ETV Bharat / state

ପିଆଜ ସପ୍ଲାଏ ଆଳରେ ବ୍ରାଉନସୁଗାର ଡିଲ୍, ରାଜଧାନୀରୁ କୋଟିଏ ଟଙ୍କାର‌ ଡ୍ରଗ୍ସ ଜବତ

author img

By ETV Bharat Odisha Team

Published : Nov 11, 2023, 9:58 AM IST

ନିଶା କାରବାର‌ ଉପରେ ସ୍ପେଶାଲ କ୍ରାଇମ ୟୁନିଟ ଆକ୍ଟିଭ । ଗ୍ରାହକ ବେଶରେ ଧରିଲେ କୋଟିଏ ଟଙ୍କାର ଡ୍ରଗ୍ସ ଡିଲ୍ । ଭୁବନେଶ୍ୱରରୁ ଧରାପଡ଼ିଲେ ଦୁଇ ବ୍ରାଉନସୁଗାର ବେପାରୀ । ଅଧିକ ପଢନ୍ତୁ

ପିଆଜ ସପ୍ଲାୟ ଆଳରେ ବ୍ରାଉନସୁଗାର ଡିଲ୍, ଭୁବନେଶ୍ୱରରୁ କୋଟିଏ ଟଙ୍କାର‌ ଡ୍ରଗସ ଜବତ ଦୁଇ ଗିରଫ
ପିଆଜ ସପ୍ଲାୟ ଆଳରେ ବ୍ରାଉନସୁଗାର ଡିଲ୍, ଭୁବନେଶ୍ୱରରୁ କୋଟିଏ ଟଙ୍କାର‌ ଡ୍ରଗସ ଜବତ ଦୁଇ ଗିରଫ

ପିଆଜ ସପ୍ଲାୟ ଆଳରେ ବ୍ରାଉନସୁଗାର ଡିଲ୍, ଭୁବନେଶ୍ୱରରୁ କୋଟିଏ ଟଙ୍କାର‌ ଡ୍ରଗସ ଜବତ ଦୁଇ ଗିରଫ

ଭୁବନେଶ୍ୱର: ନିଶା କାରବାର ଉପରେ ରୋକ ଲଗାଇବାକୁ ଚାଲିଛି ଅପରେସନ । ସ୍ପେଶାଲ କ୍ରାଇମ୍ ୟୁନିଟର ଅଣ୍ଡର କଭର ଅଫିସର କରିଛନ୍ତି ବଡ ନେଟୱର୍କର ପର୍ଦ୍ଦାଫାସ । କୋଲକାତାରୁ ଭୁବନେଶ୍ୱର ବ୍ରାଉନସୁଗାର ଆଣି ବିକୁଥିବା ପୁରୀର ୨ ବେପାରୀଙ୍କୁ କାବୁ କରିଛି ପୋଲିସ । ଗ୍ରାହାକ ବେଶରେ ତାଙ୍କ ସହ ଡିଲ କରି ଦୁଇ ଜଣଙ୍କୁ ଧରିଛି ସ୍ପେଶାଲ କ୍ରାଇମ୍ ୟୁନିଟ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଡ୍ରାଇଭର ଆଉ ଜଣେ ବ୍ୟବସାୟୀ ଥିବା ଜଣାପଡିଛି । ଦୁହେଁ ମିଶି କରୁଥିଲେ ବଡ଼ ଧରଣର ବ୍ରାଉନସୁଗାର ଡିଲ୍ । ଫୁଲେଶ୍ୱରି ବସ୍ତିରେ ବାଇକ ଯୋଗେ ଆସି ଡିଲ କରୁଥିବା ବେଳେ ଗିରଫ କରିଛି SCU ଟିମ । ସେମାନଙ୍କ ଠାରୁ ୧ କେଜିର ବ୍ରାଉନସୁଗାର ଜବତ କରାଯାଛି । ଯାହାର ମୂଲ୍ୟ କୋଟିଏ‌ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଡେଲାଙ୍ଗର ନିରଞ୍ଜନ ପାଟଯୋଶୀ ଓ ପ୍ରଦୀପ୍ତ ସାହୁ ।


ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ଜଣେ ଟ୍ରକ ଡ୍ରାଇଭର । ସେ ଅନେକ ସମୟରେ ପୁରୀ ଓ ଭୁବନେଶ୍ୱରରୁ କିଛି ସାମଗ୍ରୀ ନେଇ କୋଲକାତା ଯାଇଥାନ୍ତି । ସେଠାରୁ ପିଆଜ ଆଣି ଭୁବନେଶ୍ୱର କିମ୍ବା ପୁରୀ ଆସନ୍ତି । ଏହାରି ମଧ୍ୟରେ ସେ ବ୍ରାଉନସୁଗାର ସପ୍ଲାଏଙ୍କ ଏକ ବଡ଼ ନେଟୱର୍କର ପାଲରେ ପଡ଼ିଥିଲେ । ନିରଞ୍ଜନ କୋଲକାତା ବେପାରୀଙ୍କ ଠାରୁ ପିଆଜ ଆଣିବା ଆଳରେ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ପହଞ୍ଚାଉଥିଲେ । ଏହାପରେ ପ୍ରଦୀପ୍ତ ସାହୁଙ୍କ ସହ ମିଶି ବ୍ରାଉନସୁଗାର ବେପାର କରୁଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ । ଯୋଜନା ଅନୁସାରେ ସ୍ପେଶାଲ କ୍ରାଇମ୍ ୟୁନିଟ ଛଦ୍ମବେଶରେ ଫୁଲେଶ୍ବରି ବସ୍ତିକୁ ଯାଇ ଦୁଇ ବେପାରୀଙ୍କ ସହ ଡିଲ କରିବା ଆଳରେ ସେମାନଙ୍କୁ ମାଡି ବସିଥିଲା । ଦୁହିଙ୍କୁ ପୋଲିସ ହେପାଜତକୁ ନେବା ସହ ୧ କେଜିର ବ୍ରାଉନସୁଗାର ଜବତ କରିଛି । ସେମାନଙ୍କ ଠାରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଏସ୍‌ଟିଏଫ୍‌ ଜାଲରେ ବ୍ରାଉନ୍‌ସୁଗାର ବେପାରୀ, ଗିରଫ ହେଲେ କୋର୍ଟ କର୍ମଚାରୀ

ଦୀର୍ଘ ମାସେ ହେଲା ଏହି ବ୍ରାଉନସୁଗାର ବେପାରୀଙ୍କ ଉପରେ ନଜର ରଖିଥିଲା ପୋଲିସ । ପୋଲିସ ଡେଲାଙ୍ଗ ଅଞ୍ଚଳରୁ ଏମାନଙ୍କ ପିଛା କରି ଦିଘା ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଣି ଜାଲ ବିଛାଇଥିଲା । ଏକ ମାସର ପରିଶ୍ରମ ପରେ ଶେଷରେ ସେମାନଙ୍କୁ କାବୁ କରିଛି ପୋଲିସ । ପୋଲିସ କମିସନର କହିଛନ୍ତି,"ବ୍ରାଉନସୁଗାର‌ ବା ନିଶା ବିରୋଧରେ ୨୦୨୧ରୁ ୨୨ଓ ୨୩ ପର୍ଯ୍ୟନ୍ତ ଏହିପରି ସ୍ପେଶାଲ ଅପରେସନ ଜାରି‌ ରହିଛି । ନିଶା ଓ ନିଶା ମାଫିଆଙ୍କୁ କାବୁ କରିବାକୁ ସ୍ପେଶାଲ କ୍ରାଇମ୍ ୟୁନିଟ ତାର‌ ଅଭିଯାନ ଜାରି ରଖିଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.