Driver Mahasangha strike: ମୁଖ୍ୟମନ୍ତ୍ରୀଙ୍କୁ ସମାଧାନ ପାଇଁ ନିବେଦନ କଲେ ଧର୍ମେନ୍ଦ୍ର

author img

By

Published : Mar 16, 2023, 11:57 AM IST

ଦ୍ବିତୀୟ ଦିନରେ ଡ୍ରାଇଭରଙ୍କ ଧର୍ମଘଟ

ଆଜି ଦ୍ବିତୀୟ ଦିନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ । ଟ୍ବିଟ୍ କରି ସମାଧାନର ବାଟ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଚକା ଜାମ୍ କରିଛି ଡ୍ରାଇଭର ସଂଘ । ଆଜି ଦ୍ବିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଓଡିଶା ଡ୍ରାଇଭର ସଂଘର ଏହି ଆନ୍ଦୋଳନ ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡ୍ରାଇଭର ସଂଘର ଦାବିକୁ ଗୁରୁତ୍ବର ସହ ନେଇ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ନିବେଦନ କରିଛନ୍ତି ।

  • ମୁଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁ ମାନଙ୍କର ଦାବିକୁ ଗୁରୁତର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ।

    — Dharmendra Pradhan (@dpradhanbjp) March 16, 2023 " class="align-text-top noRightClick twitterSection" data=" ">
  • ଡ୍ରାଇଭର ବନ୍ଧୁ ମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ଏମାନେ ସମାଜରେ ଅସ୍ପୁର୍ଶ୍ୟ ନୁହଁନ୍ତି । ସେମାନେ ଆମ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

    — Dharmendra Pradhan (@dpradhanbjp) March 16, 2023 " class="align-text-top noRightClick twitterSection" data=" ">

ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି ଯେ, ଡ୍ରାଇଭର ବନ୍ଧୁମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏମାନେ ସମାଜରେ ଅସ୍ପୁଶ୍ୟ ନୁହଁନ୍ତି । ସେମାନେ ଆମମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନକରି ରାସ୍ତା ବାହାର ନକରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁ ମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ।

ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭରମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଯାହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଥିଲା । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁମାନେ ଦଣ୍ଡବତ ଯାତ୍ରା କରିଥିଲେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗାଡି ଅଟକାଇବାରୁ ବିଚ୍‌ ରାସ୍ତାରେ କନେଷ୍ଟବଳଙ୍କୁ ମାରିଥିଲେ ଚାପୁଡା, 2 ଅଭିଯୁକ୍ତ ଗିରଫ

ପ୍ରକାଶଥାଉ କି, ଡ୍ରାଇଭର ସଂଘର ଆନ୍ଦୋଳନ ମଧ୍ୟରେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଚାଳକ ଗ୍ରୁପ ମଧ୍ୟ ଆନ୍ଦୋଳନ ଡାକରା ଦେଇଛି । ଏନେଇ ଆଜି ଭୁବନେଶ୍ବରରେ ଅଟୋ ଚାଳଚଳ ବନ୍ଦ ରହିଛି । ରାଜଧାନୀର ଲୋୟର ପିଏମଜି ଓ ଜନପଥରେ ଏହି ଗ୍ରୁପ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ସାରା ରାଜ୍ୟରେ ଡ୍ରାଇଭରମାନଙ୍କ ଧର୍ମଘଟ ଯୋଗୁଁ ଯାତାୟତ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ବିଭିନ୍ନ ବସଷ୍ଟାଣ୍ଡରେ ଯାତ୍ରୀମାନେ ଅଟକି ରହି ହନ୍ତସନ୍ତ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.