ETV Bharat / state

ଚାଷୀଙ୍କ ନିକଟରେ ପହଞ୍ଚୁନି ଯୋଜନା, ଅବଗତ କରାଇବେ ବିଜେପି କର୍ମୀ

author img

By ETV Bharat Odisha Team

Published : Nov 22, 2023, 9:34 PM IST

ରାଜ୍ୟ ବିଜେପି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ସମସ୍ତ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ

farmer welfare scheme
ରାଜ୍ୟ ବିଜେପି ପକ୍ଷରୁ ଆଲୋଚନା ଚକ୍ର

ରାଜ୍ୟ ବିଜେପି ପକ୍ଷରୁ ଆଲୋଚନା ଚକ୍ର

ଭୁବନେଶ୍ବର: ରାଜ୍ୟ ବିଜେପି ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର କୃଷକ କଲ୍ୟାଣକାରୀ ଯୋଜନା ଉପରେ ରାଜ୍ୟ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଛି । ଏହି ଆଲୋଚନା ଚକ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ଉପସ୍ଥିତ ଥିଲେ।

ଏଥିରେ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ସମସ୍ତ ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇଛି l ଆଲୋଚନା ପରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି, "ବ୍ଲକ ସ୍ତରର କର୍ମୀମାନେ ପଞ୍ଚାୟତକୁ ଯାଇ କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ବନ୍ଧରେ ଅବଗତ କରାଇବେ । ୨୩ ବର୍ଷ ଧରି ନବୀନ ସରକାର ଯେଉଁଭଳି ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକର ବାଟମାରଣା କରୁଛନ୍ତି ସେନେଇ ଲୋକଙ୍କୁ ବୁଝାଇବ ବିଜେପି । ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯାତିତ ଓ ଅବହେଳିତ । କୃଷି ଓ କୃଷକ କଲ୍ୟାଣ ପାଇଁ କେନ୍ଦ୍ରର ବିଭିନ୍ନ ଯୋଜନାରେ ଆସୁଥିବା ବ୍ୟାପକ ମାତ୍ରାର ଟଙ୍କାକୁ ବିଜେଡି ସରକାର ହଡପ କରୁଛି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକ ଚାଷୀଙ୍କ ନିକଟରେ ପହଞ୍ଚିନାହିଁ ।"

ଏହା ବି ପଢନ୍ତୁ...ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ: ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ

ଏହା ବି ପଢନ୍ତୁ...ଦୁର୍ନୀତି ବିରୋଧରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି

ଏହି କାରଣରୁ ଚାଷୀର ଆର୍ଥିକ ଅଭିବୃଦ୍ଧି ହେଉନାହିଁ । ବିଭିନ୍ନ ସମସ୍ୟା ଘେରରେ ଥିବା ରାଜ୍ୟର ଚାଷୀମାନେ ଅନେକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ବିଜେଡି ସରକାରର ଗତ ୨୩ ବର୍ଷରେ ଭ୍ରଷ୍ଟାଚାର, ଦୁର୍ନୀତି, ଚାଷୀ ଆତ୍ମହତ୍ୟା, ମଣ୍ଡି ଅବ୍ୟବସ୍ଥା, ଜଳସେଚନର ବିଫଳତାକୁ ନେଇ ପ୍ରତି ଗାଁ, ପଞ୍ଚାୟତ , ବ୍ଲକ ସ୍ତରରେ କିଭଳି ପହଞ୍ଚିବ ସେନେଇ ଆଜି କୃଷକମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଚାଷୀ ଘର ଧାନରେ ଭର୍ତ୍ତି ଥିବାବେଳେ ମଣ୍ଡି ବନ୍ଦ କିନ୍ତୁ ବନ୍ଦ ଥିବା ନେଇ ଅଭିଯୋଗ ହୋଇଛି । ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ଗାଁ, ପଞ୍ଚାୟତ , ବ୍ଲକ ଓ ଜିଲ୍ଲାର ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଂକଳ୍ପ ନିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.