ETV Bharat / state

ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

author img

By

Published : Oct 21, 2022, 6:53 PM IST

Updated : Oct 22, 2022, 9:28 AM IST

ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗଭୀର ଅବପାତ ପରେ ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ଅଧିକ ପଢନ୍ତୁ

ଶୁକ୍ରବାର ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ
ଶୁକ୍ରବାର ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ବର: ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ଏହାପରେ ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ (Cyclone likely to move towards West Bengal-Bangladesh) ।

ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ବାତ୍ୟାର ଏତେଟା ପ୍ରଭାବ ଓଡିଶା ଉପରେ ନଥିଲେ ମଧ୍ୟ ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୨୫ ତାରିଖ ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି । ରାଜ୍ୟର ଜଗତସିଂହପୁର,କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ବାଲେଶ୍ୱର, ଭଦ୍ରକ,ପୁରୀ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ୨୬ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୩ ତାରିଖରେ ସମୁଦ୍ର ମଧ୍ୟ ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୩୫ ରୁ ୪୫ କିମି ବେଗରେ ପବନ ପ୍ରବାହିତ ହେବ । ସର୍ବାଧିକ ୫୫କିମି ବେଗରେ ପ୍ରବାହିତ ହେବା ନେଇ ଆକଳନ କରାଯାଉଛି । ୨୪ ତାରିଖରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପ୍ରବାହିତ ହେବ । ୨୫ ତାରିଖରେ ମଧ୍ୟ ୨୫ରେ ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପ୍ରବାହିତ ହେବ । ସର୍ବାଧିକ ୭୦ କିମି ଯାଏଁ ପବନ ବହିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଗୁରୁବାର ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଥିଲା ।

ଅନ୍ୟପଟେ ରାଜ୍ୟରୁ ଫେରିଗଲା ମୌସୁମୀ । ଆକଳନ ଥିଲା ପାଗ ଶୁଖିଲା ହେଲେ ଅନୁକୂଳ ହେବ ମୌସୁମୀ ଅପସାରଣ ପାଇଁ । ଆକଳନ ମୁତାବକ ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା କମିବା ପରେ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗତ ଜୁନ ୧୬ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 22, 2022, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.