉପୁଜିଥିବା ବିବାଦ ଯୋଗୁଁ ଏହି ଯାତ୍ରା ବନ୍ଦ ରହିଛି। ହାଇକୋର୍ଟର ହସ୍ତକ୍ଷେପ ପରେ ବି ଏହାର ସମାଧାନ ହେଉନାହିଁ। ତେବେ ଏହି ଯାତ୍ରା ସହ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ସଂଯୋଗ ଥିବାବେଳେ ପୁଣି ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖାଯାଇପାରେ । ଏହି ବିବାଦ ଓ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହେଉଥିବାରୁ ଭକ୍ତଙ୍କ ଭାବାବେଗକୁ ଆଘାତ ହେଉଛି । ସେପଟେ ପ୍ରଶାସନର ଅପାରଗତାକୁ ଦୋଷ ଦେଇଛନ୍ତି ସେବାୟତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.