ETV Bharat / state

Dharmendra Reacts to Attack on Aparajita: ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Aug 28, 2023, 5:03 PM IST

Updated : Aug 29, 2023, 9:04 AM IST

ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ସମ୍ବିଧାନକୁ ଦମ୍ଭ ଦେଖାଇ ଆପଣଙ୍କ ଢଙ୍ଗରେ ଚଲେଇବେ ଓ ଆପଣଙ୍କୁ ବରିଷ୍ଠ ଅଧିକାରୀ ମାନେ ପ୍ରଭାବିତ କରି ଲମ୍ବା ସମୟ ସାମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ଭାବୁଛନ୍ତି ଯଦି, ଆପଣ ମାନେ ଭ୍ରମରେ ଅଛନ୍ତି । ଆଇନ କାନୁନ ଅଛି, ସାମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଉପରେ ଲୋକମତ ଅଛି । ଅଧିକ ପଢନ୍ତୁ

ପୁଣି ଉଠାଇଲେ ଶଶିକଳା ସିଣ୍ଡ୍ରୋମ କଥା
ପୁଣି ଉଠାଇଲେ ଶଶିକଳା ସିଣ୍ଡ୍ରୋମ କଥା

ପୁଣି ଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁଣିଥରେ ଶଶିକଳା ସିଣ୍ଡ୍ରୋମ କଥା ଦୋହରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ବ ସ୍ଥାନ ଅଛି । ଏହାର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଉଚିତ । ମୁଁ ଗଣତନ୍ତ୍ରର ପୂଜାରୀ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ବ ସ୍ଥାନ ଅଛି । ଓଡିଶାରେ ଗତ ମେ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି ।

ଧର୍ମେନ୍ଦ୍ର କହିଛନ୍ତି ଝାରସୁଗୁଡ଼ାର ଉପନିର୍ବାଚନରେ କହିଥିଲି, ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷ୍ମଣ ରେଖା ଭିତରେ ସମସ୍ତେ ରହିବା ଉଚିତ । ବୋଧେ ଆମ ରାଜ୍ୟରେ ଏସବୁର ସୀମା ଉଲଂଘନ ହେଉଛି । ଗତକାଲି ସ୍ଥାନୀୟ ଲୋକସଭା ସାଂସଦ(ଅପରାଜିତା) ଙ୍କୁ ନିର୍ବାଚନ ମଣ୍ଡଳୀକୁ ଗସ୍ତ କଲା ବେଳେ ତାଙ୍କୁ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି । ଯାହା ପାଖରେ ସଂଖ୍ୟା ବଳ ଅଛି ବୋଲି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ହେଉଥିବା ଲୋକଙ୍କୁ ବେଜିତ କରିବା ଏବଂ ଅପମାନିତ କରିବା ଏହା ଠାରୁ ବଡ ଜଘନ୍ୟ କଥା କିଛି ନଥାଇ ପରେ । ପ୍ରଶାସନିକ ଅଧିକାରୀ ମାନେ ଏହାର ଷଡ଼ଯନ୍ତ୍ରକାରୀ । ଓଡିଶାର ସବୁ ପ୍ରଶାସନିକ ଭାଇ ଭଉଣୀ ମାନଙ୍କୁ ନିବେଦନ କରୁଛି, ବ୍ରିଟିଶ ରାଜରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀ ମାନଙ୍କର ଦମ୍ଭ ବି ଏଭଳି ଥିଲା ।

ଏହାବି ପଢନ୍ତୁ- ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ମୋତେ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର: ଅପରାଜିତା ଷଡଙ୍ଗୀ

ସରକାରୀ ଅଧିକାରୀଙ୍କୁ ପରାମର୍ଶ ଦେଇ ଧର୍ମେନ୍ଦ୍ର କହିଛନ୍ତି, "ସମ୍ବିଧାନକୁ ଦମ୍ଭ ଦେଖାଇ ଆପଣଙ୍କ ଢଙ୍ଗରେ ଚଲେଇବେ ଓ ଆପଣଙ୍କୁ ବରିଷ୍ଠ ଅଧିକାରୀ ମାନେ ପ୍ରଭାବିତ କରି ଲମ୍ବା ସମୟ ସାମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ଭାବୁଛନ୍ତି ଯଦି, ଆପଣ ମାନେ ଭ୍ରମରେ ଅଛନ୍ତି । ଆଇନ କାନୁନ ଅଛି, ସାମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଉପରେ ଲୋକମତ ଅଛି ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, "ମୁଁ ଯେତିକି ନବୀନ ପଟ୍ଟନାୟକଙ୍କୁ ଜାଣେ ବର୍ତ୍ତମାନ ଯାହା ରାଜ୍ୟରେ ଘଟୁଛି ତାହା ନବୀନ ବାବୁଙ୍କ ସ୍ଵଭାବ ବିରୋଧୀ । କେବେ ବି ଅଗଣତାନ୍ତ୍ରିକ କାମକୁ ନବୀନ ବାବୁ ପ୍ରଶୟ ଦେବେନି ବୋଲି ରାଜନୀତିରେ ବିରୋଧୀ ଦଳ ଭାବେ ତାଙ୍କ ଠାରୁ ମୋର ଅପେକ୍ଷା ରହିଛି । ଓଡ଼ିଶାରେ ଗଣତନ୍ତ୍ର ହାବି ହେଉ । ଆଲୋଚନା, ସମାଲୋଚନା ହେଉ । ବିରୋଧ ରାଜନୈତିକ ସ୍ତରରେ କରାଯାଉ । କିନ୍ତୁ ଏ ପ୍ରକାର ଲକ୍ଷଣ ଆଉ ଏଥିରେ ସରକାରୀ ଅଧିକାରୀ ମାନେ ହାତ ବାରିଶି ହେବା ଦୁର୍ଭାଗ୍ୟ ଜନକ। ତାଙ୍କୁ ସାଢେ 4 କୋଟି ଓଡିଶାବାସୀଙ୍କ ତରଫରୁ ପ୍ରସ୍ତାବ ଯେ ଏ ପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 29, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.