ETV Bharat / state

ବ୍ରେନଡେଡ ମହିଳାଙ୍କ ଅଙ୍ଗଦାନ, ପାଇବେ ୭ ଜଣ ନୂଆ ଜୀବନ

author img

By ETV Bharat Odisha Team

Published : Nov 5, 2023, 5:24 PM IST

ଦୁର୍ଘଟଣାର ଶିକାର ହୋଇଥିବା ମହିଳାଙ୍କ ଅଙ୍ଗଦାନ । ଡାକ୍ତର ବ୍ରେନ୍‌ ଡେଡ ଘୋଷିତ କରିବା ପରେ ପରିବାର ବର୍ଗ ମହିଳାଙ୍କ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ନୂଆ ଜୀବନ ପାଇବେ ୭ଜଣ । ଅଧିକ ପଢନ୍ତୁ

ବ୍ରେନ୍ ଡେଡ ମହିଳାଙ୍କ ଅଙ୍ଗଦାନ, ପାଇବେ ୭ଜଣ ନୂଆ ଜୀବନ
ବ୍ରେନ୍ ଡେଡ ମହିଳାଙ୍କ ଅଙ୍ଗଦାନ, ପାଇବେ ୭ଜଣ ନୂଆ ଜୀବନ

ବ୍ରେନ୍ ଡେଡ ମହିଳାଙ୍କ ଅଙ୍ଗଦାନ, ପାଇବେ ୭ଜଣ ନୂଆ ଜୀବନ

ଭୁବନେଶ୍ୱର: ମହିଳାଙ୍କ ଅଙ୍ଗଦାନ, ନୂଆ ଜୀବନ ପାଇବେ ୭ ଜଣ । ଓଡ଼ିଶାର ଜଣେ ମହିଳା ଦେଶର ବିଭିନ୍ନ ସ୍ଥାନରେ ୭ ଜଣଙ୍କୁ ନୂଆ ଜୀବନ ଦେବେ । ବ୍ରହ୍ମପୁରର ୫୬ ବର୍ଷୀୟା ମହିଳା ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ବ୍ରେନ୍ ହାମରେଜ୍ ହୋଇଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ । ଏହାରି ମଧ୍ୟରେ ଡାକ୍ତରଖାନାରେ ବ୍ରେନ୍‌ ଡେଡ ଘୋଷିତ କରିବା ପରେ ତାଙ୍କ ପରିବାର ବର୍ଗ ମହିଳାଙ୍କ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସୂଚନା ଯୋଗ୍ୟ ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା ସ୍କୁଟି ଚଲାଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଆଡ଼ମିଶନ କରାଯାଇଥିଲା । ୨ ତାରିଖ ନଭେମ୍ବରରେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା । ଡ଼ାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ଜଣାପଡିଥିଲା ତାଙ୍କୁ ଆଉ ରିକଭରି କରାଯାଇ ପାରିବନାହିଁ । ଏହାପରେ ତାଙ୍କ ପରିବାର ଲୋକେ ତାଙ୍କର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ଅନୁମତି କ୍ରମେ ଏସ୍‌ଓଟିଓକୁ ଅବଗତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ....ମୃତ୍ୟୁ ପରେ ବି ଅମର, ଦୁଇ ଜଣଙ୍କୁ ପୁନର୍ଜନ୍ମ ଦେଲେ ବ୍ରେନ୍ ଡେଡ୍ ଘୋଷିତ ମହିଳା

ପରବର୍ତ୍ତୀ ସମୟରେ ତାଙ୍କ ପରିବାର ଲୋକେ ମହିଳାଙ୍କ ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏସ୍‌ଓଟିଓ ପାଖରୁ ଅନୁମତି ମିଳିବା ପରେ ତାଙ୍କର ଯକୃତ, ଫୁସ୍‌ଫୁସ୍‌, ହୃଦୟ, କିଡ୍‌ନି ଦ୍ଵାରା ୭ ଜଣ ରୋଗୀଙ୍କ ଜୀବନ ବଞ୍ଚିବାକୁ ଯାଉଛି । ଭୁବନେଶ୍ଵରର ଆମ୍ରି ହସ୍ପିଟାଲରେ ସଂପୃକ୍ତ ମହିଳାଙ୍କ ଅର୍ଗାନ ହାର୍ଭେଷ୍ଟିଂ କରାରାଯାଇଛି ।ତେବେ ଚେନ୍ନାଇ ଓ କୋଲକାତାର ଆପୋଲୋ ହସ୍ପିଟାଲ, ଚେନ୍ନାଇର ଏମ୍‌ଜିଏମ୍‌ ହସ୍ପିଟାଲ, ଭୁବନେଶ୍ବରର ସମ୍‌ ଅଲ୍ଟିମେଟ ଓ କଟକ ଏସ୍‌ସିବି ମେଡିକାଲ କଲେଜକୁ ତାଙ୍କର ଏହି ଅଙ୍ଗ ଗୁଡ଼ିକ ପଠାଯିବ । ଏହି ଅଙ୍ଗଦାନ ଦ୍ଵାରା ପ୍ରାୟ ୭ ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିପାରିବ ବୋଲି ସମ୍ଭାବନା ରହିଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଭୁବନେଶ୍ୱର ପ୍ରସନ୍ନଜିତ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟ ଅଙ୍ଗଦାନ କରାଯାଇଥିଲା । ଫଳରେ ୪ ଜଣଙ୍କ ଜୀବନ ବଞ୍ଚିଯାଇଥିଲା । ବ୍ରେନଡେଡରେ ପୀଡିତ ହୋଇଥିଲେ ପ୍ରସନ୍ନଜିତ । ତାଙ୍କ ପରିବାରବର୍ଗଙ୍କ ସହମତି ଓ ସରକାରୀ ସଂସ୍ଥା ଗୁଡ଼ିକର ଉତ୍ତମ ସହଯୋଗ ଦ୍ୱାରା ତାଙ୍କ ଶରୀରରୁ 2ଟି ବୃକକ, 2ଟି ଫୁସଫୁସ ଓ ଗୋଟିଏ ଯକୃତ ବାହାର କରାଯାଇ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.