ETV Bharat / state

ଅଭିନେତ୍ରୀ ବର୍ଷାଙ୍କ ନାଁରେ ଠକେଇ ଅଭିଯୋଗ, ଗିରଫ ଦାବି କଲେ ଅଭିଯୋଗକାରିଣୀ

author img

By

Published : Dec 8, 2022, 11:57 AM IST

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଠକେଇ ଅଭିଯୋଗ । ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଓଲିଉଡର ଚର୍ଚ୍ଚିତ ବା ଆଗଧାଡିର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାରେ ଠକେଇ ଅଭିଯୋଗ । ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ଅଭିଯୋଗକାରିଣୀ । ୩୦ ହଜାର ଟଙ୍କା ଠକେଇ ଅଭିଯୋଗ ଆଣିଲେ ବିଏମ୍ସିର ସଫେଇ କର୍ମଚାରୀ କଲ୍ୟାଣୀ ନାୟକ । ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ରୁହନ୍ତି କଲ୍ୟାଣୀ ନାୟକ । ଏନେଇ ମୁହଁ ଖୋଲିଛନ୍ତି ଅଭିଯୋଗକାରିଣୀ । ଜନତା ମୈଦାନରେ ଚାଲିଥିବା ମେଳାରେ ବର୍ଷାଙ୍କ ସହିତ ତାଙ୍କର ଦେଖା ହୋଇଥିବା ସେ କହିଛନ୍ତି । ଆଉ ଏକ ସୁନା ଦୋକାନରେ ଚାକିରି କରେଇଦେବା କହି ୩୦ ହଜାର ଟଙ୍କା ବର୍ଷା ନେଇଥିଲେ । ଯାହା ସିଧାସଳଖ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ବା ଆକାଉଣ୍ଟରେ ସେ ପଠାଇଥିଲେ । ହେଲେ ଚାକିରି ନଦେଇ ବର୍ଷା ଠକିଦେଲେ ବୋଲି ଅଭିଯୋଗ କରିଛନ୍ତି କଲ୍ୟାଣୀ ନାୟକ ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଗିରଫ କରାଯାଉ କହିଲେ ଅଭିଯୋଗକାରିଣୀ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଗିରଫ କରାଯାଉ କହିଲେ ଅଭିଯୋଗକାରିଣୀ

ତେବେ ଏହି ଠକେଇ ଅଭିଯୋଗରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି କଲ୍ୟାଣୀ । କିନ୍ତୁ ଏତଲା ଦିଆଯାଇଥିବା ବେଳେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇଥିବାରୁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରିଣୀ । ଆଉ ତାଙ୍କୁ ଗିରଫ କରାଯିବା ସହ ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି କଲ୍ୟାଣୀ ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଗିରଫ କରାଯାଉ କହିଲେ ଅଭିଯୋଗକାରିଣୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.