ETV Bharat / state

Ama Odisha Nabin Odisha: ଗଞ୍ଜାମ ସୁବର୍ଣ୍ଣପୁରରେ ଶୁଭାରମ୍ଭ, ‘ସୋନପୁର ଜିଲ୍ଲା ମୁଖ୍ୟାଳୟ ହେବ ନମ୍ବର ୱାନ’

author img

By ETV Bharat Odisha Team

Published : Nov 2, 2023, 5:41 PM IST

ଆମ ଓଡିଶା ନବୀନ ଓଡିଶାରେ ସାମିଲ ହୋଇଛି ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲା । ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Ama Odisha Nabin Odisha: ଗଞ୍ଜାମ ସୁବର୍ଣ୍ଣପୁରରେ ଶୁଭାରମ୍ଭ, ‘ସୋନପୁର ଜିଲ୍ଲା ମୁଖ୍ୟାଳୟ ହେବ ନମ୍ବର ୱାନ’
Ama Odisha Nabin Odisha: ଗଞ୍ଜାମ ସୁବର୍ଣ୍ଣପୁରରେ ଶୁଭାରମ୍ଭ, ‘ସୋନପୁର ଜିଲ୍ଲା ମୁଖ୍ୟାଳୟ ହେବ ନମ୍ବର ୱାନ’

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶାରେ ସାମିଲ ହୋଇଛି ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲା । ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀର ୫୭୦୬ ପ୍ରକଳ୍ପ ପାଇଁ ୨୫୧.୫୦ କୋଟି ଓ ସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀର ୧୪୧୯ ପ୍ରକଳ୍ପ ପାଇଁ ୫୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୭୬ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା । ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା ଭଞ୍ଜନଗର, ଛତ୍ରପୁର, ଖଲ୍ଲିକୋଟ, ଦିଗପହଣ୍ଡି, ସୋରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର । ଏହି ସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା ସୁବର୍ଣ୍ଣପୁର ଓ ବୀରମହାରାଜପୁର । ଏଥିରେ ୬ଟି ବ୍ଲକର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ ।

ଅଧିକ ପଢନ୍ତୁ- ଆମ ଓଡିଶା ନବୀନ ଓଡିଶା ତୃତୀୟ ଦିନ: ମୟୂରଭଞ୍ଜ, ବରଗଡ ଓ ଦେବଗଡ ପାଇଁ ୨୭୨ କୋଟି ମଞ୍ଜୁର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୨ କୋଟି ଟଙ୍କା ମଞ୍ଜୁର । ସୋରଡା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୋରଡାର ଜଳଭଣ୍ଡାର ବିସ୍ଥାପିତ ଲୋକଙ୍କ ଦୀର୍ଘ ଦିନର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି କରାଯାଇଛି । ବିସ୍ଥାପିତଙ୍କୁ ଚାଷ ଜମି, ଘରଡିହ ଯୋଗାଇ ଦିଆଯିବ । ୯୬୧ ଘରଡିହ ଜମି ସମସ୍ୟାର ସମାଧାନ ହୋଇଛି । ୧୭ ଏକର ୬୨୮ ଡେସିମିଲ ଜମି ଘରଡିହ ଆକାରରେ ଦିଆଯିବ । ଏହା ସହିତ ଚାଷଜମି ପାଇଁ ୩୦୦ ଆବେଦନର ସମାଧାନ ହୋଇସାରିଛି । ବାକି ଖୁବ ଶିଘ୍ର ସମାଧାନ ହେବ ।

ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ପ୍ରକଳ୍ପ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ପ୍ରକଳ୍ପ ପାଇଁ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆସ୍କା ନିର୍ବାଚନ ମଣ୍ଡଳୀରେ ୪ଟି ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଚିକିଟି ନିର୍ବାଚନ ମଣ୍ଡଳୀରେ ୪ଟି ପ୍ରକଳ୍ପ ପାଇଁ ୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ୫ଟି ପ୍ରକଳ୍ପ ପାଇଁ ୯.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ୫ଟି ପ୍ରକଳ୍ପ ପାଇଁ ୮.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ପରି ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ପ୍ରକଳ୍ପ ପାଇଁ ୧୨୨.୧୮ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଅଧିକ ପଢନ୍ତୁ- Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ଗୋଧନେଶ୍ବର ଓ ଖଇରମାଲଠାରେ ୨ଟି Instream Storage Structure । ଗୋଧନେଶ୍ବର ISS ପାଇଁ ୧୦୨୪ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧.୮୦ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ଖଇରମାଲ ISS ପାଇଁ ୯୨୫.୫୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ । ଏହି ସହିତ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ବାର ବର୍ଷକୁ ୧ ଲକ୍ଷ ୩୦ ହଜାର ଶ୍ରଦ୍ଧାଳୁ/ପର୍ଯ୍ୟଟକ ଆସିବାର ସମ୍ଭାବନା ସୃଷ୍ଟି ହେବ। ଏହା ସହିତ ପାପକ୍ଷୟ ଘାଟ, ମା’ ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ, ହାୟର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ରହିଛି । ଏହି ୨ଟି ସଡକ ଯୋଗୁ ୮୦ ହଜାର ଲୋକ ଉପକୃତ ହେବେ ।

ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମଧ୍ୟରେ ରହିଛି ସୁବର୍ଣ୍ଣମେରୁ ମନ୍ଦିର, ସୁରେଶ୍ବରୀ ମନ୍ଦିର । ଏହି ୨ଟି ମନ୍ଦିରକୁ ବର୍ଷକୁ ୧ ଲକ୍ଷ ଲୋକ ଆସିବେ । ସେହିପରି ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଏହା ସହିତ ସୁବର୍ଣ୍ଣମେରୁ- ରାମେଶ୍ବର- ସୁରେଶ୍ବରୀ Temple Circuitର ମଧ୍ୟ ବିକାଶ କରାଯିବ । ଏଥି ପାଇଁ ୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଉନ୍ନତିକରଣ ପରେ ବର୍ଷକୁ ୧.୨୦ ଲକ୍ଷ ଲୋକ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଡୁଙ୍ଗୁରିପାଲିର ପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ ରହିଛି । ଏହି ପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି 5ଟି ଅଧ୍ୟକ୍ଷ ପାଣ୍ଡିଆନ ସୂଚନା ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଧାୟିକା ସୂର୍ଯ୍ୟମଣୀ ବୈଦ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଧାୟକ ଶ୍ରାକାନ୍ତ ସାହୁ, ବିଧାୟିକା ଲତିକା ପ୍ରଧାନ, ବିଧାୟକ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ ।

ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଛି । କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.