ETV Bharat / state

CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

author img

By

Published : Oct 22, 2022, 3:35 PM IST

ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ରବିବାରଠୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହୋଇପାରେ । ଆସନ୍ତା ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଇଛି । ଅଧିକ ପଢନ୍ତୁ

CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !
CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !

ଭୁବନେଶ୍ବର: ଆଜି ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଆଣ୍ଡାମାନ ସାଗର ନିକଟ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଥିବା (Depression forms over Bay of Bengal) ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD) । ଆସନ୍ତାକାଲି (ଅକ୍ଟୋବର ୨୩) ସକାଳ ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ଦିଗକୁ ଗତିକରି ପରେ ଦିଗ ବଦଳାଇବ । ଦିଗ ବଦଳାଇ ପରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲି ଆକଳନ କରାଯାଉଛି ।

  • Depression very likely to move NW & intensify further into a DD over EC & adjoining SE Bay of Bengal by 23rd Oct morning. Subsequently, it is very likely to recurve gradually NNEwards & intensify into a cyclonic storm over central Bay of Bengal by 24th Oct morning. pic.twitter.com/KE3kSvjPDa

    — Meteorological Centre, Bhubaneswar (@mcbbsr) October 22, 2022 " class="align-text-top noRightClick twitterSection" data=" ">

ଏହାପରେ ଆସନ୍ତା ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁବ । ବାତ୍ୟା ପ୍ରଭାବରେ ଆସନ୍ତା ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇ ପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଅକ୍ଟୋବର ୨୪ ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଥିଲାଗି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ବି ପଢନ୍ତୁ- ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ଅକ୍ଟୋବର ୨୩ ତାରିଖରୁ ପ୍ରଥମେ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ଧୀରେ ଧୀରେ ଏହା ଅକ୍ଟୋବର ୨୪ ତାରିଖ ବେଳକୁ ୪୫ରୁ ୫୫ ଓ ୨୫ ତାରିଖ ବେଳକୁ ୫୦ରୁ ୭୦ କିମି ପର୍ଯ୍ୟନ୍ତ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.