ETV Bharat / state

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ

author img

By

Published : Nov 24, 2022, 2:28 PM IST

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ । ଜଗଦ୍ଦେବ ପିସି ନ ନେଲେ କୌଣସି କାମ କାହାକୁ ଦେଉନଥିବା ଅଭିଯୋଗ କଲେ । ଅଧିକ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ

ଖୋର୍ଦ୍ଧା: ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ଖୋର୍ଦ୍ଧାର ବାଲୁଗାଁରେ ବିଜେଡି କାର୍ଯ୍ୟାଳୟରେ ଏକ କର୍ମୀ ସମ୍ମିଳନୀ କରି ସେ ଜଗଦ୍ଦେବଙ୍କ ବିରୁଦ୍ଧରେ ଗର୍ଜନ କରିଛନ୍ତି । ରଘୁନାଥ କର୍ମୀ ସମ୍ମିଳନୀରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏକ ଦୁର୍ନୀତିଗ୍ରସ୍ତ ବିଧାୟକ ବୋଲି ସିଧାସଳଖ ଆକ୍ଷେପ କରିବା ସହ ଓ ପିସି ନ ନେଲେ କାହାକୁ କାମ ଦେଉନଥିବା ଅଭିଯୋଗ କରିଛନ୍ତି(Ex-Chilika MLA Raghunath Sahoo Targets Prashant Jagadev) । ପୂର୍ବତନ ବିଧାୟକଙ୍କ ଏପରି ବୟାନ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ବିଷ ଓଗାଳିଲେ ପୂର୍ବତନ ବିଧାୟକ

ପୂର୍ବତନ ବିଧାୟକ କହିଛନ୍ତି ଯେ, ''ବିଧାୟକ ଜଗଦ୍ଦେବ ପିସି ନ ନେଲେ କୌଣସି କାମ କାହାକୁ ଦେଉନାହାନ୍ତି । ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନୀତିରେ ବୁଡି ଗଲାଣି । ସେ ଓ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ।'' ଏହି ଦୁର୍ନୀତି ପ୍ରସଙ୍ଗରେ ରଘୁନାଥ ସିଧାସଳଖ ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଉପାଧ୍ୟକ୍ଷ ତାଙ୍କର ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ଏପରିକି ପୁରୀ ସାଂସଦଙ୍କ ଅନୁଗତ ମାନସ ପ୍ରଧାନ ମଧ୍ୟ କୋଟି କୋଟି ଟଙ୍କାର କାମ ନେଇଛନ୍ତି । ବିଧାୟକଙ୍କ ସହିତ ସମସ୍ତେ ମିଶି ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ । ସେହିପରି ଏହି ଖବର ନବୀନ ନିବାସରେ ପହଁଚିଛି ବୋଲି ରଘୁନାଥ ସାହୁ କହିଛନ୍ତି । ପୂର୍ବତନ ବିଧାୟକ ଏହି କର୍ମୀ ସମ୍ମିଳନୀରେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ, ଯଦି ନବୀନ ପଟ୍ଟନାୟକ ଏହି ଦୁର୍ନୀତିକୁ ନ ରୋକିବେ ତେବେ ତାହାର ପରିଣାମ ଭୋଗିବେ । ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ । ଏଥିପାଇଁ ବିଜେଡି ଦଳ ଚିଲିକାର ଦୁର୍ନୀତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଭିଯୁକ୍ତ ଗିରଫ ହେଲେ ହବନି, ଦଣ୍ଡିତ ବି ହେବା ଦରକାର: ଅକ୍ଷୟ ପରିଜା

ହଠାତ୍ ଚିଲିକାର ପୂର୍ବତନ ବିଧାୟକଙ୍କ କର୍ମୀ ସମ୍ମିଳନୀ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ତେବେ ଉଭୟ ରଘୁନାଥ ସାହୁ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରେ ବହୁ ଦିନ ଧରି ଛକାପଞ୍ଝା ଲାଗି ରହିଛି । ତେବେ ଏହି କର୍ମୀ ସମ୍ମିଳନୀ ଉପରେ ବିଧାୟକ ଜଗଦ୍ଦେବ ଏବଂ ଅନ୍ୟମାନଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.