ETV Bharat / state

ସଶକ୍ତ ହେଲା ବାଲେଶ୍ଵର ସଂଗଠନ, ବିଜେଡ଼ିରେ ସାମିଲ ହେଲେ କଂଗ୍ରେସ ନେତା

author img

By ETV Bharat Odisha Team

Published : Dec 28, 2023, 10:15 PM IST

Congress Leader Joined BJD: ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସର ଟାଣୁଆ ନେତା ଦେବକୁମାର ଦେ । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ତାଙ୍କୁ ଦଳକୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

congress leader joined bjd
ବିଜେଡିରେ ସାମିଲ ହେଲେ କଂଗ୍ରେସ ନେତା

ବିଜେଡିରେ ସାମିଲ ହେଲେ କଂଗ୍ରେସ ନେତା

ଭୁବନେଶ୍ବର: ବାଲେଶ୍ଵରରେ ସଶକ୍ତ ହେଲା ବିଜେଡିର ସଂଗଠନ । ଦଳରେ ସାମିଲ ହୋଇଛନ୍ତି କଂଗ୍ରେସର ଟାଣୁଆ ନେତା ଦେବକୁମାର ଦେ । ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଆଜି ସନ୍ଧ୍ୟାରେ ବିଜେଡିରେ ଯୋଡି ହୋଇଛନ୍ତି । କାର୍ଯ୍ୟକ୍ରମରେ ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ଉପସ୍ଥିତ ଥିଲେ ।

ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମ । ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ବ୍ଲକର ଶ୍ରୀରାମପୁର ଗ୍ରାମପଞ୍ଚାୟତ ସରପଞ୍ଚ ହେଉଛନ୍ତି ଦେବ କୁମାର ଦେ । ଦେବଙ୍କୁ ଉପଢୌକନ ଦେଇ ପ୍ରତାପ କେଶରୀ ଦେବ ଓ ମାନସ ମଙ୍ଗରାଜ ଦଳକୁ ସ୍ୱାଗତ କରିଛନ୍ତି । ଦେବଙ୍କ ଯୋଗଦାନ ଫଳରେ ବିଶେଷକରି ବାଲିଆପାଳ ବ୍ଲକ ଏବଂ ବସ୍ତା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ମନ୍ତ୍ରୀ ଓ ସାଂସଦ କହିଛନ୍ତି ।



ବିଜେଡ଼ିରେ ସାମିଲ ହୋଇଥିବା କଂଗ୍ରେସ ନେତା ଦେବ କୁମାର ଦେକହିଛନ୍ତି, "ମୁଁ ଦୀର୍ଘଦିନ ଧରି କଂଗ୍ରେସରେ ଥିଲି । କଂଗ୍ରେସର କାର୍ଯ୍ୟଶୈଳୀ ଓ ନୀତି ନୈତିକତାରେ ଅତିଷ୍ଠ ହୋଇପଡ଼ିଥିଲି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ଆଗାମୀ ଦିନରେ ବାଲିଆପାଳ ବ୍ଲକରେ ବିଜେଡ଼ି ସଂଗଠନ କିପରି ସୁଦୃଢ଼ ହେବ ସେନେଇ କାର୍ଯ୍ୟ କରିବି । ଏହାସହ ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସୂଚାରୁରୂପେ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।"

ଏହା ମଧ୍ୟ ପଢନ୍ତୁ...ତୃତୀୟ ପିଢ଼ି ଦଳକୁ ମଜଭୁତ କରିବାରେ ବେଶ ସକ୍ଷମ: ଭର୍ତ୍ତୃହରି ମହତାବ


ମିଶ୍ରଣ ପର୍ବରେ ନେପୂରା ବୋର୍ଡ଼ ସେବା ସମବାୟ ସମିତିର ଡାଇରେକ୍ଟର ତଥା ବରିଷ୍ଠ କଂଗ୍ରେସ ନେତା ଝାଡ଼େଶ୍ୱର ବେହେରା, ନିତ୍ୟାନନ୍ଦ ପାତ୍ର, ଶ୍ରୀରାମପୁର ଗ୍ରାମପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦେ, ଗଙ୍ଗାଧର ପାତ୍ର, ଗୌର ମୋହନ ଜେନା, ଗଦାଧର ଜେନା, ମିହିର କୁମାର ମିଶ୍ର, ବୈକୁଣ୍ଠ ବିଶ୍ୱା, ରଘୁନାଥ ବିଶ୍ୱାଳଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର କୁମାର ଜେନା, ରାଜ୍ୟ ସମ୍ପାଦକ ତଥା ବାଲେଶ୍ୱର ଓ ଜଳେଶ୍ୱର ନିର୍ବାଚନମଣ୍ଡଳୀର ସହପର୍ଯ୍ୟବେକ୍ଷକ ରଞ୍ଜିତ ମହାପାତ୍ର ଏବଂ ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ଵର ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ ଦାସ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.